ETV Bharat / bharat

ମେଘା ରାଜଗୋପାଳନ ଜିତିଲେ ‘ପୁଲିଜର’ ଆଓ୍ବାର୍ଡ, ଖୋଲିଥିଲେ ଡ୍ରାଗନର ଅସଲ ମୁଖା ! - ସାମ୍ବାଦିକା ମେଘା ରାଜଗୋପାଳନ

ଭାରତୀୟ ବଂଶୋଦ୍ଭବ ସାମ୍ବାଦିକା ମେଘା ରାଜଗୋପାଳନ ପାଇଲେ ଗଣମାଧ୍ୟମର ସମ୍ମାନଜନକ ପୁଲିଜର ଆଓ୍ବାର୍ଡ । ଚୀନରେ ଇସଲାମ ସମ୍ପ୍ରଦାୟ, ଉଇଗୁରୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟରର ବନ୍ଦୋବସ୍ତ ଶିବିରକୁ ନେଇ ଏକ ଅନୁସନ୍ଧାନମୂଳକ ଖବର ପ୍ରସାରଣ କରିଥିଲେ ମେଘା । ଅଧିକ ପଢନ୍ତୁ...

ଭାରତୀୟ ବଂଶୋଦ୍ଭଭ ସାମ୍ବାଦିକା ମେଘା ରାଜଗୋପାଳନ ପାଇବେ ଚଳିତବର୍ଷର ‘ପୁଲିଜର’ ଆଓ୍ବାର୍ଡ

author img

By

Published : Jun 12, 2021, 5:47 PM IST

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ସାମ୍ବାଦିକା ମେଘା ରାଜଗୋପାଳନ ପାଇବେ ଗଣମାଧ୍ୟମର ସର୍ବୋଚ୍ଚ ସମ୍ମାନଜନକ ପୁଲିଜର ଆଓ୍ବାର୍ଡ (Pulitzer Prize) । ଅନୁସନ୍ଧାନମୂଳକ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସେ ଏହି ସମ୍ମାନଜନକ ପୁରସ୍କାର ବିଜୟୀ ହୋଇଛନ୍ତି ।

ଚୀନରେ ଇସଲାମ ସମ୍ପ୍ରଦାୟ, ଉଇଗୁରୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟରର ବନ୍ଦୋବସ୍ତ ଶିବିରକୁ ନେଇ ଏକ ଅନୁସନ୍ଧାନମୂଳକ ଖବର ପ୍ରସାରଣ କରିଥିଲେ ମେଘା । ଚୀନରେ ବସବାସ କରୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଦମନ କରିବା ପାଇଁ ଚୀନ ସରକାର ପ୍ରସ୍ତୁତ କରିଥିବା ଷଡଯନ୍ତ୍ର ଓ ଦମନ ମୂଳକ ଭିତ୍ତିଭୂମୀ ଉପରେ ଅନୁସନ୍ଧାନମୂଳକ ତଥ୍ୟ ସହ ଖବର ପ୍ରସାରଣ କରିଥିଲେ ମେଘା ।

ଭାରତୀୟ ବଂଶୋଦ୍ଭବ ମେଘା ବର୍ତ୍ତମାନର ‘BuzzFeed News ’ ନାମକ ଏକ ସଂସ୍ଥାରେ ସାମ୍ବାଦିକା ଭାବେ କାର୍ଯ୍ୟରତ ଅଛନ୍ତି । ପୂର୍ବରୁ ସେ ମଧ୍ୟ 2017 ମସିହାରେ ଯୁକ୍ତରାଷ୍ଟ୍ର ସାମ୍ବାଦିକତା ଆଓ୍ବାର୍ଡ ମଧ୍ୟ ହାସଲ କରିସାରିଛନ୍ତି । ଗତକିଛି ଦିନ ଧରି ଚୀନ ମୁସଲମାନ ବିରୋଧୀ ତଥା ଦମନମୂଳକ ନୀତି ଆପଣାଇବାରେ ଲାଗିଛି। ଏହାକୁ ନେଇ ଅନୁସନ୍ଧାନମୂଳକ ରିପୋର୍ଟିଂ କରିଥିଲେ ମେଘା ।

ତାଙ୍କର ଏପରି ରିପୋର୍ଟିଂ ପରେ ଚୀନ ସରକାର ତାଙ୍କ ଭିସା ବାତିଲ କରିବା ସହ ଚୀନରୁ ଫେରିଯିବାକୁ ମଧ୍ୟ ବାଧ୍ୟ କରିଥିବା ଜଣାପଡିଥିଲା । ଚୀନ ସରକାରଙ୍କ ଏପରି ଆକ୍ରମଣାତ୍ମକା କାର୍ଯ୍ୟପନ୍ଥା ସମ୍ପର୍କିତ ଏକ ରିପୋର୍ଟ BuzzFeed News ରେ ମଧ୍ୟ ପ୍ରକାଶିତ ହୋଇଥିଲା । ଏ ପ୍ରବଳ ଚାପ ସତ୍ତ୍ବେ ମଧ୍ୟ ମେଘା ଚୁପ ରହୁବା ପାଇଁ ମନା କରିବା ସହ ଉକ୍ତ ପ୍ରସଙ୍ଗ ଉପରେ ଅନୁସନ୍ଧାନ ଜାରି ରଖିଥିଲେ । ଏହି ପୁରସ୍କାର ପାଇବା ପାଇଁ ତାଙ୍କୁ ମନୋନିତ କରାଯିବା ପରେ ସେ କାମ କରୁଥିବା ସଂସ୍ଥା ଓ ନିଜ ଟିମର ସହଯୋଗୀଙ୍କୁ ଏହି ସଫଳତାର ଶ୍ରେୟ ଦେଇଛନ୍ତି ।

ନ୍ୟୁୟର୍କର କଲମ୍ବିଆ ୟୁନିଭରସିଟିର ଗ୍ରାଜୁଏଟ୍ ସ୍କୁଲ୍ ଅଫ୍ ସାମ୍ବାଦିକତାର ଏକ ବୋର୍ଡ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା ହୋଇଥିବା ଏହି ପୁଲିଜର ଆଓ୍ବାର୍ଡ ବିଶ୍ବ ସାମ୍ବାଦିକତା କ୍ଷେତ୍ରରେ ଖ୍ୟାତନାମା ପୁରସ୍କାର ଭାବେ ସୁନାମ ଅର୍ଜନ କରିଛି । ଯାହା ଚଳିତ ବର୍ଷର 105 ତମ ପୁରସ୍କାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.