ETV Bharat / bharat

INS ବିଶାଖାପାଟଣାରୁ BrahMos ସୁପରସୋନିକ କ୍ରୁଜ ମିସାଇଲ ପରୀକ୍ଷଣ

author img

By

Published : Feb 18, 2022, 4:38 PM IST

ଆଜି ଭାରତୀୟ ନୌସେନା (Indian Navy) ଯୁଦ୍ଧପୋତ ଆଇଏନଏସ ବିଶାଖାପଟନମ (INS Visakhapatnam) ରୁ ଗଭୀର ସମୁଦ୍ରରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ (BrahMos Supersonic Cruise Missile) ମିଶାଇଲର ସଫଳ ପରୀକ୍ଷଣ ହୋଇଛି । ଅଧିକ ପଢନ୍ତୁ

BrahMos ସୁପରସୋନିକ କ୍ରୁଜ ମିସାଇଲ ପରୀକ୍ଷଣ
BrahMos ସୁପରସୋନିକ କ୍ରୁଜ ମିସାଇଲ ପରୀକ୍ଷଣ

ନୂଆଦିଲ୍ଲୀ: ଆଜି ଭାରତୀୟ ନୌସେନା (Indian Navy) ଯୁଦ୍ଧପୋତ ଆଇଏନଏସ ବିଶାଖାପଟନମ (INS Visakhapatnam) ରୁ ଗଭୀର ସମୁଦ୍ରରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ (BrahMos Supersonic Cruise Missile) ମିଶାଇଲର ସଫଳ ପରୀକ୍ଷଣ ହୋଇଛି । ଚଳିତ ବର୍ଷ ହିଁ ଆଇଏନଏସ ବିଶାଖାପଟନମ ଭାରତୀୟ ନୌସେନାରେ ସାମିଲ ହୋଇଛି । ଭାରତୀୟ ନୌସେନାର ସବୁଠାରୁ ବଡ ଅସ୍ତ୍ର ହେଉଛି ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିଶାଇଲ । ନୌସେନା ଏହାକୁ ତାହାର ସମସ୍ତ ଯୁଦ୍ଧପୋତରେ ମୁତୟନ କରିଛି ।

  • #WATCH | Indian Navy’s warship INS Visakhapatnam carried out a test firing of BrahMos supersonic cruise missile off the western seaboard. The warship has now reached Visakhapatnam to take part in President’s Fleet Review on February 21 pic.twitter.com/qsYUi1QHgf

    — ANI (@ANI) February 18, 2022 " class="align-text-top noRightClick twitterSection" data=" ">

ଏନେଇ ଆଜି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ ଆଇଏନଏସ ବିଶାଖାପଟନମରୁ ହୋଇଥିବା ପରୀକ୍ଷଣ ସଫଳ ହୋଇଛି । ଏହାସହ ଏହାର ଅଣ୍ଡର ୱାଟର ଭ୍ୟାରିଏଣ୍ଟ ବିକଶିତ କରାଯାଉଛି । ଯାହା ଗଭୀର ସମୁଦ୍ରରେ ଗୁପ୍ତ ମିଶାଇଲ ଭାବେ ରହିପାରିବ ।

ସୂଚନାଯୋଗ୍ୟ ଯେ ସ୍ବାଧୀନତାର 75 ବର୍ଷ ଅବସରରେ ଚାଲିଥିବା କାର୍ଯ୍ୟକ୍ରମ ଆଜାଦୀକା ଅମୃତ ମହୋତ୍ସବର ଏକ ଅଶଂ ଭାବେ ଆସନ୍ତା 21 ତାରିଖରେ ନୌସେନାର ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେବେ । ରାଷ୍ଟ୍ରପତିଙ୍କୁ ଫ୍ଲଟିଂ ସାଲ୍ୟୁଟ ଦେବା ପାଇଁ ବର୍ତ୍ତମାନ ଆଇଏନଏସ ବିଶାଖାପଟନମ ବିଶାଖାପାଟଣାରେ ପହଞ୍ଚିଛି । ଏହାସହ ସେହିଦିନ ରାଷ୍ଟ୍ରପତି ଭାରତୀୟ ନୌସେନାର ସୈନ୍ୟ ଅଭ୍ୟାସ କାର୍ଯ୍ୟକ୍ରମ ବହୁଦେଶୀୟ କାର୍ଯ୍ୟକ୍ରମ ‘ମିଳନ2022’ କୁ ମଧ୍ୟ ଉଦଘାଟନ କରିବେ ।

ଏହି ଅଭ୍ୟାସ କାର୍ଯ୍ୟକ୍ରମ ବର୍ଷ 1995 ରେ ଭାରତ ପ୍ରାରମ୍ଭ କରିଥିଲା । ଯାହା ପ୍ରତି ଦୁଇବର୍ଷରେ ଥରେ ହେଉଛି । ‘ମିଳନ2022 ବହୁଦେଶୀୟ ଅଭ୍ୟାସ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଚଳିତ ବର୍ଷ 45 ଟି ଦେଶକୁ ନୌସେନା ନିମନ୍ତ୍ରଣ ଦେଇଛି । ଯେଉଁଥିରେ ଅଶଂଗ୍ରହଣକାରୀ ଦେଶର ଅତ୍ୟାଧୁନିକ ଅସ୍ତ୍ର, ମିଶାଇଲ ସମେତ ଅନେକ ଯୁଦ୍ଧ ଜାହାଜ ସାମିଲ ହେବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.