ETV Bharat / bharat

CSLରୁ ଭାରତୀୟ ନୌସେନାକୁ ହସ୍ତାନ୍ତର ହେଲା ସ୍ୱଦେଶୀ ଯୁଦ୍ଧପୋତ INS ବିକ୍ରାନ୍ତ

author img

By

Published : Jul 28, 2022, 7:03 PM IST

INS ବିକ୍ରାନ୍ତକୁ ନୌସେନାକୁ ହସ୍ତାନ୍ତର କଲା ନିର୍ମାଣକାରୀ ସଂସ୍ଥା କୋଚିନ ସିପୟାର୍ଡ ଲିମିଟେଡ । ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ହୋଇଛି ନିର୍ମତ । ଅଧିକ ପଢନ୍ତୁ

CSL ରୁ ଭାରତୀୟ ନୌସେନାକୁ ହସ୍ତାନ୍ତର ହେଲା INS ବିକ୍ରାନ୍ତ

ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନୌସେନା ପାଇଁ ନିର୍ମିତ ବିମାନ ପରିବହନକାରୀ ଯୁଦ୍ଧ ଜାହାଜ (ଯୁଦ୍ଧପୋତ) INS ବିକ୍ରାନ୍ତକୁ ନୌସେନାକୁ ହସ୍ତାନ୍ତର କରିଛି ନିର୍ମାଣକାରୀ ସସ୍ଥା କୋଚିନ ସିପୟାର୍ଡ ଲିମିଟେଡ (CSL)। କେରଳରେ କୋଚିରେ ଏହି ଅତ୍ୟାଧୁନିକ ବିମାନବାହକ ଯୁଦ୍ଧ ଜାହାଜକୁ ନିର୍ମାଣ କରାଯାଇଛି । ପୂର୍ବରୁ INS ବିକ୍ରମାଦିତ୍ୟ ଭାରତୀୟ ନୌସେନାର କାର୍ଯ୍ୟକ୍ଷମ ଥିବା ବେଳେ ଏବେ ଦ୍ବିତୀୟ ତଥା ସମ୍ପୂର୍ଣ୍ଣ ସ୍ବଦେଶୀ ଯୁଦ୍ଧପୋତ ଭାବେ INS ବିକ୍ରାନ୍ତ ସାମିଲ ହେବାକୁ ଯାଉଛି ।

ଏହାର ନିର୍ମାଣ ସରିବା ପରେ ଏକାଧିକ ପର୍ୟ୍ୟାୟରେ ସମୁଦ୍ର ପରୀକ୍ଷଣ (ସି ଟ୍ରାଏଲ) ମଧ୍ୟ ସଫଳତାର ସହ ଶେଷ ହୋଇଛି । ଆଜି କୋଚିନ ସିପୟାର୍ଡ ଲିମିଟେଡ ଓ ଭାରତୀୟ ନୌସେନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ହସ୍ତାନ୍ତର ରାଜିନାମା ସ୍ବାକ୍ଷରିତ ହୋଇଛି । ଏହାକୁ CSL ନିର୍ମାଣ କରିଥିବା ବେଳେ ଏହାର ଡିଜାଇନ ପ୍ରସ୍ତୁତ କରିଛି ନୌସେନାର ଇନ-ହାଉସ ନାଭାଲ ଡିଜାଇନ ନିର୍ଦ୍ଦେଶାଳୟ (Indian Navys in-house Directorate of Naval Design, DND) ।

ତେବେ ନିର୍ମାଣକାରୀ ସଂସ୍ଥା CSL ହେଉଛି ଭାରତୀୟ ଜାହାଜ ଚଳାଚଳ ମନ୍ତ୍ରଣାଳୟର ଏକ ନିର୍ମାଣକାରୀ କମ୍ପାନୀ । ଏହି ଜାହାଜରେ ବର୍ତ୍ତମାନ ସମୟର ସାମରିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକାଧିକ ଅତ୍ୟାଧୁନିକ ବୈଶିଷ୍ଟ୍ୟ ସହ ନିର୍ମାଣ କରାଯାଇଛି । ଏହାର ନାମକରଣ ମଧ୍ୟ ଭାରତୀୟ ନୌସେନାରେ ପୂର୍ବରୁ ସେବା ଯୋଗାଇ ସାରିଥିବା ପ୍ରଥମ ବିମାନ ବାହକ ଯୁଦ୍ଧପୋତ ‘INS ବିକ୍ରାନ୍ତ’ ନାମରେ ନାମିତ କରାଯାଇଛି । ତେବେ ପ୍ରଥମ ବିକ୍ରାନ୍ତ ଋଷ ଠାରୁ ଭାରତ କିଣିଥିବା ବେଳେ ଏହି ଜାହାଜଟି ସମ୍ପୂର୍ଣ୍ଣ ସ୍ବେଦଶୀ ଜ୍ଞାନକୌଶଳରେ ନର୍ମିତ ହୋଇଛି ।

ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଦେଶ ‘‘ଆଜାଦୀ କିି ଅମୃତ ମସତ୍ସୋବ’’ ପାଳନ କରୁଛି । ଏହି ଅବସରରେ ଭାରତୀୟ ନୌସେନାରେ ସାମିଲ ହେବ INS ବିକ୍ରାନ୍ତ । ଆଜି ଏହାର ହସ୍ତାନ୍ତରଣ ରାଜିନାମା ସ୍ବାକ୍ଷରିତ ହେବା ପରେ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ ହେବ । ପରେ ଏହାକୁ ଭାରତୀୟ ନୌସେନାରେ ବିଧିବଦ୍ଧ ଭାବେ ସାମିଲ କରାଯିବ । ଆଜିର ଦିନକୁ ଐତିହାସିକ ବୋଲି କହିଛି ଭାରତୀୟ ନୌସେନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.