ETV Bharat / bharat

INS କୋଲକାତାରୁ ସଫଳତାର ସହ ଟାର୍ଗେଟକୁ ହିଟ୍‌ କଲା ବ୍ରହ୍ମୋସ

ଆରବ ସାଗରରେ ‘ବ୍ରହ୍ମୋସ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । INS କୋଲକାତାରୁ ସଫଳତାର ସହ ଟାର୍ଗେଟକୁ କଲା ହିଟ୍‌ । ଅଧିକ ପଢନ୍ତୁ

author img

By

Published : Mar 5, 2023, 8:41 PM IST

ଟାର୍ଗେଟକୁ ହିଟ୍‌ କଲା ବ୍ରହ୍ମୋସ
ଟାର୍ଗେଟକୁ ହିଟ୍‌ କଲା ବ୍ରହ୍ମୋସ

ନୂଆଦିଲ୍ଲୀ: ଯୁଦ୍ଧ ଜାହାଜରୁ ସ୍ବଦେଶୀ କ୍ଷେପଣାସ୍ତ୍ର ପ୍ରଣାଳୀ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ କରିଛି ନୌସେନା । ଆଜି (ରବିବାର) ଭାରତୀୟ ନୌସେନା ପକ୍ଷରୁ ନୌସେନା ଜାହାଜରୁ ଏହି ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି । ଆରବ ସାଗରରେ ଥିବା ନୌସେନା ଯୁଦ୍ଧ ଜାହାଜ ‘INS କୋଲକାତା’ରୁ ଏହାକୁ ଉତକ୍ଷେପଣ କରାଯାଇଥିଲା । ସଫଳତାର ସହ କ୍ଷେପଣାସ୍ତ୍ର ତାର ଟାର୍ଗେଟକୁ ଲକ୍ଷ୍ୟଭେଦ କରି ନଷ୍ଟ କରିଦେଇଥିଲା । ଏହି ପରୀକ୍ଷଣ ସମୟରେ ସମ୍ପୂର୍ଣ୍ଣ ଅଭ୍ୟାସର ସମସ୍ତ ପାରାମିଟର ସ୍ବାଭାବିକ ତଥା ନିର୍ଦ୍ଧାରିତ ଭାବେ କାର୍ଯ୍ୟ କରିଥିଲା । ପରୀକ୍ଷଣ ସମ୍ପୂର୍ଣ୍ଣ ସଫଳ ହୋଇଥିବା ନୌସେନା ପକ୍ଷରୁ ସୂଚନା ମିଳିଛି ।

‘ବ୍ରହ୍ମୋସ’ କ୍ଷେପଣାସ୍ତ୍ର ପ୍ରଣାଳୀକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ଦ୍ୱାରା ଡିଜାଇନ୍ କରାଯାଇଛି । ଏହାର ଏକାଧିକ ବ୍ୟବହାରିକ ପରୀକ୍ଷଣ ମଧ୍ୟ ସଫଳତାର ସହ ଶେଷ କରାଯାଇଛି । ଏହା ଉଭୟ ଆକାଶ ଓ ସ୍ଥଳପଥକୁ ଟାର୍ଗେଟ କରିପାରିବ । ଆଜି ପରୀକ୍ଷଣ ହୋଇଥିବା ଏହି ଭର୍ସନ ହେଉଛି ନୌସେନା ପାଇଁ ଉଦ୍ଦିଷ୍ଟ ସଂସ୍କରଣ । ଏହାକୁ ଗଭୀର ସମୁଦ୍ରରେ ଲଢୁଆ ଯୁଦ୍ଧ ଜାହାଜରୁ ଉତକ୍ଷେପଣ କରାଯିବ ।

ତେବେ ଏହା ଭାରତର ସମ୍ପୂର୍ଣ୍ଣ ସ୍ବେଦେଶୀ ନିର୍ମିତ କ୍ଷେପଣାସ୍ତ୍ର ପ୍ରଣାଳୀ ନୁହେଁ ବରଂ ଏହା ଭାରତ-ଋଷ ଜଏଣ୍ଟ ଭେଞ୍ଚର ମୋଡରେ ବିକଶିତ ହୋଇଛି । ଭାରତର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଏବଂ ଋଷ ଫେଡେରେଶନର ଏନପିଓ ମାସିନୋଷ୍ଟ୍ରୋଏନିଆ ମଧ୍ୟରେ ମିଳିତ ଉଦ୍ୟମରେ ବିକଶିତ ହୋଇଛି ବ୍ରହ୍ମୋସ କ୍ଷେପଣାସ୍ତ୍ର ପ୍ରଣାଳୀ । ଏହା ସମଗ୍ର ବିଶ୍ବର ସର୍ବାଧିକ ଶକ୍ତିଶାଳୀ ତଥା ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପ୍ରଣାଳୀ ମଧ୍ୟରେ ଅନ୍ୟତମ । ବ୍ରହ୍ମୋସ୍ ଏରୋସ୍ପେସର ଏକାଧିକ ଅପଗ୍ରେଡେଡ ଭର୍ସନ ମଧ୍ୟ ଉପଲବ୍ଧ ହୋଇସାରିଲାଣି ।

ଏହାଏକ ସୁପରସୋନିକ୍ କ୍ରୁଜ୍ ବର୍ଗର ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପ୍ରଣାଳୀ, ଯାହା ବୁଡାଜାହାଜ(ସବ୍‌ମେରାଇନ), ନୌସେନା ଜାହାଜ, ଲଢୁଆ ବିମାନ ଏପରିକି ସ୍ଥଳଭାଗରୁ ମଧ୍ୟ ଅତିସହଜରେ ଉତକ୍ଷେପଣ କରାଯାଇପାରିବ । ଏହାସହ ଏହା ହେଉଛି ବିଶ୍ୱର ଦ୍ରୁତତମ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର । ବର୍ତ୍ତମାନ ଭାରତୀୟ ନୌସେନାର ଡେଷ୍ଟ୍ରୟର ଓ ଫ୍ରିଗେଟ୍ ବର୍ଗର ପ୍ରାୟ ସାତୋଟି ଜାହାଜରେ ବ୍ରହ୍ମୋସ୍ ଆଣ୍ଟି-ସିପ କ୍ଷେପଣାସ୍ତ୍ର ପ୍ରଣାଳୀକୁ ଇନଷ୍ଟଲ କରାଯାଇଛି । ସେହିପରି ଭାରତୀୟ ସ୍ଥଳସେନାରେ ମଧ୍ୟ ତିନୋଟି ରେଜିମେଣ୍ଟରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ପ୍ରଣାଳୀ ରହିଛି । ଭାରତର ବ୍ରହ୍ମପୁତ୍ର ଏବଂ ଋଷର ମସ୍କଭା ନଦୀର ମିଳିତ ନାମ ଆଧାରରେ ‘ବ୍ରହ୍ମୋସ’ କ୍ଷେପଣାସ୍ତ୍ର ପ୍ରଣାଳୀର ନାମକରଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.