ETV Bharat / bharat

ଭାରତୀୟ ନୌସେନାକୁ ମିଳିଲା 2 ରୋମିଓ ଆଟାକ୍ ହେଲିକପ୍ଟର

author img

By

Published : Jul 29, 2022, 11:45 AM IST

Updated : Jul 29, 2022, 2:45 PM IST

ଗୁରୁବାର ଭାରତୀୟ ନୌସେନାରେ ସାମିଲ ହେଲା ୨ଟି MH୬୦R ରୋମିଓ ହେଲିକପ୍ଟର । ଅଧିକ ପଢନ୍ତୁ

ଭାରତୀୟ ନୌସେନାକୁ ମିଳିଲା ଆଉ ୨ଟି ରୋମିଓ ହେଲିକପ୍ଟର

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ସାମିଲ ହେଲା୨ଟି MH୬୦R(MH 60R multi-role helicopters) ରୋମିଓ ହେଲିକପ୍ଟର । ଗୁରୁବାର ଭାରତୀୟ ନୌସେନା କୋଚି ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ହେଲିକପ୍ଟରକୁ ଗ୍ରହଣ କରିଛି । ଆମେରିକାର ବାୟୁସେନାର ସ୍ପେଶାଲ ଏୟାର ଆସାଇନମେଣ୍ଟ ମିଶନ ଫ୍ଲାଇଟ୍ ଦ୍ୱାରା ଏହି ହେଲିକପ୍ଟର ଭାରତରେ ପହଞ୍ଚିଛି । ଏହା ପୂର୍ବରୁ ୨୦୨୧ରେ ଆମେରିକା ଭାରତକୁ ୩ଟି ରୋମିଓ ହେଲିକପ୍ଟର ପ୍ରଦାନ କରିଥିଲା । ବର୍ତ୍ତମାନ ଏହା ନୌସେନା କର୍ମଚାରୀଙ୍କୁ ତାଲିମ ଦେବା ପାଇଁ ବ୍ୟବହୃତ ହେଉଛି । ଅଗଷ୍ଟ 22ରେ ଅନ୍ୟ ଏକ ହେଲିକପ୍ଟର ଆସିବା ନେଇ ସୂଚନା ମିଳିଛି ।

ଭାରତୀୟ ନୌସେନାକୁ ମିଳିଲା ୨ଟି ରୋମିଓ ହେଲିକପ୍ଟର

୨୪ଟି ଏହି ପ୍ରକାରଭୁକ୍ତ ହେଲିକପ୍ଟର କ୍ରୟ କରିବା ପାଇଁ ଆମେରିକା ସହ ୨୦୨୦ରେ ଚୁକ୍ତି କରିଥିଲା ଭାରତ । ଦୁଇ ଦେଶ ମଧ୍ୟରେ ମୋଟ ୨.୪ ବିଲିୟନ ଆମେରିକୀୟ ଡଲାରରେ ଏହି ଚୁକ୍ତି ହୋଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ମୋଟ ୫ଟି ରୋମିଓ ହେଲିକପ୍ଟର ଆସିଥିବା ବେଳେ ୨୦୨୫ ସୁଦ୍ଧା ସମସ୍ତ ୨୪ଟି ହେଲିକପ୍ଟର ଭାରତରେ ପହଞ୍ଚିବ ବୋଲି କୁହାଯାଉଛି ।

Last Updated : Jul 29, 2022, 2:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.