ETV Bharat / bharat

ନୌସେନାକୁ ସଫଳତା, ଆଇଏନଏସ୍ ବିକ୍ରାନ୍ତ ଉପରେ ମିଗ୍-29Kର ସଫଳ ଅବତରଣ - ଆଇଏନଏସ୍ ବିକ୍ରାନ୍ତ ଉପରେ ମିଗ୍ 29Kର ସଫଳ ଅବତରଣ

ସଫଳତାର ସହ ବିକ୍ରାନ୍ତରେ ରାତ୍ରିକାଳୀନ ଲ୍ୟାଣ୍ଡିଂ କଲା ମିଗ-29 ବିମାନ । ପ୍ରତିରକ୍ଷା କ୍ଷେତ୍ରରେ ଏହା ଆଉ ଏକ ମାଇଲଖୁଣ୍ଟ । ଅଧିକ ପଢନ୍ତୁ

landing of mig 29k on ins vikrant
landing of mig 29k on ins vikrant
author img

By

Published : May 26, 2023, 10:48 AM IST

ନୂଆଦିଲ୍ଲୀ: ସଫଳତା ଦିଗରେ ଆଗେଇ ଚାଲିଛି ନୌସେନା । ଏହାରି ଭିତରେ ନୌସେନାକୁ ପୁଣି ଏକ ସଫଳତା ମିଳିଛି । ଭାରତର ସ୍ବଦେଶୀ ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରାନ୍ତରେ ରାତ୍ରିକାଳରେ ଲଢୁଆ ମିଗ-29K ବିମାନକୁ ସଫଳତାର ସହ ଅବତରଣ କରାଯାଇଛି । ନୌସେନାକୁ ଆତ୍ମନିର୍ଭର କରିବା ଦିଗରେ ଏହା ଆଉ ଏକ ପଦକ୍ଷେପ । ଏନେଇ ଭାରତୀୟ ନୌସେନା ପକ୍ଷରୁ ଭିଡିଓ ଟ୍ବିଟ କରି ସୂଚନା ଦିଆଯାଇଛି । ଏଥରେ ଅନ୍ଧାର ରାତିରେ କିପରି ସଫଳ ଭାବେ ବିକ୍ରାନ୍ତରେ ମିଗ-29K ବିମାନ ଅବତରଣ କରିଛି ତାହା ଦେଖାଯାଇଛି । ପ୍ରତିରକ୍ଷା କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ ।

  • Congratulations to the Indian Navy for successfully undertaking the maiden night landing trials of MiG-29K on #INSVikrant. This remarkable achievement is a testimony to the skills, perseverance and professionalism of the Vikrant crew and Naval pilots. Kudos to them. https://t.co/1wzIONNM8C

    — Rajnath Singh (@rajnathsingh) May 25, 2023 " class="align-text-top noRightClick twitterSection" data=" ">

ପ୍ରଥମ ଥର ପାଇଁ ଆଇଏନଏସ ବିକ୍ରାନ୍ତରେ ଏହି ଲଢ଼ୁଆ ବିମାନର ଏଭଳି ଅବତରଣ କରାଯାଇଥିବା କୁହାଯାଉଛି । ଏହି ସଫଳତା ପରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ନୌସେନାକୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, "ଅନ୍ଧାର ରାତିରେ ବିକ୍ରାନ୍ତରେ ମିଗ-29K ବିମାନ ଅବତରଣ କରିଛି । ଏହି ସଫଳତା ପାଇଁ ମୁଁ ନୌସେନାକୁ ସଫଳତା ଜଣାଉଛି । ବିକ୍ରାନ୍ତ କର୍ମଚାରୀ ଏବଂ ନୌସେନାଙ୍କର ପ୍ରତିବଦ୍ଧତା, କୌଶଳ ଏହା ଦ୍ବାରା ପ୍ରମାଣିତ ହେଉଛି। "

ମିଗ 29 ହେଇଛି ଆଇଏନଏସର ଏକ ଅଂଶ । ଏହାଏକ ଯୁଦ୍ଧ ବିମାନ । ଏହାର ଗତି ଧ୍ବନିର ଗତି ଠାରୁ ମଧ୍ୟ ଦୁଇଗୁଣା ଅଧିକ । ଏହା 65ହଜାର ଫୁଟ ଉଚ୍ଚାକୁ ଯାଇପାରେ । ତେବେ ମିଗ 29 ପୂର୍ବରୁ ଆଇଏନଏସ ବିକ୍ରାନ୍ତରେ କୋମେବ ହେଲିକପ୍ଟର ଅବତରଣ କରିଥିଲା । ଏହା ପରେ ତେଜସ ବିମାନ ମଧ୍ୟ ସମାନ ଢଙ୍ଗରେ ଅବତରଣ କରିଥିଲା । କିନ୍ତୁ ଏହି ବିମାନକୁ ଦିନରେ ଅବତରଣ କରାଯାଇଥିଲା ।

ଆଇଏନଏସ ବିକ୍ରାନ୍ତ କଣ ?: ଆଇଏନ୍‌ଏସ୍‌ ବିକ୍ରାନ୍ତ ହେଉଛି ଭାରତରେ ନିର୍ମିତ ପ୍ରଥମ ବିମାନ ପରିବହନକାରୀ ଯୁଦ୍ଧପୋତ । ଏହାକୁ କେରଳର କୋଚିନ୍ ସିପୟାର୍ଡ ଲିମିଟେଡ୍ (CSL) ଦ୍ୱାରା ନିର୍ମାଣ କରାଯାଇଥିଲା । ଏହାର ଲମ୍ବ 263 ମିଟର ଏବଂ ପ୍ରସ୍ଥ 62 ମିଟର । ଓ୍ବାରସିପ ଡିଜାଇନ ବ୍ୟୁରୋ ପକ୍ଷରୁ ଏହାର ରୂପରେଖ ପ୍ରସ୍ତୁତ କରାଯାଇଥିବା ବେଳେ ସିପୟାର୍ଡ ଲିମିଟେଡ୍ ଦ୍ବାରା ନିର୍ମାଣ କରାଯାଇଥିଲା । ଯୁଦ୍ଧପୋତରେ 14ଟି ଡେକ ଏବଂ 1700କୁ ଅଧିକ କ୍ରୁ ରଖିବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ଏଥିରେ ମହିଳା ଅଧିକାରୀଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ପ୍ରକୋଷ୍ଠ ତିଆରି କରାଯାଇଛି । ଆଇଏନଏସ ବିକ୍ରାନ୍ତର ଓଜନ 40 ହଜାର ଟନ ରହିଛି । ଭାରତୀୟ ମେରିଟାଇମ ଇତିହାସରେ ଏହା ସର୍ବବୃହତ ଜାହାଜ । ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଏନଏସ ବିକ୍ରାନ୍ତକୁ ନୌସେନାକୁ ହସ୍ତାନ୍ତର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.