ETV Bharat / bharat

ଫୋକସରେ ତଟସୁରକ୍ଷା, ନୌସେନାକୁ ମିଳିଲା 3 ଅତ୍ୟାଧୁନିକ ସ୍ବଦେଶୀ ହେଲିକପ୍ଟର - ଅତ୍ୟାଧୁନିକ ସ୍ବଦେଶୀ ହେଲିକପ୍ଟର

ହିନ୍ଦୁସ୍ତାନ ଏରୋନଟିକାଲ ଲିମିଟେଡ(HAL)ରୁ ଭାରତୀୟ ନୌସେନାକୁ ମିଳିଛି 3ଟି ଅତ୍ୟାଧୁନିକ ସ୍ବଦେଶୀ ହାଲୁକା ଯୁଦ୍ଧ ବିମାନ । ମେଡ ଇନ ଇଣ୍ଡିଆ Mark-3 ଆଡଭାନ୍ସ ହାଲୁକା ହେଲିକପ୍ଟରକୁ ତଟସୁରକ୍ଷା ପାଇଁ ବିକଶିତ କରାଯାଇଛି । ଅଧିକ ପଢନ୍ତୁ...

ନୌସେନାକୁ ମିଳିଲା 3 ଅତ୍ୟାଧୁନିକ ସ୍ବଦେଶୀ ହେଲିକପ୍ଟର, ଉପକୂଳ ଉପରେ ରହିବ କଡା ନଜର

author img

By

Published : Feb 5, 2021, 6:02 PM IST

ବେଙ୍ଗାଲୁରୁ: ପ୍ରତିରକ୍ଷା କ୍ଷେତ୍ରରେ ଦିନକୁ ଦିନ ଆତ୍ମନିର୍ଭର ଭାରତକୁ ମିଳୁଛି ବଳ । ଏହି କ୍ରମରେ ହିନ୍ଦୁସ୍ତାନ ଏରୋନଟିକାଲ ଲିମିଟେଡ (HAL)ରୁ ଭାରତୀୟ ନୌସେନାକୁ ମିଳିଛି 3ଟି ଅତ୍ୟାଧୁନିକ ସ୍ବଦେଶୀ ହାଲୁକା ହେଲିକପ୍ଟର । ମେଡ ଇନ ଇଣ୍ଡିଆ Mark-3 ଆଡଭାନ୍ସ ହାଲୁକା ହେଲିକପ୍ଟରକୁ ତଟସୁରକ୍ଷା ପାଇଁ ବିକଶିତ କରାଯାଇଛି ।

ସମ୍ବାଦ ସରବରାହ ସଂସ୍ଥା ଆଇଏଏନଏସ ଅନୁଯାୟୀ ମୋଟ 16ଟି Mk-III ହେଲିକପ୍ଟର ମଧ୍ୟରୁ 3ଟି ହେଲିକପ୍ଟରକୁ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହଙ୍କୁ ଏରୋ ଇଣ୍ଡିଆ ଶୋରେ ହସ୍ତାନ୍ତର କରାଯାଇଛି । ଏହି ମଲ୍ଟି ମିଶନ ହେଲିକପ୍ଟରରେ ଉନ୍ନତ ସେନ୍ସର ଲଗାଯାଇଛି । ଏହିଭଳି 16ଟି ଏମକେ-3 ହେଲିକପ୍ଟରର ଅର୍ଡର ଦେଇଛି ଭାରତୀୟ ନୌସେନା ।

ସେପଟେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଭରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (ବିଇଏଲ) ମଧ୍ୟରେ ଶୁକ୍ରବାର ବେଙ୍ଗାଲୁରୁର ଏରୋ ଇଣ୍ଡିଆ ଶୋ ସମୟରେ ସଫ୍ଟୱେର ଡିଫାଇନ୍‌ଡ ରେଡିଓ ଟେକ୍ଟିକାଲ୍ କ୍ରୟ ପାଇଁ ଚୁକ୍ତ ହୋଇଛି । ତେବେ ଏଥିପାଇଁ 1000 କୋଟିରୁ ଅଧିକ ଟଙ୍କାର ଚୁକ୍ତିନାମା ସ୍ବାକ୍ଷର କରାଯାଇଥିବା ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.