ETV Bharat / bharat

ବିପ୍ଳବୀ କ୍ୟାପେଟନ ରାମ ସିଂ, ସ୍ବାଧୀନତା ସଂଗ୍ରାମରେ ସଙ୍ଗୀତକୁ ବନାଇଥିଲେ ଅସ୍ତ୍ର

author img

By

Published : Sep 19, 2021, 11:10 AM IST

ଭାରତରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା ବ୍ରିଟିଶ ବିରୋଧୀ ଲଢେଇ । ଦେଶ ପାଇଁ ଜୀବନ ଦେଇଥିଲେ ଅନେକ ବୀର ପୁରୁଷ । କିଏ ଅହିଂସା ରାସ୍ତାରେ ଚାଲି ଲଢେଇ କରିଥିଲେ ତ ଆଉ କିଏ ହାତରେ ଧରିଥିଲେ ବନ୍ଧୁକ । ସ୍ବାଧୀନତା ସଂଗ୍ରାମର ଏହି ଲଢେଇରେ ସଙ୍ଗୀତକୁ ମଧ୍ୟ ଅସ୍ତ୍ର ବନାଇ ଲୋକଙ୍କ ମଧ୍ୟରେ ଜାତୀୟ ଭାବନା ଜାଗ୍ରତ କରାଯାଉଥିଲା । ତେବେ ସଙ୍ଗୀତ ମାଧ୍ୟମରେ ଦେଶବାସୀଙ୍କୁ ନିଦରୁ ଜାଗ୍ରତ କରିଥିବା ବିପ୍ଳବୀଙ୍କ ମଧ୍ୟରେ ଥିଲେ ହିମାଚଳପ୍ରଦେଶ ଧର୍ମଶାଳାର ମାଟିର ପୁଅ କ୍ୟାପଟେନ ରାମ ସିଂ । ଅଧିକ ପଢନ୍ତୁ....

ବିପ୍ଳବୀ କ୍ୟାପେଟନ ରାମ ସିଂ, ସ୍ବାଧୀନତା ସଂଗ୍ରାମରେ ସଙ୍ଗୀତକୁ ବନାଇଥିଲେ ଅସ୍ତ୍ର
ବିପ୍ଳବୀ କ୍ୟାପେଟନ ରାମ ସିଂ, ସ୍ବାଧୀନତା ସଂଗ୍ରାମରେ ସଙ୍ଗୀତକୁ ବନାଇଥିଲେ ଅସ୍ତ୍ର

ସିମଲା: ଭାରତରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା ବ୍ରିଟିଶଙ୍କ ବିରୋଧରେ ଲଢେଇ । ଲହୁଲୁହାଣ ହୋଇ ଦେଶ ପାଇଁ ବଳିପଡିଥିଲେ ଅନେକ ବୀର ପୁରୁଷ । କିଏ ଅହିଂସା ରାସ୍ତାରେ ଚାଲି ଲଢେଇ କରିଥିଲେ ତ ଆଉ କିଏ ହାତରେ ଧରିଥିଲେ ବନ୍ଧୁକ । କିନ୍ତୁ ଯୁଦ୍ଧ କେବଳ ଯେ ଅସ୍ତ୍ରଶସ୍ତ୍ର ସହିତ ଲଢାଯାଏ, ଏହା ଜରୁରୀ ନୁହେଁ । ସ୍ବାଧୀନତା ସଂଗ୍ରାମରେ ଦେଶାତ୍ମବୋଧକ ସଙ୍ଗୀତର ମଧ୍ୟ ଥିଲା ବେଶ ବଡ଼ ଭୂମିକା । ଯାହାକୁ ପ୍ରମାଣ କରିଥିଲେ କିଛି ସ୍ବତନ୍ତ୍ର ବିପ୍ଳବୀ ।

ଏହି ବିପ୍ଳବୀମାନେ ହାତରେ ବନ୍ଧୁକ ବଦଳରେ ଧରିଥିଲେ ଭାଓଲିନ, ଆଉ ସଙ୍ଗୀତକୁ ବନାଇଥିଲେ ଅସ୍ତ୍ର । ଏମାନଙ୍କ ସଙ୍ଗୀତ ଶୁଣି ଦେଶର ଛୋଟ ଛୋଟ ଶିଶୁଙ୍କ ରକ୍ତରେ ମଧ୍ୟ ଭରିଯାଉଥିଲା ସ୍ବାଧୀନତା ସଂଗ୍ରାମର ବହ୍ନି । ଏହି ବିପ୍ଳବୀମାନେ ଅସ୍ତ୍ରଶସ୍ତ୍ର ସହିତ ସଙ୍ଗୀତ ଗାନ କରିବାରେ ବେଶ ମାହିର ଥିଲେ । ଏମିତି ଅନେକ ବିପ୍ଳବୀଙ୍କ ମଧ୍ୟରୁ ଜଣେ ଥିଲେ ହିମାଚଳପ୍ରଦେଶ ଧର୍ମଶାଳାର ମାଟିର ପୁଅ କ୍ୟାପଟେନ ରାମ ସିଂ ।

ଯେତେବେଳେ ବି ଭାରତର ଲୋକମାନେ ଜାତୀୟ ସଂଗୀତ ଶୁଣିବା ମାତ୍ରେ ସାବଧାନତାର ସହ ଠିଆ ହୁଅନ୍ତି, ସେତେବେଳେ ଆମେ ମହାନ କବି ତଥା ଏହି ସଙ୍ଗୀତକୁ ଲେଖିଥିବା ରବୀନ୍ଦ୍ରନାଥ ଟାଗୋରଙ୍କୁ ମନେ ପକାଇଥାଉ । କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ଆମର ଜାତୀୟ ସଂଗୀତ 'ଜନ ଗଣ ମନ' ହିମାଚଳ ପ୍ରଦେଶରେ ଜନ୍ମ ହୋଇଥିବା ରାମ ସିଂ ଠାକୁରଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିଲା ଅର୍ଥାତ ଏଥିରେ ତାଳ ବା ଧୁନ୍‌ ଦେଇଥିଲେ ଏହି ମହାନ ଆତ୍ମା । ଠାକୁର ଜଣେ ସ୍ବାଧୀନତା ସଂଗ୍ରାମୀ ଥିଲେ । ସଙ୍ଗୀତ ପ୍ରତି ତାଙ୍କର ବହୁତ ଭଲପାଇବା ଥିଲା ।

ଧର୍ମଶାଳାର ଖାନିୟାରାରେ ନେଇଥିଲେ ଜନ୍ମ:-

1941 ମସିହା ଅଗଷ୍ଟ 15 ତାରିଖ ଧର୍ମଶାଳାର ଖାନିୟାରାରେ ଜନ୍ମଗ୍ରହଣ କରିଥିଲେ ରାମ ସିଂ । ପିଲାଦିନରୁ ରାମ ସିଂ ସଂଗୀତକୁ ଭଲ ପାଉଥିଲେ ଏବଂ ତାଙ୍କ ଅଜା ନାଥୁ ଚାନ୍ଦ ତାଙ୍କୁ ଆଗକୁ ବଢିବାକୁ ପ୍ରେରଣା ଦେଉଥିଲେ। ପିଲାଦିନେ ଏକ ପଶୁର ଶିଙ୍ଗକୁ ବାଦ୍ୟଯନ୍ତ୍ର ବଜାଇ ଧୁନ ବାହାର କରୁଥିଲେ ସେ । ରାମ ସିଂ ମାତ୍ର 14 ବର୍ଷ ବୟସରେ ବ୍ରିଟିଶର ଗୋରଖା ରାଇଫଲରେ ଯୋଗ ଦେଇଥିଲେ । ଏଠାରେ ମଧ୍ୟ ସେ ସଙ୍ଗୀତ ପ୍ରତି ତାଙ୍କର ଆଗ୍ରହ ଛାଡି ନଥିଲେ । ସେ ସେନାରେ ମଧ୍ୟ କ୍ରମାଗତ ଭାବରେ ସଙ୍ଗୀତ ଶିଖୁଥିଲେ ।

ଦ୍ବିତୀୟ ବିଶ୍ବଯୁଦ୍ଧରେ ଜାପାନୀ ସେନା କରିଥିଲା ବନ୍ଦୀ:-

ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ରାମସିଂ କହିଥିଲେ ଯେ ସେ ସେନାବାହିନୀର ପ୍ରସିଦ୍ଧ ବ୍ରିଟିଶ ସଂଗୀତଜ୍ଞ ହଡସନ୍ ଆଣ୍ଡ ଡେନିଶ ବ୍ରାସ ବ୍ୟାଣ୍ଡ, ଷ୍ଟ୍ରିଙ୍ଗ୍ ବ୍ୟାଣ୍ଡ ଏବଂ ଡ୍ୟାନ୍ସ ବ୍ୟାଣ୍ଡଠାରୁ ତାଲିମ ନେଇଥିଲେ । କ୍ୟାପଟେନ ରୋଜଙ୍କଠାରୁ ଭାଓଲିନ ଶିଖିଥିଲେ । 1941 ମସିହା ଅଗଷ୍ଟ ମାସରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ତାଙ୍କୁ ସେନା ସହିତ ମାଲାୟା ଏବଂ ସିଙ୍ଗାପୁରକୁ ପଠାଯାଇଥିଲା । ଏଠାରେ ଜାପାନ ସେନା ଭାରତୀୟ ବ୍ରିଟିଶ ସେନାର ଅନେକ ସୈନ୍ୟଙ୍କ ଯୁଦ୍ଧ ସମୟରେ ବନ୍ଦୀ କରି ନେଇଥିଲେ । ଏହି ସୈନ୍ୟମାନଙ୍କ ମଧ୍ୟରେ ପ୍ରାୟ 200 ସୈନିକ ଭାରତୀୟ ଥିଲେ, ସେମାନଙ୍କ ମଧ୍ୟରୁ ରାମ ସିଂ ମଧ୍ୟ ଜଣେ ଥିଲେ ।

ମୁକ୍ତ ପରେ ନେତାଜୀଙ୍କୁ ଭେଟିଥିଲେ:-

1942 ମସିହାରେ ଜାପାନରୁ ବନ୍ଦୀ ଭାରତୀୟ ସୈନିକମାନଙ୍କୁ ମୁକ୍ତ କରିବା ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ । ରାମ ସିଂ ମଧ୍ୟ ଆଜାଦ ହିନ୍ଦ ଫୌଜରେ ଯୋଗ ଦେଇଥିଲେ । ସେଠାରେ ରାମ ସିଂ ସୁଭାଷ ଚନ୍ଦ୍ର ବୋଷଙ୍କୁ ଭେଟିଥିଲେ। ଯେତେବେଳେ ସେ ପ୍ରଥମ ଥର ପାଇଁ ନେତାଜୀଙ୍କୁ ଭେଟିଥିଲେ, ସେତେବେଳେ ସେ ମମତାଜ ହୁସେନଙ୍କୁ ସମ୍ମାନ ଜଣାଇ ଏକ ଗୀତ ରଚନା କରିଥିଲେ। ଏହି ଗୀତଟି ଥିଲା 'ସୁଭାଷ ଜୀ ସୁଭାଷ ଜୀ ବୋ ଜାନେ ହିନ୍ଦ ଆ ଗୟେ' ।

ନେତାଜୀ ଦେଇଥିଲେ ଭାଓଲିନ ପୁରସ୍କାର:-

ତାଙ୍କର ସଂଗୀତ ବୁଝାମଣାରେ ପ୍ରଭାବିତ ହୋଇ ସୁଭାଷ ଚନ୍ଦ୍ର ବୋଷ ତାଙ୍କୁ ତାଙ୍କର ପ୍ରିୟ ବାଦ୍ୟଯନ୍ତ୍ର ଏକ ଭାଓଲିନ ପୁରସ୍କାର ଦେଇଥିଲେ । ସେ ଏପରି ଗୀତ ଗାଇବା ପାଇଁ ରାମ ସିଂଙ୍କୁ ଦାୟିତ୍ବ ଦେଇଥିଲେ ଯାହା ତାଙ୍କ ସୈନ୍ୟବାହିନୀର ଆତ୍ମାକୁ ବଜାୟ ରଖିବ ଏବଂ ଦେଶ ଲୋକଙ୍କ ହୃଦୟକୁ ପୂର୍ଣ୍ଣ କରିବ। ଏହାପରେ ପଣ୍ଡିତ ବଂଶୀଧର ଶୁକ୍ଲାଙ୍କ ସଙ୍ଗୀତର ସ୍ବର ରାମ ସିଂ ଠାକୁର ରଚନା କରିଥିଲେ । ଆଜି ବି ଏହି ଗୀତ ଦେଶର ଲୋକଙ୍କ ମଧ୍ୟରେ ଉତ୍ସାହ ଭରିଦିଏ । ଏହା ବ୍ୟତୀତ କ୍ୟାପଟେନ ରାମ ସିଂ ଅନେକ ଗୀତରେ ସ୍ବର ମଧ୍ୟ ଦେଇଥିଲେ।

୧୯୪୭ ଅଗଷ୍ଟ ୧୫ରେ ବଜାଇଥିଲେ ରାଷ୍ଟ୍ରସଙ୍ଗୀତର ଧୁନ:-

ଯେବେ ଦେଶ ସ୍ବାଧୀନ ହୋଇଥିଲା, ଏହି ପବିତ୍ର ଦିବସ ଅବସରରେ 15 ଅଗଷ୍ଟ 1947ରେ ପଣ୍ଡିତ ଜବାହରଲାଲ ନେହେରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ କ୍ୟାପଟେନ ରାମ ସିଂଙ୍କ ନେତୃତ୍ବରେ INA (ଭାରତୀୟ ଜାତୀୟ ସେନା)ର ଲାଲକିଲ୍ଲାରେ 'ଶୁଭ ସୁଖ ଚେନ୍ କି ବରଖା ବର୍ସେ' ଗୀତର ସ୍ବର ବଜାଇଥିଲେ ।

ଲକ୍ଷ୍ନୌରେ ହୋଇଥିଲା ଦେହାନ୍ତ:-

ଏହି ଗୀତର ଧୁନ୍‌କୁ ପରେ ରାଷ୍ଟ୍ର ସଙ୍ଗୀତ 'ଜନ ଗଣ ମନ'ର ସ୍ବର ଭାବରେ ବ୍ୟବହୃତ ହୋଇଥିଲା । ଏହିପରି ରାମ ସିଂଙ୍କ ଦ୍ବାରା ଆମର ଜାତୀୟ ସଂଗୀତର ସ୍ବର ରଚନା କରାଯାଇଥିଲା । ସେନାରୁ ଅବସର ନେବା ପରେ ଉତ୍ତରପ୍ରଦେଶ ସରକାର ତାଙ୍କୁ ସମ୍ମାନର ଚିହ୍ନ ଭାବରେ ପୋଲିସରେ ଇନ୍ସପେକ୍ଟର ଭାବରେ ନିଯୁକ୍ତ ଦେଇଥିଲେ । ଲକ୍ଷ୍ନୌରେ ଆଜୀବନ ରହିବାକୁ ୟୁପି ସରକାର ଏକ ବଙ୍ଗଳା ମଧ୍ୟ ଦେଇଥିଲେ । 2002 ମସିହାରେ ସେ ଲକ୍ଷ୍ନୌରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । କିନ୍ତୁ ଜଗତରୁ ବିଦାୟ ନେବା ପୂର୍ବରୁ ସେ ଭାରତର ଜାତୀୟ ସଂଗୀତକୁ ଏକ ଅମର ତଥା ଅବିସ୍ମରଣୀୟ ସ୍ବର ଭେଟି ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.