ETV Bharat / bharat

ପାକିସ୍ତାନରେ ପଡିଲା ଭାରତର ମିସାଇଲ, ତଦନ୍ତ ନିର୍ଦ୍ଦେଶ ଦେଲା ପ୍ରତିରକ୍ଷା ମନ୍ତ୍ରଣାଳୟ

author img

By

Published : Mar 11, 2022, 8:25 PM IST

ପାକିସ୍ତାନ ଦାବି ଉପରେ ପ୍ରତିକ୍ରିୟା ରଖିଲା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ । ଭୁଲବଶତଃ ପାକିସ୍ତାନରେ ମିସାଇଲ ପଡିଥିବା କହିଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

କ୍ଷମା ମାଗିଲା ଭାରତ
କ୍ଷମା ମାଗିଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ଦାବି ଉପରେ ପ୍ରତିକ୍ରିୟା ରଖିଲା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ । ଭୁଲବଶତଃ ପାକିସ୍ତାନରେ ମିସାଇଲ ପଡିଥିବା କହିଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ତେବେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ମିସାଇଲ ପାକିସ୍ତାନକୁ ପଡିଥିବା କହିଛି ମନ୍ତ୍ରଣାଳୟ । ତେବେ ଏହି ମିସାଇଲଟି ନିୟମିତ ମେଣ୍ଟେନାନ୍ସ ସମୟରେ ଯାନ୍ତ୍ରିକ ତ୍ରୁଟି ପାଇଁ ଫାୟାର ହୋଇଥିଲା ଏବଂ ଏଥିରେ କୌଣସି ଯୁଦ୍ଧାସ୍ତ୍ର ନଥିଲା । ତେବେ ଏହା ପାକିସ୍ତାନ ସୀମାର 124 କିମି ଦୂରରେ ପଡିଥିବା କୁହାଯାଇଛି ।

କ୍ଷମା ମାଗିଲା ଭାରତ
କ୍ଷମା ମାଗିଲା ଭାରତ

ସେହିପରି କେନ୍ଦ୍ର ସରକାର ଏହି ଘଟଣାକୁ ଗୁରୁତ୍ବର ସହ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ମିସାଇଲ ଭୁଲ ବଶତଃ ପାକିସ୍ତାନର ଏକ ଅଞ୍ଚଳରେ ପଡିଥିଲା । ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ କ୍ଷମା ମାଗିଛି ଭାରତ ।

ଅନ୍ୟପଟେ ଏହି ମିସାଇଲ ମାଡରେ କୌଣସି ଲୋକ ମୃତାହତ କିମ୍ବା କ୍ଷୟକ୍ଷତି ହୋଇ ନଥିବା କହିଛି ମନ୍ତ୍ରଣାଳୟ । ତେବେ ପାକିସ୍ତାନ ଦାବି କରିଛି ଏହି ମିସାଇଲ ଏକ ସୁପରସୋନିକ ମିସାଇଲ ଥିଲା । ଏହା 40 ହଜାର କିମି ଅଲଟିଚ୍ୟୁଡ୍ ରେ ଆସି ପଡିଥିବା ଦାବି କରିଛି ପାକିସ୍ତାନ । ଏହାସହିତ ଏହି ମିସାଇଲ ଘଣ୍ଟାପ୍ରତି 3 ହଜାର କିମି ଦୂରତା ଅତିକ୍ରମ କରିପାରେ ବୋଲି କହୁଯାଇଛି । ତେବେ ଘଟଣାଟି ଗତ 9 ତାରିଖରେ ଘଟିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.