ETV Bharat / bharat

ଭାରତ କିଣିବ 83 ତେଜସ୍ ବିମାନ, ବାୟୁସେନାରେ ଖୁବ ଶୀଘ୍ର ହେବ ସାମିଲ

author img

By

Published : Jan 14, 2021, 2:03 PM IST

ବାୟୁସେନାର ଶକ୍ତିକୁ ବଢାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରାୟ 83 ତେଜସ୍ ବିମାନ କିଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

ତେଜସ୍ ବିମାନ
ତେଜସ୍ ବିମାନ

ନୂଆଦିଲ୍ଲୀ: ବାୟୁସେନାର ଶକ୍ତିକୁ ବଢାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରାୟ 83 ତେଜସ୍ ବିମାନ କିଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । HAL ଠାରୁ ଏହି ବିମାନ କିଣାଯିବ । କଣ୍ଟ୍ରାକ୍ଟ ସାଇନ୍ ହେବାର 3 ବର୍ଷ ମଧ୍ୟରେ ହିଁ ବାୟୁସେନାକୁ ବିମାନ ପ୍ରଦାନ କରାଯିବ ।

ଆତ୍ମନିର୍ଭର ଭାରତ ଅଧିନରେ ପ୍ରତିରକ୍ଷା କ୍ଷେତ୍ରର ସାମର୍ଥ୍ୟ ବଢାଯିବ । ଏହି ସମୟରେ ବାୟୁ ସେନା ପକ୍ଷରୁ ତେଜସର ଅର୍ଡର ମିଳିବା ନିଶ୍ଚିତ ଏକ ବଡ ପଦକ୍ଷେପ । ପ୍ରକାଶଥାଉକି, ତେଜସ ବିମାନର ଓଜନ୍ କମ୍ କିନ୍ତୁ ପ୍ରଭାବଶାଳୀ । 2016ରେ ଏହା ପ୍ରଥମ ସ୍କ୍ବାଡର୍ନ ପ୍ରସ୍ତୁତ କରାଯାଇଥିଲା । ଭାରତୀୟ ବାୟୁ ସେନା ପାଖରେ ମୋଟ 42ଟି ସ୍କ୍ବାର୍ଡନ ରହିଛି । ଗୋଟିଏ ସ୍କ୍ବାର୍ଡନରେ 18ଟି ଲଢେଇ ବିମାନ ସାମିଲ ଅଛି ।

HALରୁ ଆସୁଥିବା 83ଟି ବିମାନ ଆସିବା ପରେ ସ୍କ୍ବାର୍ଡନର ସଂଖ୍ୟା ବଢିବ । ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ହିନ୍ଦୁସ୍ଥାନ ଏରୋନୋଟିକ୍ସ ଲିମିଟେଡ୍ ମଧ୍ୟରେ ଗତ 3 ବର୍ଷ ଧରି ତେଜସର ମୂଲ୍ୟକୁ ଚର୍ଚ୍ଚା କରାଯାଉଛି । ନୂତନ ତେଜସକୁ ଅପଗ୍ରେଡ୍ କରାଯାଇଛି । ବାୟୁରେ ଶତ୍ରୁକୁ ଟାର୍ଗେଟ କରିବା ଓ ରିଫ୍ୟୁଲିଙ୍ଗ ଆଦି ନୂଆ ଅପଗ୍ରେଡେସନ୍ ରହିଛି । ପ୍ରକାଶଥାଉକି, ମୋଦି ସରକାର ସର୍ବଦା ଦେଶୀ ଅସ୍ତ୍ରଶସ୍ତ୍ରକୁ ଗୁରୁତ୍ବ ଦେଇ ଆସିଛନ୍ତି । ଏହାସହ ଦେଶର ପ୍ରତିରକ୍ଷା ଶକ୍ତିକୁ ମଜବୁତ୍ କରିବାକୁ ସେ ପ୍ରତିରକ୍ଷା କ୍ଷେତ୍ରରେ ବଜେଟକୁ ମଧ୍ୟ ବଢାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.