ETV Bharat / bharat

ଫେବୃଆରୀ 20 ପର୍ଯ୍ୟନ୍ତ ଭାରତ-ବ୍ରିଟେନ କନସୁଲାର ସେବା ରଦ୍ଦ - ଭାରତୀୟ ଦୂତାବାସ ନିଷ୍ପତ୍ତି ଅପଡେଟ

ବ୍ରିଟେନରେ ଦେଖାଦେଇଥିବା କୋରୋନା ସଂକ୍ରମଣର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ଭାରତ- ବ୍ରିଟେନର ସମସ୍ତ କନସୁଲାର ସେବାକୁ ରଦ୍ଦ କରିଛି ଭାରତୀୟ ଦୂତାବାସ । ପଢନ୍ତୁ ଅଧିକ....

ଫେବୃଆରି 20 ପର୍ଯ୍ୟନ୍ତ ଭାରତ-ବ୍ରିଟେନ କନସୁଲାର ସେବା ରଦ୍ଧ

author img

By

Published : Jan 6, 2021, 10:10 PM IST

ନୂଆଦିଲ୍ଲୀ: ବ୍ରିଟେନରେ ଦେଖାଦେଇଥିବା କୋରୋନା ସଂକ୍ରମଣର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ଭାରତ- ବ୍ରିଟେନର ସମସ୍ତ କନସୁଲାର ସେବାକୁ ରଦ୍ଦ କରିଛି ଭାରତୀୟ ଦୂତାବାସ । ଆସନ୍ତା ଫେବୃଆରୀ 20 ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ମିଳୁଥିବା ସମସ୍ତ କନସୁଲାର ସେବା ସେବା ବନ୍ଦ କରିଥିବା ବ୍ରିଟେନରେ ଅବସ୍ଥାପିତ ଦୂତାବାସ ପକ୍ଷରୁ ସୂଚନା ମିଳିଛି ।

ବ୍ରିଟେନରେ ଦେଖା ଦେଇଥିବା କୋଭିଡ ଭାଇରସର ନୂତନ ଷ୍ଟ୍ରେନ ଫଳରେ ବ୍ରିଟେନ ଅନେକ କଟକଣା ଜାରି କରିଛି । ବିଭିନ୍ନ ଦେଶରୁ ନାଗରିକ ମାନଙ୍କୁ ବ୍ରିଟେନରେ ପ୍ରବେଶ ଓ ମିଳୁଥିବା ବିଭିନ୍ନ ଅନ୍ୟାନ୍ୟ ସେବା ଉପରେ କଟକଣା ଜାରି କରାଯାଇଛି । ଗତ କିଛି ଦିନ ମଧ୍ୟରେ କରୋନା ଭାଇରସର ନୂଆ ପ୍ରକାର ବ୍ରିଟେନରେ ଚିହ୍ନଟ ହେବା ପରେ ଏହା ବର୍ତ୍ତମାନ ବିଭିନ୍ନ ଦେଶକୁ ବ୍ୟାପିବାର ଲାଗିଛି । ଏହାକୁ ପ୍ରତିହତ କରିବା ପାଇଁ ବ୍ରିଟେନ ସରକାର ବିଭିନ୍ନ କଟକଣା ଜାରି କରିଛନ୍ତି ।

ବ୍ରିଟେର ପ୍ରସିଦ୍ଧ ଜନ ହପକିନ୍ସ ବିଶ୍ବ ବିଦ୍ୟାଳୟର ଅନୁଧ୍ୟାନ ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ବ୍ରିଟେନରେ ପ୍ରାୟ 27 ଲକ୍ଷ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେହିପରି ଦେଶରେ ପ୍ରାୟ 76 ହଜାର 428 ନାଗରିକ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.