ETV Bharat / bharat

ସୁଏଜ କେନାଲରେ ଜାହାଜ ଫସିବା ଘଟଣା; ଗିରଫ ହୋଇପାରନ୍ତି 25 ଭାରତୀୟ ଚାଳକ - Indian crew of the Ever Given face ARREST

ସୁଏଜ କେନାଲରେ ଫସିରହିଥିବା ଏଭରଗିଭେନ ଜାହାଜ ଘଟଣାରେ ଗିରଫ ହୋଇପାରନ୍ତି ଭାରତୀୟ ଜାହାଜ ଚାଳକ । 25 ଭାରତୀୟ ଚାଳକ ଦଳଙ୍କୁ ନଜରବନ୍ଦୀ କଲା ମିଶର ସରକାର । ଅଧିକ ପଢନ୍ତୁ...

ସ୍ବେଜ କେନାଲରେ ଜାହାଜ ଫସିବା ଘଟଣା
ସ୍ବେଜ କେନାଲରେ ଜାହାଜ ଫସିବା ଘଟଣା
author img

By

Published : Mar 31, 2021, 10:23 AM IST

ନୂଆଦିଲ୍ଲୀ: ସୁଏଜ କେନାଲରେ ଫସିରହିଥିବା ଏଭରଗିଭେନ ଜାହାଜ ଘଟଣା । ଜାହାଜ ଚଳାଚଳ ପରେ ସ୍ବାଭାବିକ ହୋଇଛି ଜଳପଥର ଟ୍ରାଫିକ ସମସ୍ୟା । ସପ୍ତାହ ଧରି ଜଳପଥରେ ଜାହାଜ ଫସି ରହିବା ଯୋଗୁଁ ଅନେକ ଦେଶ କ୍ଷତି ସହିଛି । ବର୍ତ୍ତମାନ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି ଇଜିପ୍ଟ । କୁହାଯାଉଛି, ଏହି ଘଟଣାରେ ମିଶର ସରକାର 25 ଭାରତୀୟ ଚାଳକ ଦଳଙ୍କୁ ନଜରବନ୍ଦୀ ରଖିଛି । ସେମାନେ ଖୁବଶୀଘ୍ର ଗିରଫ ହୋଇପାରନ୍ତି ।

ଏଭରଗିଭେନ ଜାହଜ ସୁଏଜ କେନାଲର ଫସି ରହିଥିବା ଘଟଣାର ଯାଞ୍ଚ କରୁଥିବା ଅଧିକାରୀଙ୍କ ରିପୋର୍ଟ ଅନୁସାରେ, ଜାହାଜ ଅଟକି ରହିବାର କାରଣ ତୀବ୍ର ପବନ କିମ୍ବା ମୌସୁମୀ ନୁହେଁ । ବରଂ ଏହାର ପଛରେ ମାନବକୃତ ଟେକ୍ନିକାଲ ସମସ୍ୟା ରହିଛି । ପୂର୍ବରୁ ତ୍ରୀବ ଗତିରେ ପବନ ବୋହିବାରୁ ଜାହାଜ ବୁଲି ଯାଇଥିଲା ବୋଲି କୁହାଯାଉଥିଲା । ଯାହା ଫଳରେ ଜାହାଜ ଜଳପଥରେ ଫସି ରହିଲା । ଏହା ଦ୍ବାରା 367 ଟି ଜାହାଜ କେନାଲରେ ଅଟକି ରହିଥିଲା । ମିଶର ସରକାର ଏଭରସିନ ଜାହାଜ ଫସି ରହିବାର କାରଣ ସହ ଏହାର କ୍ଷୟକ୍ଷତି ନେଇ ତଦନ୍ତ ଆରମ୍ଭ କରିଛି ।

ସୂତ୍ର ଅନୁସାରେ, ଏହି ଜାହାଜରେ ଜାହାଜରେ ଫସି ରହିଥିବା କ୍ଷୟକ୍ଷତି ପାଇଁ 25 ଜଣିଆ ଭାରତୀୟ କର୍ମଚାରୀଙ୍କୁ ଦାୟୀ କରାଯାଇଛି। ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଭାରତୀୟ କର୍ମଚାରୀଙ୍କୁ ନଜରବନ୍ଦୀରେ ରହିବେ । ବିଶାଳ ଜାହାଜ ଏଭରଗ୍ରୀନ୍ ରୁ କର୍ମଚାରୀଙ୍କୁ ବାହାର କରି ଦିଆଯିବ । ଭାରତ ସରକାର ଏବଂ ଭାରତୀୟ ସାମୁଦ୍ରିକ କର୍ମଚାରୀଙ୍କ ସଙ୍ଗଠନ ମଧ୍ୟ ଭୟ କରୁଛନ୍ତି ଯେ, ଅପରାଧିକ ଅବହେଳା ହେତୁ ଭାରତୀୟ କର୍ମଚାରୀମାନେ ଜେଲ ଦଣ୍ଡ ଭୋଗିପାରନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.