ETV Bharat / bharat

କୋଷ୍ଟଗାର୍ଡରେ ସାମିଲ ହେଲା ALH Mark 3 unit

author img

By

Published : Jun 29, 2022, 8:46 AM IST

କୋଷ୍ଟଗାର୍ଡରେ ସାମିଲ ହେଲା ନୂତନ ALH Mark 3 unit । ରହିଛି ଯୁଦ୍ଧାସ୍ତ୍ର ବହନ କ୍ଷମତା । ଗୁଜୁରାଟରେ ସାମିଲ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କୋଷ୍ଟଗାର୍ଡ ମୁଖ୍ୟ । କହିଲେ ଭାରତୀୟ ଜଳସୀମା ସୁରକ୍ଷା ବ୍ୟବସ୍ଥା ହେବ ସୁଦୃଢ । ଅଧିକ ପଢନ୍ତୁ

କୋଷ୍ଟଗାର୍ଡରେ ସାମିଲ ହେଲା ALH Mark 3 unit
କୋଷ୍ଟଗାର୍ଡରେ ସାମିଲ ହେଲା ALH Mark 3 unit

ଗାନ୍ଧୀନଗର: ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହେଲା ନୂତନ ତଥା ଆର୍ମ୍ଡ ଭର୍ସନ ALH Mark-3 unit । କୋଷ୍ଟଗାର୍ଡର ଉତ୍ତର-ପଶ୍ଚିମ କମାଣ୍ଡ ମୁଖ୍ୟାଳୟ ପୋରବନ୍ଦରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ୟୁନିଟକୁ କୋଷ୍ଟଗାର୍ଡରେ ସାମିଲ କରାଯାଇଛି । ଏହି ୟୁନିଟରେ ନୂତନ ଭର୍ସନରେ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ମଧ୍ୟ ରହିଛି । ଏଥିରେ ସ୍ବଦେଶୀ ନିର୍ମିତ ଅତ୍ୟାଧୁନିକ ହାଲୁକା ଲଢୁଆ ହେଲିକପ୍ଟର ବ୍ୟବହାର ହେବ ।

କୋଷ୍ଟଗାର୍ଡରେ ସାମିଲ ହେଲା ALH Mark 3 unit
କୋଷ୍ଟଗାର୍ଡରେ ସାମିଲ ହେଲା ALH Mark 3 unit

ଏହି ୟୁନିଟର ବିଶେଷତ୍ବ ରହିଛି ଏଥିରେ ବ୍ୟବହାର ହେଉଥିବା ଅତ୍ୟାଧୁନିକ ତଥା ହାଲୁକା ଲଢୁଆ ହେଲିକପ୍ଟର ଏମ.କେ-III (Advanced Light Helicopter (ALH) MK III ) । ଏହି ସ୍ବଦେଶୀ ନିର୍ମିତ ହେଲିକପ୍ଟରଟି ହାଲୁକା ଓ ଅତ୍ୟାଧୁନିକ ବୈଶିଷ୍ଟ ସମ୍ପନ୍ନ ହୋଇଥିବା କାରଣରୁ ବିଭିନ୍ନ ପ୍ରକାର ସାମୁଦ୍ରିକ ମିଶନରେ ପ୍ରଭାବୀ ଭାରେ କାର୍ଯ୍ୟ କରିବା ପାଇଁ ଦକ୍ଷ ।

କୋଷ୍ଟଗାର୍ଡରେ ସାମିଲ ହେଲା ALH Mark 3 unit
କୋଷ୍ଟଗାର୍ଡରେ ସାମିଲ ହେଲା ALH Mark 3 unit

ଏଥିରେ କେବଳ ପାଟ୍ରୋଲିଂ ନୁହେଁ ବରଂ ଯୁଦ୍ଧାସ୍ତ୍ର ମଧ୍ୟ ବହନ କରାଯାଇ ପାରିବ । ଏଥିରେ 12.7 mm ଲମ୍ବ ବିଶିଷ୍ଟ ଉଚ୍ଚ କ୍ଷମତା ସମ୍ପନ୍ନ ମେସିନ ଗନ ମଧ୍ୟ ରହିଛି । ଏହି ହେଲିକପ୍ଟର 1,800 ମିଟର ଉଚ୍ଚତାରେ ଉଡାଣ ବେଳେ ମଧ୍ୟ ଟାର୍ଗେଟ ହିଟ କରିବା ପାଇଁ ସକ୍ଷମ । ଯାହା ଭାରତୀୟ ସାମୁଦ୍ରିକ ସୀମା ସୁରକ୍ଷାକୁ ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିବା ନେଇ ମଧ୍ୟ ଆଶା କରାଯାଉଛି ।

ଏହି କାର୍ଯ୍ୟକ୍ରମରେ କୋଷ୍ଟଗାର୍ଡ ମହାନିର୍ଦ୍ଦେଶକ ଭି.ଏସ ପଠାନିଆ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ । ଏହି ୟୁନିଟ ଭାରତୀୟ ଜଳସୀମାରେ ହେଉଥିବା ଅନୁପ୍ରବେଶ, ସାମୁଦ୍ରିକ ନିରୀକ୍ଷଣ, ନିଶା କାରବାର, ଦେଶ ବିରୋଧୀ କାର୍ଯ୍ୟକଳାପ ଉପରେ ନଜର ରଖିବା ଓ ତାକୁ ସମ୍ପୂର୍ଣ୍ଣ ପଣ୍ଡ କରିବା ପାଇଁ ପାରଦର୍ଶୀ । କୌଣସି ସାମୁଦ୍ରିକ ମିଶନ ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା ଏହି ୟୁନିଟରେ ଥିବାରୁ ଗୁଜୁରାଟ ପରି ସମ୍ବେଦନଶୀଳ ଅନ୍ତର୍ଜାତୀୟ ସୀମାରେ ଏହା ବେଶ ପ୍ରଭାବୀ ଭାବେ କାର୍ଯ୍ୟ କରିବା ନେଇ କୋଷ୍ଟଗାର୍ଡ ମୁଖ୍ୟ ଆଶାପ୍ରକଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.