ETV Bharat / bharat

ଗୁଜୁରାଟରୁ ୪୨୫ କୋଟିର ଡ୍ରଗ୍ସ ଜବତ, ୫ ଇରାନ ନାଗରିକ ଗିରଫ

author img

By

Published : Mar 7, 2023, 11:45 AM IST

ଗୁଜୁରାଟରେ ତଟରକ୍ଷୀ ବାହିନୀ ଓ ଏଟିଏସକୁ ବଡ ସଫଳତା । ଭାରତୀୟ ସାମୁଦ୍ରିକ ସୀମାରୁ ୪୨୫ କୋଟିର ଡ୍ରଗ୍ସ ଜବତ ସହ ୫ ଇରାନ ନାଗରିକ ଗିରଫ । ଅଧିକ ପଢନ୍ତୁ

ଗୁଜୁରାଟରୁ ୪୨୫ କୋଟିର ଡ୍ରଗ୍ସ ଜବତ
ଗୁଜୁରାଟରୁ ୪୨୫ କୋଟିର ଡ୍ରଗ୍ସ ଜବତ

ଗାନ୍ଧୀନଗର: ଗୁଜୁରାଟ ଉପକୂଳରେ ବଡ ଧରଣର ନିଶାଦ୍ରବ୍ୟ ଚୋରା ଚାଲାଣ ରୋକିବାରେ ଭାରତୀୟ ତଟରକ୍ଷୀ ବାହିନୀ ଓ ଆତଙ୍କବାଦ ନିରୋଧ ସ୍କାର୍ଡକୁ ବଡ ସଫଳତା ମିଳିଛି । ତଟରକ୍ଷୀ ବାହିନୀ ଓ ଗୁଜୁରାଟ ଏଟିଏସ୍‌ର ମିଳିତ ଅପରେସନରେ ସୋମବାର ରାତିରେ ଭାରତୀୟ ସାମୁଦ୍ରିକ ସୀମାରେ ଏକ ବୋଟ୍‌ରୁ ୪୨୫ କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଛି । ଏହି ଘଟଣାରେ ୫ ଜଣ ଇରାନ ନାଗରିକ ଗିରଫ ହୋଇଛନ୍ତି । ଅଭିଯୁକ୍ତମାନେ ବୋଟ୍‌ ଯୋଗେ ଡ୍ରଗ୍ସ ଚୋରା ଚାଲାଣ ଉଦ୍ୟମ କରୁଥିଲେ । ଏନେଇ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ବିବୃତ୍ତି ଜରିଆରେ ସୂଚନା ଦିଆଯାଇଛି ।

ଗୁଜୁରାଟ ଏଟିଏସ୍(ATS) ଏବଂ ଭାରତୀୟ ତଟରକ୍ଷୀ ବାହିନୀ(ICG) ମିଳିତ ଭାବେ ଅନେକ ଥର ଭାରତୀୟ ସାମୁଦ୍ରିକ ସୀମାରେ ନିଶାଦ୍ରବ୍ୟ ଚାଲାଣ ଉଦ୍ୟମ ପଣ୍ଡ କରିଛନ୍ତି । ଏବେ ପୁଣିଥରେ ଡ୍ରଗ୍ସ ତସ୍କରୀ ରୋକିବାରେ ସଫଳତା ମିଳିଛି । ସୂଚନା ମୁତାବକ, ସାମୁଦ୍ରିକ ସୀମା ଦେଇ ଏକ ଇରିନୀୟ ବୋଟ୍‌ ମାଧ୍ୟମରେ ଭାରତରେ ଡ୍ରଗ୍ସ ଚାଲାଣ ପାଇଁ ଚେଷ୍ଟା କରାଯାଉଥିବା ତଟରକ୍ଷୀ ବାହିନୀକୁ ଖବର ମିଳିଥିଲା । ଏହାକୁ ରୋକିବାକୁ ଆଇସିଜି ଏଟିଏସ ସହିତ ମିଳିତ ଅପରେସନ ଆରମ୍ଭ କରିଥିଲା । ଏହାପରେ ଦୁଇଟି ଜାହାଜ ଯୋଗେ ସମୁଦ୍ରରେ ପାଟ୍ରୋଲିଂ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: Taj Mahal Free Entry: ମହିଳା ଦିବସ ଦିନ ତାଜମହଲରେ ଫ୍ରି ଏଣ୍ଟ୍ରି

ଏହି ସମୟରେ ଭାରତୀୟ ଜଳସୀମାରେ ଏକ ବୋଟ୍ ସନ୍ଦେହଜନକ ଭାବେ ଗତି କରୁଥିବା ନଜର ପଡିଥିଲା । ବୋଟରେ ୫ ଜଣ କ୍ରୁ ଥିଲେ । ବୋଟକୁ ଅଟକାଇ ଯାଞ୍ଚ କରାଯିବା ପରେ ସେଥିମଧ୍ୟରୁ ୬୧ କେଜି ଡ୍ରଗ୍ସ ମିଳିଥିଲା । ଯାହାର ମୂଲ୍ୟ ପ୍ରାୟ ୪୨୫ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ଏହି ଘଟଣାରେ ଏଟିଏସ୍ ଓ ତଟରକ୍ଷୀ ବାହିନୀ ୫ ଜଣ ଇରାନ ନାଗରିକକୁ ଗିରଫ କରିଛି । ବର୍ତ୍ତମାନ ଅଭିଯୁକ୍ତମାନଙ୍କୁ ପଚରାଉଚରା କରାଯାଉଛି । କେଉଁଠିକୁ ଏତେ ପରିମାଣର ଡ୍ରଗ୍ସ ଚାଲାଣ ହେଉଥିଲା ଏବଂ କାହାକୁ ଦିଆଯାଉଥିଲା ସେନେଇ ପଚରାଉଚରା ଚାଲିଛି । ଅଧିକ ତଦନ୍ତ ପାଇଁ ବୋଟ୍‌ ସମେତ ଗିରଫ ଅଭିଯୁକ୍ତଙ୍କୁ ଓଖା ଅଣାଯିବାକୁ ଥିବା ଜଣାପଡିଛି ।

ପ୍ରକାଶଥାଉ କି, ଗତ ୧୮ ମାସ ଭିତରେ ଭାରତୀୟ ତଟରକ୍ଷୀ ବାହିନୀ ଓ ଗୁଜୁରାଟ ଏଟିଏସ ମିଳିତ ଅପରେସନ କରି ୪୦୭ କିଲୋଗ୍ରାମ ନିଶା ପଦାର୍ଥ ଜବତ କରିଛି । ଯାହାର ମୂଲ୍ୟ ବଜାରରେ ୨,୩୫୫ କୋଟି ଟଙ୍କା ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.