ETV Bharat / bharat

ସେନାରେ ସାମିଲ ହେବ ଆକାଶ ପ୍ରାଇମ ମିସାଇଲ ସିଷ୍ଟମ: ଶତ୍ରୁଙ୍କ ଏୟାରକ୍ରାଫ୍ଟ ଓ ଡ୍ରୋନକୁ କରିବ ଧ୍ୱଂସ

ଆହୁରୀ ମଜବୁତ୍‌ ହେବ ଭାରତୀୟ ସେନା । ଖୁବଶୀଘ୍ର ସେନାରେ ସାମିଲ ହେବ ୨ଟି ନୂଆ ରେଜିମେଣ୍ଟ ଆକାଶ ପ୍ରାଇମ ମିସାଇଲ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ । ଅଧିକ ପଢନ୍ତୁ

ସେନାରେ ସାମିଲ ହେବ ଆକାଶ ପ୍ରାଇମ ମିସାଇଲ
ସେନାରେ ସାମିଲ ହେବ ଆକାଶ ପ୍ରାଇମ ମିସାଇଲ
author img

By

Published : May 6, 2022, 9:43 PM IST

ନୂଆଦିଲ୍ଲୀ: ଆହୁରୀ ମଜବୁତ୍‌ ହେବ ଭାରତୀୟ ସେନା । ଖୁବଶୀଘ୍ର ସେନାରେ ସାମିଲ ହେବ ଆକାଶ ପ୍ରାଇମ ମିସାଇଲ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମର ୨ଟି ନୂଆ ରେଜିମେଣ୍ଟ । ଏହି ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ବେଳେ ଏହା ଶତ୍ରୁପକ୍ଷର ଏୟାରକ୍ରାପ୍ଟ ଓ ଡ୍ରୋନକୁ ଆକାଶରେ ହିଁ ଧ୍ୱଂସ କରିବାରେ ସଫଳ ହେବ ।

ସେହିପରି ଏୟାର ଡିଫେନ୍ସ ମିସାଇଲ ସିଷ୍ଟମର ୨ଟି ନୂଆ ରେଜିମେଣ୍ଟ କିଣିବାକୁ ଯାଉଛି ଭାରତୀୟ ସେନା । ଏହି ପ୍ରସ୍ତାବ ସରକାରଙ୍କ ଆଗରେ ଏକ ଉନ୍ନତ ପର୍ଯ୍ୟାୟରେ ରହିଥିବା ବେଳେ ସେନାରେ ସାମଲି ହେବା ପରେ ସେନାର ପାରଦର୍ଶିତା ବୃଦ୍ଧି ହେବା ସହ ଆକାଶରେ ଶତ୍ରୁ ଦେଶର ବିଭିନ୍ନ ଏୟାରକ୍ରାପ୍ଟ ଓ ଡ୍ରୋନକୁ ଧ୍ୱଂସ କରିବାରେ ସଫଳ ହେବ ବୋଲି ସେନାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଅପରପକ୍ଷରେ ବର୍ତ୍ତମାନ ସେନାରେ ଥିବା ଆକାଶ ସିଷ୍ଟମ ଠାରୁ ଆକାଶ ପ୍ରାଇମ ଏୟାର ମିସାଇଲ ସିଷ୍ଟମ ଅଧିକ ଆକ୍ଟିଭ୍‌ ରେଡିଓ ଫ୍ରିକ୍ୟୁନ୍ସି (active Radio Frequency) ରହିଛି । ଏଥିସହ ଏହା ପରିବେଶ ସହ କମ୍‌ ତାପମାତ୍ରାରେ ଉଚ୍ଚ ଅଲ୍ଟିଚ୍ଯୁଡରେ ନିର୍ଭର ଯୋଗ୍ୟ କାର୍ଯ୍ୟଦକ୍ଷତା ରଖୁଛି ବୋଲି ସେନା ପକ୍ଷରୁ କୁହାଯାଇଛି ।ଏଥିରେ ଆକାଶରେ ଥିବା ଗ୍ରାଉଣ୍ଡ ସିଷ୍ଟମକୁ ଆହୁରି ଅଧିକ ଉନ୍ନତି ପ୍ରଣାଳୀରେ ବିକଶିତ କରାଯାଇଛି ।

ଅନ୍ୟପଟେ ଆକାଶ ପ୍ରାଇମ ଏୟାର ମିସାଇଲ ସିଷ୍ଟମ ଭାରତୀୟ ସେନା ଏବଂ ବାୟୁସେନାରେ ସାମିଲ ହେବା ପରେ ଆହୁରି ଦକ୍ଷତା ବୃଦ୍ଧି କରିବ । ଏଥିସହ ଆକାଶ ପ୍ରାଇମ ମିସାଇଲକୁ ୪୫୦୦ ମିଟରରେ ସ୍ଥାପନ କରଯାଇବା ପାରିବ । ଏହା ସହିତ ୪୫୦୦ ମିଟର ଉଚ୍ଚତାରୁ ୨୫ରୁ ୩୦ କିଲୋମିଟର ମଧ୍ୟରେ ଟାର୍ଗେଟକୁ ଧ୍ୱଂସ କରିବାରେ ଦକ୍ଷତା ରଖୁଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.