ETV Bharat / bharat

ସେନା ଗୁଳିରେ 3 ହାତୀ ମୃତ: ଅଭ୍ୟାସ ବେଳେ ଅଘଟଣକୁ ସ୍ବୀକାର କଲା ସେନା - ସେନା ଗୁଳିରେ 3 ହାତୀ ମୃତ

ପଶ୍ଚିମବଙ୍ଗ ସୁକମା ଜଙ୍ଗଲରେ ସେନା ଅଭ୍ୟାସ ବେଳେ ଅଘଟଣ । ଗୁଳିରେ 3 ହାତୀ ମୃତ୍ୟୁ ନେଇ ସ୍ବୀକାର କଲା ସେନା । ମାର୍ଚ୍ଚ 13 ଓ 14 ରେ ହୋଇଥିଲା ଏହି ଅଭ୍ୟାସ । ଅଧିକ ପଢନ୍ତୁ

ସେନା ଗୁଳିରେ 3 ହାତୀ ମୃତ: ଅଭ୍ୟାସ ବେଳେ ଅଘଟଣକୁ ସ୍ବୀକାର କଲା ସେନା

author img

By

Published : Mar 22, 2023, 4:45 PM IST

କୋଲକାତା: ପଶ୍ଚିମବଙ୍ଗ ସୁକମାରେ ଭାରତୀୟ ସ୍ଥଳସେନା ଦ୍ବାରା ଆୟୋଜିତ ଅଭ୍ୟାସ ବେଳେ ସେନା ଗୁଳିରେ 3 ହାତୀଙ୍କ ମୃତ୍ୟୁ ହୋଇଛି । ଘଟଣାକୁ ପ୍ରାୟ ଏକ ସପ୍ତାହ ବିତି ସାରିଥିବା ବେଳେ ସେନା ଏହି ଅଘଟଣକୁ ସ୍ବୀକାର କରିବା ସହ ଶୋକ ପ୍ରକାଶ କରିଛି । ସେହିପରି ଜଙ୍ଗଲ ଏରିଆରେ ସେନାଭ୍ୟାସ ବେଳେ ଏପରି ଅଘଟଣ ପ୍ରତି ସମ୍ବେଦନଶୀଳ ହେବା ଓ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ପାଇଁ ସେନା ପ୍ରକାଶ କରିଥିବା ପଶ୍ଚିମବଙ୍ଗ ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ପଶ୍ଚିମବଙ୍ଗର ସୁକମା ନିକଟବର୍ତ୍ତୀ ଜଙ୍ଗଲରେ ମାର୍ଚ୍ଚ 13 ଓ 14 ରେ ସେନା ପକ୍ଷରୁ ଦୁଇ ଦିନିଆ ଅଭ୍ଯାସ ହୋଇଥିଲା । ପରେ ଜଙ୍ଗଲରୁ 3 ହାତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସମସ୍ତ ମୃତ ହାତୀଙ୍କ ଶରୀରରେ ଗୁଳି ବାଜିଥିବା ଦେଖିବାକୁ ମିଳିଥିଲା । ମୃତଦେହ ବ୍ୟବଚ୍ଛେଦ ପରେ ଏହା ଗୁଳି ଲାଗିବା ଓ ଅତ୍ୟଧିକ ରକ୍ତସ୍ରାବ ପାଇଁ ମୃତ୍ୟୁ ହୋଇଥିବା କାରଣ ସାମ୍ନାକୁ ଆସିଥିଲା । ଘଟଣା ନେଇ ରାଜ୍ୟ ବନ ବିଭାଗ ଆର୍ମୀ ସହ ଯୋଗାଯୋଗ କରିଥିଲା । ହେଲେ ପ୍ରାଥମିକ ଭାବେ ସେନା ଏହାକୁ ଖଣ୍ଡନ କରିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ତଦନ୍ତରୁ ଏହା ଗୁଳିମାଡ ଜନିତ ମୃତ୍ୟୁ ବୋଲି ଜାଣିବାକୁ ପାଇଥିଲା ସେନା । ଏନେଇ ସେନା ସ୍ବୀକାର କରିବା ସହ ଏପରି ଅଘଟଣ ପାଇଁ ଶୋକ ମଧ୍ୟ ପ୍ରକାଶ କରିଛି ।

ଘଟଣା ପରେ ଉଭୟ ସେନା ଓ ରାଜ୍ୟ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଏଥିରେ ସେନାଭ୍ୟାସ ବେଳେ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ବନ ବିଭାଗ ଆପତ୍ତି ଉଠାଇଥିଲା । ତ୍ରୁଟିବଶତଃ ଏହା ହୋଇଥିବା ସେନା ସ୍ବୀକାର କରିବା ସହ ସଂରକ୍ଷିତ ବଣ ଏରିଆରେ ଏପରି ଅଭ୍ୟାସ ହେଉଥିଲେ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ପାଇଁ ପ୍ରତିଶୃତି ଦେଇଥିଲା ।

ଘଟଣା ନେଇ ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟା କହିଛନ୍ତି, ସୁକମା ଅନ୍ତର୍ଗତ ବୈକୁଣ୍ଠପୁର ଜଙ୍ଗଲରେ ଏହି ତିନି ହାତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । 13 ଓ 14ରେ ଦୁଇ ଦିନିଆ ସେନାଭ୍ୟାସ ଏହି ଜଙ୍ଗଲରେ ହୋଇଥିଲା । ତେବେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ବ୍ୟବହାର ଫଳରେ କୌଣସି ଅଘଟଣ ଆଶଙ୍କାରେ ଫାଏରିଂ ରେଞ୍ଜ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ବନ ବିଭାଗ ସେନାକୁ ପ୍ରଥମରୁ ପରାମର୍ଶ ମଧ୍ୟ ଦେଇଥିଲା । ତେବେ ସେନାପକ୍ଷରୁ ଏହା ପ୍ରତି କୌଣସି ସତର୍କତାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଫଳରେ ଏପରି ଅଘଟଣ ଘଟିଥିବା ରାଜ୍ୟ ଜଙ୍ଗଲ ମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.