ETV Bharat / bharat

ବରଫରେ ଫସିଥିଲେ 16, ଉଦ୍ଧାର କଲା ସେନା - ସେନା ବଞ୍ଚାଇଲା ଜୀବନ

ସେନା ବଞ୍ଚାଇଲା ଜୀବନ । ବରଫରେ ଫସିଥିବା ୧୬ ଜଣ ବ୍ୟକ୍ତିଙ୍କୁ କଲା ଉଦ୍ଧାର । ଅଧିକ ପଢନ୍ତୁ

ବରଫରେ ଫସିଥିବା ୧୬ ଜଣଙ୍କୁ କଲା ଉଦ୍ଧାର ସେନା
ବରଫରେ ଫସିଥିବା ୧୬ ଜଣଙ୍କୁ କଲା ଉଦ୍ଧାର ସେନା
author img

By

Published : Apr 22, 2022, 11:49 AM IST

ଶ୍ରୀନଗର: ସେନା ବଞ୍ଚାଇଲା ଜୀବନ । ବରଫରେ ଫସିଥିବା ୧୬ ଜଣ ବ୍ୟକ୍ତିଙ୍କୁ କଲା ଉଦ୍ଧାର । ଜମ୍ମୁ କାଶ୍ମୀରର କିଶତ୍ବାରା ଜିଲ୍ଲା (Kishtwar district)ର ସିଂନ୍ଥାନରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଜମ୍ମୁ କାଶ୍ମୀରର କିଶତ୍ବାରା ଜିଲ୍ଲା (Kishtwar district)ର ସିଂନ୍ଥାନ ଠାରେ କିଛି ନାଗରିକ ଫସିଥିବା ନେଇ ସେନାକୁ ଖବର ମିଳିଥିଲା । ଖବର ପାଇବା କ୍ଷଣି ଦେବଦୂତ ସାଜି ଘଟଣାସ୍ଥଳରେ ପହଞ୍ଚି ଥିଲେ ଭାରତୀୟ ସେନାର ଏକ ରେସକ୍ୟୁ ଟିମ । ଶୂନ ଡିଗ୍ରୀ ତାପମାତ୍ରାରେ ଆରମ୍ଭ ହୋଇଥିଲା ରେସକ୍ୟୁ ଅପରେସନ । ଜାତୀୟ ରାଜପଥ ୨୪୪ ସିନ୍ଥାନରେ ଫସିଥିବା ୧୬ ଜଣ ନାଗରିକଙ୍କୁ ବରଫରୁ ଉଦ୍ଧାର କରାଯାଇଥିଲା । ସମସ୍ତଙ୍କୁ ଉଦ୍ଧାର ପରେ (Sinthan Maidan) ସିଂନ୍ଥାନ ମଇଦାନକୁ ଅଣାଯାଇଥିଲା । ସେଠାରେ ମେଡିସିନ ,ଖାଦ୍ୟ ଓ ରହିବା ପାଇଁ ଘର ସେମାନଙ୍କୁ ଯୋଗାଇ ଦିଆଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.