ETV Bharat / bharat

ଚୀନକୁ ଚେକ୍ ପାଇଁ ତୟାରୀ, LAC ଜଗିବ Heron Drone - heron drone in India

ସ୍ଥଳ ସେନାରେ ସାମିଲ ହେଲା ଇସ୍ରାଏଲ ନିର୍ମିତ ଅତ୍ୟାଧୁନିକ Heron drone । LAC ନିକଟବର୍ତ୍ତିୀ ଲଦାଖ ସେକ୍ଟରରେ ହେବ ମୂତୟନ । ଅଧିକ ପଢନ୍ତୁ

Indian Armyରେ ସାମିଲ ହେଲା Israeli Heron drones, ଲଦାଖରେ ହେବ ମୂତୟନ

author img

By

Published : Nov 30, 2021, 4:19 PM IST

Updated : Nov 30, 2021, 5:22 PM IST

ନୂଆଦିଲ୍ଲୀ: LAC ନିକଟବର୍ତ୍ତୀ Ladakh sectorରେ ଚୀନର ଅନୁପ୍ରବେଶ ଓ ସାମରିକ ଗତିବିଧି ଲାଗି ରହିଥିବାବେଳେ ଭାରତୀୟ ସେନାର ସର୍ଭିଲାନ୍ସ ବ୍ୟବସ୍ଥାକୁ ବଡ ଅସ୍ତ୍ର ମିଳିଛି । 4ଟି ଇସ୍ରାଏଲ ନିର୍ମିତ ଅତ୍ୟାଧୁନିକ ହେରନ ଡ୍ରୋନ (new Israeli Heron drone) ସ୍ଥଳସେନାରେ ସାମିଲ ହୋଇଛି ।

ଏହାକୁ ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା (LAC)ର ଲଦାଖ ସେକ୍ଟର(Ladakh sector)ରେ ମୂତୟନ କରାଯିବା ନେଇ ସୂଚନା ମିଳିଛି । ଲଦାଖରେ ଏହା ମୂତୟନ ହେବା ପରେ ଭାରତୀୟ ସେନାକୁ ଡ୍ରାଗନ ସେନାର ଗତିବିଧି ଓ ଅନୁପ୍ରବେଶ ଷଡଯନ୍ତ୍ର ସମ୍ପର୍କରେ ସହଜରେ ତଥ୍ୟ ମିଳିପାରିବା ସହ ଏହାକୁ ପଣ୍ଡ କରିବା ମଧ୍ୟ ସହଜ ହେବ ବୋଲି ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି ।

ଭାରତକୁ ଆସିଥିବା ଡ୍ରୋନ ଗୁଡିକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଭାବେ ହସ୍ତାନ୍ତର କରାଯାଇଛି । ଏହାକୁ ତୁରନ୍ତ ସୀମାରେ ମୂତୟନ କରାଯିବ । ଏହି ଅତ୍ୟାଧୁନିକ ଡ୍ରୋନ ତାର ପୂର୍ବ ସଂସ୍କରଣ ଠାରୁ ବୈଷୟିକ ଭାବେ ବେସ ଅତ୍ୟାଧୁନିକ ବୋଲି ବିଚାର କରାଯାଉଛି । ଆଣ୍ଟି ଜାମିଂ କ୍ଷମତା ମଧ୍ୟ ଏହି ସଂସ୍କରଣରେ ବିକଶିତ ହୋଇଥିବାରୁ ପୂର୍ବ ଭର୍ସନ ଠାରୁ ଏହା ପ୍ରଭାବୀ ଭାବେ କାର୍ଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ସରକାର ପ୍ରତିରକ୍ଷା ବାହିନୀକୁ ପ୍ରଦାନ କରିଥିବା ଜରୁରୀକାଳୀନ ଆର୍ଥିକ କ୍ଷମତା ଅଧୀନରେ ଇସ୍ରାଏଲ ସହିତ ଏହି ଅତ୍ୟାଧୁନିକ ଡ୍ରୋନ କ୍ରୟ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ତେବେ ଏହି ଆର୍ଥିକ କ୍ଷମତା ବ୍ୟବହାର କରି ସୁରକ୍ଷା ବଳ ଜରୁରୀକାଳୀନ ଆବଶ୍ୟକତାକୁ ଦୃଷ୍ଟିରେ ରଖି 500 କୋଟି ଟଙ୍କା ମୂଲ୍ୟ ପର୍ଯ୍ୟନ୍ତ ଉପକରଣ ଏବଂ ସିଷ୍ଟମ କ୍ରୟ କରିପାରିବା ନେଇ ପ୍ରାବଧାନ ରହିଛି ।

@ANI

Last Updated : Nov 30, 2021, 5:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.