ETV Bharat / bharat

ଦେଶକୁ ଗର୍ବିତ କରିଛି ସେନା: ପ୍ରତିରକ୍ଷା ମନ୍ତ୍ରୀ

author img

By

Published : Jan 17, 2021, 6:43 AM IST

ଭାରତୀୟ ସେନା ଦେଶର ମନୋବଳ ବୃଦ୍ଧି କରିଛି ଏବଂ ଚୀନ୍ ସହ ସୀମା ବିବାଦ ସମୟରେ ଦେଶର ନାଗରିକଙ୍କ ମୁଣ୍ଡ ଉଚ୍ଚା କରିଛି ଭାରତୀୟ ସେନା । ଏପରି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପଢନ୍ତୁ ଅଧିକ.....

ଦେଶବାସୀଙ୍କୁ ଗର୍ବ ଅନୁଭବ କରାଇଛି ସେନା: ପ୍ରତିରକ୍ଷା ମନ୍ତ୍ରୀ

ଲକ୍ଷ୍ନୌ:ଭାରତୀୟ ସେନା ଦେଶର ମନୋବଳ ବୃଦ୍ଧି କରିଛି ଏବଂ ଚୀନ୍ ସହ ସୀମା ବିବାଦ ସମୟରେ ଦେଶର ନାଗରିକଙ୍କ ମୁଣ୍ଡ ଉଚ୍ଚା କରିଛି ଭାରତୀୟ ସେନା । ଏପରି ଭାବରେ ଭାରତୀୟ ସେନାର ପ୍ରଶଂସାରେ ଶତମୁଖ ହୋଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ନୂତନ କମାଣ୍ଡ ହସ୍ପିଟାଲର 'ଭୂମିପୂଜନ' ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ ସମାରୋହରେ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରୁଥିବା ବେଳେ ସିଂ ଏହା କହିଛନ୍ତି ।

ଭାରତ-ଚୀନ ବିବାଦ ସମୟରେ ସେନା ଦ୍ବାରା କରାଯାଇଥିବା ସାହସ ପୂର୍ଣ୍ଣ ପ୍ରଦର୍ଶନ ଦେଶର ମନୋବଳକୁ ବଢାଇଛି ନାଗରିକମାନଙ୍କୁ ମଧ୍ୟ ଗର୍ବ ଅନୁଭବ କରାଇଛି ବୋଲି କହିଛନ୍ତି ରାଜନାଥ । ଏହି କାର୍ଯ୍ୟକ୍ରମରେ ସେନାମୁଖ୍ୟ ଜେନେରାଲ ଏମ.ଏମ ନରଓ୍ବାଣେ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.