ETV Bharat / bharat

ଆସନ୍ତା 4ରୁ ଭାରତ-ଶ୍ରୀଲଙ୍କା ମିଳିତ ଯୁଦ୍ଧାଭ୍ୟାସ, ସାମିଲ ହେବେ 120 ଭାରତୀୟ ଯବାନ - indian army

ଶ୍ରୀଲଙ୍କା ସେନା ସହ 12 ଦିନିଆ ଦ୍ବାପାକ୍ଷିକ ସମରାଭ୍ୟାସରେ ସାମିଲ ହେବ ଭାରତୀୟ ସେନା । ଶ୍ରୀଲଙ୍କାରେ ଆୟୋଜିତ ଏହି ମିଳିତ ଅଭ୍ୟାସରେ ସାମିଲ ହେବେ 120 ଭାରତୀୟ ଯବାନ । 4 ତାରିଖରୁ 15 ତାରିଖ ଯାଏ ଚାଲିବ ଯୁଦ୍ଧାଭ୍ୟାସ । ଅଧିକ ପଢନ୍ତୁ...

4 ତାରିଖରୁ ଭାରତ-ଶ୍ରୀଲଙ୍କା ମିଳିତ ସମରାଭ୍ୟାସ, ଅଂଶ ଗ୍ରହଣ କରିବେ 120 ଭାରତୀୟ ଯବାନ

author img

By

Published : Oct 2, 2021, 6:00 PM IST

ନୂଆଦିଲ୍ଲୀ: ଶ୍ରୀଲଙ୍କା ସେନା ସହ ଦ୍ବିପାକ୍ଷିକ ସମରାଭ୍ୟାସରେ ସାମିଲ ହେବ ଭାରତୀୟ ସେନା । ଭାରତ- ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଦ୍ବୀପାକ୍ଷିକ ସମାରାଭ୍ୟାସ ଚଳିତମାସ 4 ତାରିଖରୁ 15 ତାରିଖ ଯାଏ ଶ୍ରୀଲଙ୍କାର ଅମ୍ପାରାଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି 12 ଦିନିଆ ଦ୍ବୀପାକ୍ଷିକ ସମାରାଭ୍ୟାସରେ ଆନ୍ତଃକାର୍ଯ୍ୟକ୍ଷମତା ବୃଦ୍ଧି ତଥା ଆତଙ୍କବାଦ ମୁକାବିଲା ରଣନୀତି ନେଇ ଅଭ୍ୟାସ କରିବେ ଦୁଇ ଦେଶର ସେନା । ଚଳିତ ବର୍ଷ ଏହି ଅଭ୍ୟାସ 8ମ ବର୍ଷରେ ପହଞ୍ଚିଛି । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ହେବାକୁ ଥିବା ଏହି ଦ୍ବିପାକ୍ଷିକ ଅଭ୍ୟାସରେ ଶ୍ରୀଲଙ୍କା ସେନାର ଏକ ବାଟାଲିୟନ ସହିତ ଏହି ଭାରତୀୟ ସେନାର 120 ଯବାନଙ୍କ ଏକ ସଶସ୍ତ୍ର କଣ୍ଟିଜେଣ୍ଟ ଅଂଶଗ୍ରହଣ କରିବେ। ଉଭୟ ଦେଶର ସୈନ୍ୟବାହିନୀ ମଧ୍ୟରେ ସାମରିକ ସମ୍ପର୍କ ଓ ସହଭାଗିତାକୁ ପ୍ରୋତ୍ସାହିତ କରିବା, ଆନ୍ତର୍ଜାତୀୟ କାଉଣ୍ଟର ବିଦ୍ରୋହ ତଥା ଆତଙ୍କବାଦ ନିରୋଧୀ ଅଭିଯାନ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ।

ଏହି ଅଭିଯାନ ଉଭୟ ଦକ୍ଷିଣ ଏସୀୟ ରାଷ୍ଟ୍ରର ସେନା ମଧ୍ୟରେ ତୃଣମୂଳ ସ୍ତରରେ ସମନ୍ବୟ ଏବଂ ସହଯୋଗ ଆଣିବାରେ ଏକ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାନେଇ କହିଛି ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ । ଏହି ଶୃଙ୍ଖଳାର ମିଳିତ ସମରାଭ୍ୟାସର 7ମ ସଂସ୍କରଣ 2019ରେ ମହାରାଷ୍ଟ୍ରର ପୁଣେର ବୈଦେଶିକ ପ୍ରଶିକ୍ଷଣ ନୋଡ (FTN) ରେ ଆୟୋଜିତ କରାଯାଇଥିଲା । ଚଳିତ ଥର ଏହି ଶୃଙ୍ଖଳାର 8ମ ସଂସ୍କରଣର ଆୟୋଜନ ଶ୍ରୀଲଙ୍କାରେ କରାଯାଉଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.