ETV Bharat / bharat

ଅଧିକ 100 ତେଜସ୍‌ କଣିବ ବାୟୁସେନା, ସ୍ପେନରେ ଘୋଷଣା କଲେ ବାୟୁସେନା ମୁଖ୍ୟ - ଭାରତୀୟ ବାୟୁସେନା ମୁଖ୍ୟ ମାର୍ଶଲ ବିଆର ଚୌଧୁରୀ

ବାୟୁସେନା କିଣିବ ଅଧିକ 100 ଆଡଭାନ୍ସ ତେଜସ । ସ୍ପେନରେ ଘୋଷଣା କଲେ ବାୟୁସେନା ମୁଖ୍ୟ ମାର୍ଶଲ ବି.ଆର ଚୌଧୁରୀ । ଅଧିକ ପଢନ୍ତୁ

100 ତେଜସ୍‌ କଣିବ ବାୟୁସେନା, ସ୍ପେନରେ ଘୋଷଣା କଲେ ବାୟୁସେନା ମୁଖ୍ୟ

author img

By ETV Bharat Odisha Team

Published : Sep 16, 2023, 5:38 PM IST

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ସାମିଲ ହେବ 100ଟି ସ୍ବଦେଶୀ ନିର୍ମିତ ହାଲୁକା ଅତ୍ୟାଧୁନିକ ଲଢୁଆ ବିମାନ LCA Mark 1A ବା ଆଡଭାନ୍ସ ତେଜସ । ଏନେଇ ବାୟୁସେନା ମୁଖ୍ୟ ମାର୍ଶଲ ବି.ଆର ଚୌଧୁରୀ ବିଧିବଦ୍ଧ ଘୋଷଣା କରିଛନ୍ତି । 13 ତାରିଖରେ ସ୍ପେନ ନିର୍ମିତ ବୃହତ୍ତ ପରିବହନ ବିମାନ C-295 ଭାରତୀୟ ବାୟୁସେନାରେ ସାମିଲ ହୋଇଛି । ସ୍ପେନରେ ଥିବା ମାର୍ଶଲ ଚୌଧୁରୀ ଏହି କ୍ରୟ ନିଷ୍ପତ୍ତି ନେଇ ଜାତୀୟ ଖବର ସରବରାହ ସଂସ୍ଥା ଏନଆଇଏକୁ ପ୍ରତିକ୍ରିୟା ଦେଇ ସ୍ପଷ୍ଟ କରିଛନ୍ତି ।

ବାୟୁସେନା ମୁଖ୍ୟ କହିଛନ୍ତି, ‘‘ଭାରତୀୟ ବାୟୁସେନା 100ଟି ହାଲୁକା ଲଢୁଆ ବିମାନ କ୍ରୟ କରିବାକୁ ଯାଉଛି । ଏହାକୁ ବାୟୁସେନାରେ ସାମିଲ କରାଯିବା ପରେ ଏହା ମିଗ ସିରିଜରର ସ୍ଥାନ ନେବ । ଏହି ମିଗ ସିରିଜରେ ମିଗ-21,ମିଗ -23, ଓ ମିଗ-27 ରହିଛି । ଏହା ପୁରୁଣା ବିମାନ, ତେଣୁ ବର୍ତ୍ତମାନ ସମୟରେ ବାୟୁସେନା ନିକଟରେ ପର୍ଯ୍ୟାପ୍ତ ସଂଖ୍ୟକ LCA ବର୍ଗର ବିମାନ ରହିବା ଜରୁରୀ । ଆମେ ପୂର୍ବରୁ 83ଟି LCA-1A ପାଇଁ ଚୁକ୍ତି ସ୍ୱାକ୍ଷର କରିସାରିଛୁ । ଏବେ ଆମେ ଅନ୍ଯ 100 ତେଜସ ବିମାନ ପାଇଁ କ୍ରୟ କରିବାକୁ ଯାଉଛୁ ।’’

ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ଏଚଏଲ) ଦ୍ବାରା ଏହି ହାଲୁକା ଲଢୁଆ ବିମାନକୁ ନିର୍ମାଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଭାରତୀୟ ବାୟୁସେନାରେ ଏହି ବର୍ଗର ବିମାନ ସାମିଲ ହୋଇସାରିଲାଣି । ପରେ ସ୍ବାକ୍ଷରିତ ହୋଇଥିବା ଚୁକ୍ତି ଅନୁସାରେ 83ଟି ବିମାନ ବାୟୁସେନାକୁ ହସ୍ତାନ୍ତର ହେବ । ଆସନ୍ତାବର୍ଷ (2024) ଫେବୃଆରୀରେ ଏହି ଚୁକ୍ତିନାମାର ପ୍ରଥମ ବିମାନ ହାଲ ବାୟୁସେନାକୁ ହସ୍ତାନ୍ତର କରିବାକୁ ଲକ୍ଷ୍ୟ ରଖିଛି । LCA ମାର୍କ 1A ହେଉଛି ତେଜସର ନୂତନ ଭର୍ସନ ।

ଏହା ମଧ୍ୟ ପଢନ୍ତୁ:- ଭାରତୀୟ ବାୟୁସେନାକୁ ମିଳିଲା ବାହୁବଳୀ C-95, ଏକାଧିକ ଅପରେସନରେ ହୋଇପାରିବ ସାମିଲ

13 ତାରିଖରେ ଭାରତୀୟ ବାୟୁସେନାରେ C-95 ଟ୍ରାନ୍ସପୋର୍ଟ୍‌ ଏୟାରକ୍ରାଫ୍ଟକୁ ସାମିଲ କରାଯାଇଛି । ସ୍ପେନ୍‌ର ଏୟାରବସ କମ୍ପାନୀ ସହ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା । ବାୟୁସେନା ମୁଖ୍ୟ ମାର୍ଶଲ ବିଆର ଚୌଧୁରୀ ବିଦ୍ଧିବଧ ଭାବେ ଏହି ବିମାନକୁ ନିର୍ମାଣକାରୀ ସଂସ୍ଥାଠାରୁ ଗ୍ରହଣ କରିଛନ୍ତି । ଏହି ଅବସରରେ ମାର୍ଶଲ ଚୌଧୁରୀ ଏବେ ସ୍ପେନରେ ଅଛନ୍ତି । ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ବେଳେ ସେ ବାୟୁସେନା ପାଇଁ 100ଟି ଆଡଭାନ୍ସ ତେଜସ୍‌ କିଣାଯିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.