ନୂଆଦିଲ୍ଲୀ : ସଂକ୍ରମଣ ବିରୋଧରେ ଜାରି ରହିଛି ଲଢେଇ । ଦୁଇ ଚାରି ଦିନ ମଧ୍ୟରେ ଭାରତ ୧୦୦ କୋଟି ଟୀକକରଣ ଅତିକ୍ରମ କରିବ । ଯାହା ଟୀକାକରଣ କ୍ଷେତ୍ରରେ ଭାରତ ପାଇଁ ଏକ ମାଇଲଷ୍ଟୋନ ହେବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏବେ ମଣିପୁର ଗସ୍ତରେ ରହିଛନ୍ତି ନଡ୍ଡା । ମଣିପୁରରେ ପାଖାପାଖି 17.5 ଲକ୍ଷ ଡୋଜ ଦିଆଯାଇଛି । ଏନେଇ ସେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।ସେପଟେ, ଦେଶରେ ଭ୍ୟାକସିନେସନ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଦେଶରେ 95 କୋଟି ଡୋଜ ଦିଆସରିଛି ।
ବିକାଶର ପ୍ରବେଶ ପଥରେ ଏବେ ମଣିପୁର । ପ୍ରଥମ ଥର ବିଷ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମେକଇନ ଇଣ୍ତିଆ ଡ୍ରୋନ ଯୋଗେ କୋରୋନା ଟିକାକୁ ଲୋକତକ ହ୍ରଦକୁ ନିଆଯାଇଥିଲା । ରାଜ୍ୟରେ ବିଜେପି ଶାସନ ଚାଲୁଥିବାରୁ ଏଠାରେ ଡ୍ରଗ୍ସ ପରି ନିଶାକାରବାର ଚାଲି ପାରିବ ନାହିଁ ବୋଲି ସେ କହିଛନ୍ତି । ଡ୍ରଗ୍ସ କାରବାରକୁ ରୋକିବାକୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ରାଜ୍ୟରେ ପୂର୍ବରୁ କଂଗ୍ରେସ ସରକାର ରହିଥିଲା । କୈଣସି ବିକାଶ ମୂଳକ କାର୍ଯ୍ୟ ରାଜ୍ୟରେ ହୋଇନି । ଆମେ ଏଠାରେ ସରକାର ଗଠନ କରିବା ପୂର୍ବରୁ ମଣିପୁରରେ ଦୁର୍ନୀତି, ଭ୍ରଷ୍ଟାଚାର, ଓ ଅପରାଧିକ ମାମଲାରେ ଆଗରେ ଥିଲା ରାଜ୍ୟ ।
ହେଲେ ରାଜ୍ୟରେ ବିଜେପି ଶାସନକୁ ଆସିବା ପରେ ଏଠାର ବଡ ପରିବର୍ତ୍ତନ ହୋଇଛି । ବିକାଶ ପଥରେ ଆଗେଇ ଚାଲିଛି ମଣିପୁର । ଏହାସହ ରବିବାର ଦିନ ଇମ୍ଫାଲରେ ରାଜ୍ୟ ପାର୍ଟି କାର୍ଯ୍ୟାଳୟର ଉଦଘାଟନ କରିଥିଲେ ନଡ୍ଡା । ଆସନ୍ତା ବର୍ଷ ହେବାକୁ ଯାଉଛି ମଣିପୁର ନିର୍ବାଚନ । ଏବେଠୁ ନିଜ ଗଡ ରକ୍ଷା ପାଇଁ ରଣନୀତି ପ୍ରସ୍ତୁତ କଲାଣୀ ଦଳ । ତେବେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ମଣିପୁର ଗସ୍ତ ଆଗାମୀ ନିର୍ବାଚନ ଉପରେ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି ।