ETV Bharat / bharat

ଆରମ୍ଭ ହେଲା ଭାରତ-ଆମେରିକା ମିଳିତ ଯୁଦ୍ଧାଭ୍ୟାସ - ଭାରତ- ଆମେରିକା ମିଳିତ ଯୁଦ୍ଧାଭ୍ୟାସ ଖବର

ଆଜିଠାରୁ ଆରମ୍ଭ ହୋଇଛି ଭାରତ-ଆମେରିକା ମଧ୍ୟରେ ମିଲିତ ଯୁଦ୍ଧାଭ୍ୟାସ । ଅଧିକ ପଢନ୍ତୁ...

ଆରମ୍ଭ ହେଲା ଭାରତ- ଆମେରିକା ମିଳିତ ଯୁଦ୍ଧାଭ୍ୟାସ

author img

By

Published : Feb 8, 2021, 6:45 PM IST

ଜୟପୁର: ଆଜିଠାରୁ ଆରମ୍ଭ ହୋଇଛି ଭାରତ -ଆମେରିକା ମଧ୍ୟରେ ମିଲିତ ଯୁଦ୍ଧାଭ୍ୟାସ । ରାଜସ୍ଥାନରେ ମହାଜନ ଫିଲ୍ଡ ଫାୟାରିଂ ରେଞ୍ଜରେ ଭାରତ-ଆମେରିକାର ସୈନ୍ୟ ଏହି ମିଳିତ ଅଭ୍ୟାସ ଆରମ୍ଭ କରିଛନ୍ତି । ଏହି ଯୁଦ୍ଧାଭ୍ୟାସ 21 ତାରିଖ ଯାଏଁ ହେବାର କାର୍ଯ୍ୟସୂଚୀ ରହିଛି । ଏହି ଅଭ୍ୟାସରେ ଦୁଇ ଦେଶର ଅତ୍ୟାଧୁନିକ ସାମରିକ ଅସ୍ତ୍ରଶସ୍ତ୍ର ମଧ୍ୟ ବ୍ୟବହାର ହେବା ନେଇ ସୂଚନା ରହିଛି । ଏହି ମିଳିତ ଅଭ୍ୟାସରେ ଆଡଭାନ୍ସ ଲାଇଟ୍ ହେଲିକପ୍ଟର ‘ରୁଦ୍ର’, ଏମଆଇ-17, ଚିନୁକ ହେଲିକପ୍ଟର ସମେତ ଆମେରିକାର ବିଭିନ୍ନ ଯୁଦ୍ଧାସ୍ତ୍ର ମଧ୍ୟ ବ୍ୟବହାର ହେବ ନେଇ ସୂଚନା ମିଳିଛି ।

ଆରମ୍ଭ ହେଲା ଭାରତ- ଆମେରିକା ମିଳିତ ଯୁଦ୍ଧାଭ୍ୟାସ

ମରୁଭୂମି ଅଞ୍ଚଳରେ କିପରି ଶତ୍ରୁପକ୍ଷର ଷଡଯନ୍ତ୍ରକୁ ମାତ ଦେଇ ହେବ ତାର ମିଳିତ ଅଭ୍ୟାସ କରିବେ ଦୁଇ ଦେଶର ସେନା । ଏହା ହେଉଛି 2004 ମସିହାରେ ଆରମ୍ଭ ହୋଇଥିବା ଇଣ୍ଡୋ-ଆମେରିକା ଦ୍ବିପାକ୍ଷିକ "ଯୁଦ୍ଧ ଅଭ୍ୟାସ -20" ଷୋଡ଼ଶ ସଂସ୍କରଣ । ମିଳିତ ବ୍ୟାୟାମର ପୂର୍ବ ସଂସ୍କରଣ ଆମେରିକାର ସିଆଟେଲରେ ଅନୁଷ୍ଠିତ ହୋଇଥିବାବେଳେ ଚଳିତ ବର୍ଷ ରାଜସ୍ଥାନରେ ମରୁ ଯୁଦ୍ଧ କ୍ଷେତ୍ରରେ ହେବା ନେଇ ସ୍ଥିର କରାଯାଇଛି । ଏଥିରେ ଦୁଇ ଦେଶର ମିଳିତ ସାମରିକ ଯୋଜନା, ଅପରେସନ୍, ମିଳିତ କୌଶଳ ଆଦାନପ୍ରଦାନ ସହ ଅଭ୍ୟାସ ଜାରି ରଖିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.