ନୂଆଦିଲ୍ଲୀ: ଗତକାଲି(ବୁଧବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଖଣି ମନ୍ତ୍ରଣାଳୟ ଅନ୍ତର୍ଗତ ଭାରତୀୟ ଭୂତାତ୍ତ୍ବିକ ସର୍ଭେ ଓ ଆମେରିକାରର ଫ୍ଲୋରିଡା ଆନ୍ତର୍ଜାତିକ ବିଶ୍ବବିଦ୍ୟାଳୟ ମଧ୍ୟରେ ଭୂବିଜ୍ଞାନ ସମ୍ପର୍କିତ ସହଯୋଗ ନେଇ ସ୍ବାକ୍ଷରିତ ବୁଝାମଣାପତ୍ରକୁ ଅନୁମୋଦନ ମିଳିଛି ।
କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଥିବା ଭୂତାତ୍ତ୍ବିକ ସର୍ଭେ ଓ ଆମେରିକାରର ଫ୍ଲୋରିଡା ଆନ୍ତର୍ଜାତିକ ବିଶ୍ବବିଦ୍ୟାଳୟ ମଧ୍ୟରେ କଣ ହୋଇଛି ଚୁକ୍ତି ।
- ବୈଷୟିକ ଜ୍ଞାନ ଓ ଭୂବିଜ୍ଞାନ ତଥ୍ୟର ଆଦାନପ୍ରଦାନ ।
- ପାରସ୍ପରିକ ସ୍ବାର୍ଥ ଅନ୍ୟାନ୍ୟ ବିଷୟ ଉଭୟପକ୍ଷଙ୍କ ସହମତିରେ ନିଷ୍ପତ୍ତି ହେବ ।
- ଭୂବୈଜ୍ଞାନିକ ଜ୍ଞାନର ବିକାଶ, ଭୂବିଜ୍ଞାନ ଓ ପୃଥିବୀର ଢାଞ୍ଚାଗତ ଆକାର, ବୈଶିଷ୍ଟ୍ୟ ତଥା ପରିବେଶ ନେଇ ଗବେଷଣା, ଭାରତ-ଏସୀୟ ମହାଦେଶୀୟ ଅଞ୍ଚଳରେ ହୋଇଥିବା ପରିବର୍ତ୍ତନ ତଥା ପୂର୍ବ-ହିମାଳୟ ପର୍ବତମାଳା ଅଞ୍ଚଳରେ ଭୂବିଜ୍ଞାନ ଓ ପୃଥିବୀର ଢାଞ୍ଚାଗତ ପରିବର୍ତ୍ତନ ଇତିହାସ ଉପରେ ଅଧ୍ୟୟନ ।
- ଆଞ୍ଚଳିକ ଭୂତାତ୍ତ୍ବିକ, ଭୂ-ରସାୟନ, ପେଟ୍ରୋଲୋଜି ଓ ପ୍ରତ୍ୟେକ କ୍ଷେତ୍ରରେ ସମଗୁଣ ବିଦ୍ୟମାନ ତଥା ଲଦାଖର ଆଗ୍ନେୟ ଓ ରୂପାନ୍ତରିତ ଶିଳା ଅଧ୍ୟୟନ ସଂକ୍ରାନ୍ତ ସହଯୋଗ ।
କ୍ୟାବିନେଟ ବୈଠକ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଏହି ବୁଝାମଣାପତ୍ର ଯୋଗୁଁ ଭାରତୀୟ ଭୂତାତ୍ତ୍ବିକ ସର୍ଭେ ଓ ଫ୍ଲୋରିଡ। ଆନ୍ତର୍ଜାତିକ ବିଶ୍ବବିଦ୍ୟାଳୟ ମଧ୍ୟରେ ଆନୁଷ୍ଠାନିକ ସମନ୍ବୟ ବୃଦ୍ଧି ପାଇବ । ଏହାସହ ବୁଝାମଣାର ଲକ୍ଷ୍ୟ ହେଲା ଏକ ଯୁଗର ଭୂବୈଜ୍ଞାନିକ ଓ ରୂପାନ୍ତରିତ ଶିଳାର ପରିବେଶ ସମ୍ପର୍କରେ ଜ୍ଞାନ ଆହରଣ ସହ ଭାରତ-ଏସୀୟ ଅଞ୍ଚଳରେ ପରିବେଶ ଜନିତ ପରିବର୍ତ୍ତନର ଅନୁଧ୍ୟାନ କରିବା ଓ ପୂର୍ବ ହିମାଳୟ ଅଞ୍ଚଳରେ ଭୂତାତ୍ତ୍ବିକ ଇତିହାସର ଲିଖନ କରିବା ।
ବୁଝାମଣା ସ୍ବାକ୍ଷରିତ କାର୍ଯ୍ୟକଳାପଗୁଡିକ ମଧ୍ୟରେ ବୈଷୟିକ ଜ୍ଞାନ ଓ ଭୂବିଜ୍ଞାନ ସମ୍ପର୍କିତ ତଥ୍ୟର ବିନିମୟ ଭୂତାତ୍ତ୍ବିକ ଓ ଆଗ୍ନେୟ ଓ ରୂପାନ୍ତରିତ ଶୀଳା ପରିବେଶ ସମ୍ପର୍କରେ ଗବେଷଣା, ପୂର୍ବ ହିମାଳୟ ଭୂତାତ୍ତ୍ବିକ ଓ ଆଗ୍ନେୟଶିଳା ରୂପରେଖ ଉପରେ ଗବେଷଣା ଇତ୍ୟାଦି ଅନ୍ତର୍ଭୁକ୍ତ ରହିଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।
ବ୍ୟୁର ରିପୋର୍ଟ, ଇଟିଭି ଭାରତ