ETV Bharat / bharat

ଆଣ୍ଡାମାନରେ ବ୍ରହ୍ମୋସର ସଫଳ ପରୀକ୍ଷଣ

author img

By

Published : Dec 1, 2020, 10:33 AM IST

ଆଜି ପୁଣି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ବ୍ରହ୍ମୋସର ପରୀକ୍ଷଣ କରାଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ବ୍ରହ୍ମୋସ ପରୀକ୍ଷଣ
ବ୍ରହ୍ମୋସ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ଭିତରେ ଆଜି ଭାରତ ପକ୍ଷରୁ ଆଣ୍ଟିସିପ୍‌ ଭର୍ସନ ବ୍ରହ୍ମୋସ ମିସାଇଲର ପରୀକ୍ଷଣ କରାଯାଇଛି । ଆଣ୍ଡମାନ ଓ ନିକୋବର ଦ୍ବୀପପୁଞ୍ଜରେ ମଙ୍ଗଳବାର ବ୍ରହ୍ମୋସ ସୁପରସୋନିକ କ୍ରୁଜ୍‌ ମିସାଇଲର ଆଣ୍ଟିସିପ୍‌ ଭର୍ସନର ପରୀକ୍ଷଣ ହୋଇଛି ।

ଏହି ପରୀକ୍ଷଣ ଭାରତୀୟ ନୌସେନା ଦ୍ବାରା କରାଯାଉଥିବା ପରୀକ୍ଷଣର ଅଂଶ ଅଟେ ବୋଲି ସୂଚନା ମିଳିଛି । ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲ ଡିଆରଡିଓ(ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ) ଦ୍ବାରା ବିକଶିତ କରାଯାଇଛି ।

ସୂଚନାଥାଉକି, ନଭେମ୍ବର 25 ତାରିଖରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା । ଏହି ପରୀକ୍ଷଣ ଭାରତୀୟ ବାୟୁସେନା ଦ୍ବାରା ପରିଚାଳିତ ଲଞ୍ଚ ଗୁଡ଼ିକର ଏକ ଅଂଶ ବିଶେଷ । 300 କିଲୋମିଟର ଷ୍ଟ୍ରାଇକ୍ ପରିସର ସହିତ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ଭୂପୃଷ୍ଠରୁ ଭୂପୃଷ୍ଠର ପରୀକ୍ଷଣ ସଫଳ ହୋଇଥିଲା।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.