ETV Bharat / bharat

ଫିଲିପାଇନ୍ସ ସେନାକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ପ୍ରଣାଳୀର ପ୍ରଶିକ୍ଷଣ ଦେବ ଭାରତ - ଫିଲିପାଇନ୍ସକୁ ବ୍ରହ୍ମୋସ ଦେବ ଭାରତ

ଫିଲିପାଇନ୍ସ ସେନାକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ପ୍ରଣାଳୀର ପ୍ରଶିକ୍ଷଣ ଦେବ ଭାରତ । ଜୁଲାଇ ମାସରୁ ଆରମ୍ଭ ହେବ ପ୍ରକ୍ରିୟା । ଭାରତ ଆସିବେ ଫିଲିପାଇନ୍ସ ସେନାଧିକାରୀ । ଅଧିକ ପଢନ୍ତୁ

ଫିଲିପାଇନ୍ସ ସେନାକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ପ୍ରାଣାଳୀର ପ୍ରଶିକ୍ଷଣ ଦେବ ଭାରତ

author img

By

Published : Apr 9, 2022, 3:37 PM IST

ନୂଆଦିଲ୍ଲୀ: ଫିଲିପାଇନ୍ସ ସେନାକୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ମିସାଇଲ ସିଷ୍ଟମ ‘ବ୍ରହ୍ମୋସ’ର ବ୍ୟବହାରିକ ପ୍ରଶିକ୍ଷଣ ପ୍ରଦାନ କରିବ ଭାରତ । ଜୁଲାଇ ମାସରୁ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ପ୍ରଶିକ୍ଷଣ ଗ୍ରହଣ କରିବାକୁ ଚୟନ ହୋଇଥିବା ଫିଲିପାଇନ୍ସ ସେନାର ଅଧିକାରୀ ଓ ଯବାନମାନେ ଭାରତ ଆସିବେ ।

ଫିଲିପାଇନ୍ସ ସେନାକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ପ୍ରାଣାଳୀର ପ୍ରଶିକ୍ଷଣ ଦେବ ଭାରତ
ଫିଲିପାଇନ୍ସ ସେନାକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ପ୍ରାଣାଳୀର ପ୍ରଶିକ୍ଷଣ ଦେବ ଭାରତ

ଭାରତ ଦ୍ବାରା ନିର୍ମିତ ଓ ବିକଶିତ ଅତ୍ୟାଧୁନିକ ଆଣ୍ଟି-ସିପ କ୍ରୁଜ ମିସାଇଲ ବ୍ରହ୍ମୋସର ବ୍ୟବହାର ନେଇ ନେଇ ସେମାନଙ୍କୁ ପ୍ରଶିକ୍ଷିତ କରାଯିବ । ଏଥିପାଇଁ ଭାରତ ଓ ଫିଲିପାଇନ୍ସ ମଧ୍ୟରେ ଚଳିତବର୍ଷ ଜାନୁଆରୀରେ 375 ମିଲିୟନ ଆମେରିକୀୟ ଡଲାରର ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଇଣ୍ଡୋ-ଋଷ ମିଳିତ ଭେଞ୍ଚର କମ୍ପାନୀ ‘ବ୍ରହ୍ମୋସ ଏରୋସ୍ପେସ’ ଏହି ଦିଗରେ ଫିଲିପାଇନ୍ସ ସେନାକୁ ସହଯୋଗ କରିବା ପାଇଁ ପ୍ରୟାସ ଜାରି ରଖିଛି ।

ଚୁକ୍ତି ଅନୁସାରେ, ବ୍ରହ୍ମୋସର ପ୍ରଥମ ବ୍ଯାଚ ଆଗାମୀ 18 ମାସ ମଧ୍ୟରେ ଫିଲିପାଇନ୍ସକୁ ରପ୍ତାନୀ କରାଯାଇପାରେ । ଏହା ପୂର୍ବରୁ ଏହାର ବ୍ୟବହାରିକ ପ୍ରଣାଳୀର ପ୍ରଶିକ୍ଷଣ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ତେଣୁ ଫିଲିପାଇନ୍ସ ଅଧିକାରୀମାନେ ଜୁଲାଇ ଓ ଅଗଷ୍ଟ ମାସରେ ଭାରତରେ ପହଞ୍ଚି ପ୍ରଶିକ୍ଷଣ ଗ୍ରହଣ କରିବା ଆରମ୍ଭ କରିବେ ।

ଫିଲିପାଇନ୍ସ ସ୍ଥଳସେନା ପରେ ନୌସେନାକୁ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ବ୍ରହ୍ମୋସ ଏରୋସ୍ପେସର ମୁଖ୍ୟ ଉତ୍ପାଦନ କେନ୍ଦ୍ର ଦିଲ୍ଲୀ ଓ ହାଇଦ୍ରାବାଦରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ । ବ୍ରହ୍ମୋସ କ୍ଷେପଣାସ୍ତ୍ର ପ୍ରଣାଳୀର ରପ୍ତାନୀ ନେଇ ହୋଇଥିବା ଚୁକ୍ତି ଭାରତ ବିଦେଶୀ ରାଷ୍ଟ୍ର ମଧ୍ୟରେ ଏକ ବୃହତ ଚୁକ୍ତିନାମା । ଏହାର ସଫଳ କାର୍ଯ୍ୟକାରିତା ପରେ ଫିଲିଫାଇନ୍ସ ପରେ ଦକ୍ଷିଣ ପୂର୍ବ ଏସିଆରେ ମଧ୍ୟ ଭାରତକୁ ସଫଳତା ମିଳିପାରେ ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.