ETV Bharat / bharat

ଜାନୁଆରୀ ଶେଷ ବେଳକୁ ଆହୁରି ବଢିବ ସଂକ୍ରମଣ, ସତର୍କ ରହିବାକୁ ଚେତାବନୀ

author img

By

Published : Dec 25, 2021, 12:47 PM IST

ଜାନୁଆରୀ ଶେଷ ବେଳକୁ ଆହୁରି ବଢିବ କରୋନା ସଂକ୍ରମଣ । ଏଭଳି ଚିନ୍ତା ଜନକ ସୂଚନା ଦେଲେ କିମ୍ସ ନିର୍ଦ୍ଦେଶକ ଡ. ସମ୍ବିତ ସାହୁ । କହିଲେ 'ବିଶ୍ବ ଠାରୁ ଆମେ ଅଲଗା ନୁହେଁ । ସାରା ବିଶ୍ବ ଏହାର ସମ୍ମୁଖିନ କରୁଛି ଆମକୁ ମଧ୍ୟ କରିବାକୁ ହେବ ’। ଅଧିକ ପଢ଼ନ୍ତୁ

ଜାନୁଆରୀ ଶେଷ ବେଳକୁ ଆହୁରି ବଢିବ ସଂକ୍ରମଣ, ସତର୍କ ରହିବାକୁ ଚେତାବନୀ
ଜାନୁଆରୀ ଶେଷ ବେଳକୁ ଆହୁରି ବଢିବ ସଂକ୍ରମଣ, ଏବେଠୁ ହେବାକୁ ପଡ଼ିବ ସତର୍କ

ହାଇଦ୍ରାବାଦ: ଜାନୁଆରୀ ଶେଷ ବେଳକୁ ଆହୁରି ବଢିପାରେ କରୋନା ସଂକ୍ରମଣ । ଏଭଳି ସୂଚନା ଦେଲେ କିମ୍ସ ନିର୍ଦ୍ଦେଶକ ଡ. ସମ୍ବିତ ସାହୁ । କହିଲେ 'ବିଶ୍ବ ଠାରୁ ଆମେ ଅଲଗା ନୁହେଁ' ।

ଦିନକୁ ଦିନ ସାରା ବିଶ୍ବରେ ଏବେ ହୁ ହୁ ହୋଇ କୋରୋନା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯେଉଁଭଳି ଭାବରେ ଦେଶରେ ସଂକ୍ରମଣ ବୃଦ୍ଧି ପାଉଛି, ଏନେଇ କିମ୍ସ ନିର୍ଦ୍ଦେଶକ ଡ. ସମ୍ବିତ ସାହୁ ଏକ ଚିନ୍ତା ଜନକ ସୂଚନା ଦେଇଛନ୍ତି । ସାରା ବିଶ୍ବ ଏବେ କରୋନା ମହାମାରୀ ଦେଇ ଗତି କରୁଛି, ଯେହେତୁ ଭାରତ ବିଶ୍ବଠାରୁ ଅଲଗା ନୁହେଁ ତେଣୁ ଭାରତ ମଧ୍ୟ ଏହାର ସମ୍ମୁଖିନ ହେବ । ଏଥିସହ ୨୦୨୨ ଜାନୁଆରୀ ଶେଷ ବେଳକୁ ଦେଶରେ ସଂକ୍ରମଣ ଆହୁରି ଦୃତ ଗତିରେ ବୃଦ୍ଧି ପାଇଥିବ ବୋଲି କହିଲେ ଡ. ସମ୍ବିତ ସାହୁ । ଏହା ସହିତ ଆସିଥିବା ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ସାରା ବିଶ୍ବରେ କୋକୁଆ ଭୟ ସୃଷ୍ଟି କରିଛି । ଭାରତରେ ଏଯାଏଁ ମୋଟ ୪୧୫ ଓମିକ୍ରନ ଭାରିଏଣ୍ଟ ଚିହ୍ନଟ ହେବାସହ ଏହା ୧୭ ରାଜ୍ୟକୁ ଛୁଇଁସାରିଲାଣି । ମହାରାଷ୍ଟ୍ରରେ ସର୍ବାଧିକ ୧୦୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ , ଦିଲ୍ଲୀରେ ୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ତାମିଲନାଡ଼ୁରେ 34, ତେଲେଙ୍ଗାନାରେ ୩୮, ରାଜସ୍ଥାନରେ ୨୨ ,କର୍ଣ୍ଣାଟକରେ ୩୧,କେରଳରେ ୩୭,ଗୁଜୁରାଟରେ ୪୩,ଜମ୍ମୁ ଓ କାଶ୍ମୀରରେ ୩ ଜଣ, ଓଡ଼ିଶା, ହରିୟାଣା ଓ ଆନ୍ଧ୍ର ପ୍ରଦେଶରେ ୪ ଜଣ, ୟୁପିରେ ୨ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ଓମିକ୍ରନ ଭାରିଏଣ୍ଟ ।

ଗତ ସପ୍ତାହରେ ସିସିଏମବିର ପୂର୍ବତନ ନିର୍ଦ୍ଦେଶକ ଡ. ରାକେଶ କୁମାର ମିଶ୍ର ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାରରେ କହିଥିଲେ, ଭାରତରେ ଏବେ ସ୍ଥିତି ଭଲ ଅଛି । ଯେଉଁଭଳି ଭାବରେ ଦେଶରେ ଟୀକୀକରଣ ଫଳପ୍ରଦ ହେଉଛି, କିଛିଟା ମାତ୍ରାରେ ସଂକ୍ରମଣକୁ ରୋକା ଯାଇପାରିବ ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାସ୍ଥ୍ୟ ନିୟନ୍ତ୍ରଣ ଓ କରୋନା ମହାମାରୀ ନେଇ ଏକ ବୈଠକ କରିଥିଲେ । ଯେଉଁ ବୈଠକରେ କୋରନା ସମ୍ପର୍କିତ ଆଲୋଚନା ଓ ସ୍ବାସ୍ଥ୍ୟ ବିଭାଗ, ଔଷଧ, ଅକ୍ସିଜେନ ସିଲିଣ୍ଡର, ଆଇସିୟୁ, ଭେଣ୍ଟିଲେଟର, ବେଡ ବୃଦ୍ଧି ଓ ଟୀକାକରଣ ନେଇ ଆଲୋଚନା ହୋଇଥିଲା । ଦେଶରେ ଓମିକ୍ରନର ବୃଦ୍ଧି ନେଇ ଟୀକାକରଣ ମାତ୍ରାକୁ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଦେଶରେ ନୂଆ ଭାରିଏଣ୍ଟ ବୃଦ୍ଧି ପାଉଥିବାବେଳେ ସାରା ଦେଶକୁ ସାବଧାନ ଓ ସତର୍କ ରହିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ସାରା ଦେଶ ଏକାଠି ହୋଇ ଏହି ମହାମାରୀକୁ ହରାଇବାକୁ ଏବଂ ସମସ୍ତ ନିୟମ ମାନି ରହିବାକୁ ମୋଦି କହିଛନ୍ତି । ଏହାସହ ଆବଶ୍ୟକ ଅନୁଯାୟୀ ଅକ୍ସିଜେନ ଯୋଗାଇ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.