ETV Bharat / bharat

ଡିସେମ୍ବର 15ରେ ଭାରତକୁ ମିଳିବ ଶେଷ ରାଫେଲ

author img

By

Published : Nov 9, 2022, 8:58 PM IST

ଡିସେମ୍ବର 15ରେ ଭାରତକୁ ମିଳିବ ଶେଷ ରାଫେଲ ବିମାନ । ବର୍ତ୍ତମାନ ସୁଦ୍ଧା ମିଳି ସାରିଛି 35 ରାଫେଲ ବିମାନ (India to receive its last Rafale by December)। 2016 ରେ 36 ଅତ୍ୟାଧୁନିକ ବିମାନ ପାଇଁ ଭାରତ-ଫ୍ରାନ୍ସ ମଧ୍ୟରେ ହୋଇଥିଲା 60 ହଜାର କୋଟିର ଚୁକ୍ତିନାମା । ଅଧିକ ପଢନ୍ତୁ

ଡିସେମ୍ବର 15 ରେ ଭାରତକୁ ମିଳିବ ଶେଷ ରାଫେଲ
ଡିସେମ୍ବର 15 ରେ ଭାରତକୁ ମିଳିବ ଶେଷ ରାଫେଲ

ନୂଆଦିଲ୍ଲୀ: ଭାରତ-ଫ୍ରାନ୍ସ ମଧ୍ୟରେ ହୋଇଥିବା ରାଫେଲ ଯୁଦ୍ଧ ବିମାନ ଚୁକ୍ତିର ଶେଷ ରାଫେଲ ବିମାନ ଡିସେମ୍ବର 15ରେ ଭାରତକୁ ମିଳିବାକୁ ଯାଉଛି (India to receive its last Rafale by December)। ଡିସେମ୍ବର 15 ତାରିଖରେ ଶେଷ ତଥା 36ତମ ରାଫେଲ ବିମାନ ଭାରତରେ ପହଞ୍ଚିବ । 2016 ରେ 60 ହଜାର କୋଟି ବିନିମୟରେ 36ଟି ଅତ୍ୟାଧୁନିକ ଲଢୁଆ ରାଫେଲ ବିମାନ କିଣିବା ପାଇଁ ଫ୍ରାନ୍ସର ଦାସଲ୍ଟ ଆଭିଏସନ (Dassault Aviation) ଓ ଭାରତ ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।

ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, 15 ତାରିଖରେ ଚୁକ୍ତିନାମାର ଶେଷ ତଥା 36ତମ ବିମାନ ଭାରତକୁ ହସ୍ତାନ୍ତର ହେବ । 36 ବିମାନ ମଧ୍ୟରୁ ଭାରତ ବର୍ତ୍ତମାନ ସୁଦ୍ଧା 35ଟି ବିମାନ ଗ୍ରହଣ କରିସାରିଛି । ପର୍ଯ୍ୟାୟ କ୍ରମେ ଏହି ବିମାନଗୁଡିକ ଭାରତ ଆସି ସାରିଥିବା ବେଳେ ହରିୟାଣାର ଆମ୍ବାଲା ଓ ପଶ୍ଚିମବଙ୍ଗର ହାସିମାରାରେ ଏୟାରଫୋର୍ସ ବେସରୁ ଅପରେଟ ହେଉଛନ୍ତି ।

ତେବେ ଭାରତକୁ ହସ୍ତାନ୍ତର ହୋଇସାରିଥିବା ରାଫେଲର ନବୀକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି । ବର୍ତ୍ତମାନ ଆବଶ୍ୟକତାକୁ ଦେଖି ସେଥିରେ ବୈଷୟିକ ପରିବର୍ତ୍ତନ ତଥା ଅତ୍ୟାଧୁନିକ ଫିଚର ବିକଶିତ କରିବା କାର୍ଯ୍ୟ ମଧ୍ୟ ଜାରି ରଖିଛି ବାୟୁସେନା । ଏହାର ଅପଗ୍ରେଡେସନ ପ୍ରକ୍ରିୟା ଓ ରକ୍ଷଣାବେକ୍ଷଣାରେ ମୂଳ ନିର୍ମାଣକାରୀ ସଂସ୍ଥା ଫ୍ରାନ୍ସର ଦାସଲ୍ଟ ଆଭିଏସନ ମଧ୍ୟ ସାମିଲ ରହିଛି । ଭାରତରେ ପ୍ରଥମ ପର୍ଯ୍ୟାୟରେ 5ଟି ରାଫେଲ ବିମାନ ପହଞ୍ଚିଥିଲା । ତାର ମାତ୍ର କିଛି ଦିନ ବ୍ୟବଧାନ ପରେ ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା (LAC)ର ଲଦାଖ ଫରଓ୍ବାର୍ଡ ପୋଷ୍ଟରେ ଏହାକୁ ଅପରେଟିଂ କରି ଶକ୍ତି ଦେଖାଇଥିଲା ଭାରତୀୟ ବାୟୁସେନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.