ETV Bharat / bharat

Omicron Scare: ଜାନୁଆରୀ 31 ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

author img

By

Published : Dec 10, 2021, 8:32 AM IST

ଆସନ୍ତା ବର୍ଷ ଜାନୁଆରୀ 31 ପର୍ଯ୍ୟନ୍ତ ବେସାମରିକ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ଉପରେ ରୋକ ଲଗାଇଲେ(Commercial International Passenger Flights) DGCA । ଅଧିକ ପଢନ୍ତୁ

Omicron Scare: ଜାନୁଆରୀ 31 ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ: ପୁଣି ଘୁଞ୍ଚିଲା ବେସାମରିକ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ସମୟ(Commercial International Passenger Flights) । ଏଥିରେ ଲଗା ଯାଇଥିବା ନିଷେଧାଦେଶକୁ ଜାନୁଆରୀ 31 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ସୂଚନା ଅନୁଯାୟୀ ଡିସେମ୍ବର 15 ରୁ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ସେବା ଆରମ୍ଭ ହେବା ନେଇ ନଭେମ୍ବରରୁ ନିଷ୍ପତ୍ତି ହୋଇଥିଲା । ମାତ୍ର କୋଭିଡ-19 ନ୍ୟୁ ଭାରିଆଣ୍ଟ ଓମିକ୍ରନ(New Variant Omicrin) ଚିନ୍ତା ବଢିବା ପରେ ସିଭିଲ୍ ଆଭିଏସନ୍ ଡାଇରେକ୍ଟୋରେଟ୍ ଜେନେରାଲ୍(DGCA) ଡିସେମ୍ବର 1ରେ 15 ପର୍ଯ୍ୟନ୍ତ କୌଣସି ବେସାମରିକ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ କରିବ ନାହିଁ ବୋଲି ଘୋଷଣା କରିଥିଲେ । ପୁଣି ଏହାର ଗୋଟିଏ ସପ୍ତାହ ପରେ ଜାନୁଆରୀ 1 ପର୍ଯ୍ୟନ୍ତ କଟକଣାକୁ ବଳବତ୍ତର ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Omicron Scare: ଆହୁରି ବିଳମ୍ବ ହେବ International Flights

ନିୟାମକ ଗୁରୁବାର ଏକ ସର୍କୁଲାର ଜାରି କରି କହିଛନ୍ତି ଯେ, ଧାର୍ଯ୍ୟ ହୋଇଥିବା ଅନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀ ସେବା ସ୍ଥଗିତାଦେଶକୁ ଜାନୁୟାରୀ 31, 2022 ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଦକ୍ଷ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । କରୋନା ଭାଇରସ୍ ମହାମାରୀ କାରଣରୁ ମାର୍ଚ୍ଚ 23, 2020 ଠାରୁ ଭାରତରେ ଅନୁସୂଚିତ ଆନ୍ତର୍ଜାତୀୟ ଯାତ୍ରୀ ସେବା ସ୍ଥଗିତ ରହିଛି । କିନ୍ତୁ ବନ୍ଦେ ଭାରତ ମିଶନ ଅଧୀନରେ 2020 ମସିହା ଜୁଲାଇ ମାସରୁ ମନୋନୀତ ଦେଶମାନଙ୍କ ସହିତ ଦ୍ୱିପାକ୍ଷିକ 'ଏୟାର ବବୁଲ' ବ୍ୟବସ୍ଥାରେ ସ୍ୱତନ୍ତ୍ର ଆନ୍ତର୍ଜାତୀୟ ବିମାନ ଚଳାଚଳ କରୁଛି ।

ଆମେରିକା, ବ୍ରିଟେନ, UAE, କେନିଆ, ଭୂଟାନ ଏବଂ ଫ୍ରାନ୍ସ ସମେତ ପ୍ରାୟ 32 ଟି ଦେଶ ସହିତ ଭାରତ ଏୟାର ବବୁଲ ଚୁକ୍ତି କରିଛି । ଦୁଇ ଦେଶ ମଧ୍ୟରେ ଏକ ଏୟାର ବବୁଲ ଚୁକ୍ତିନାମା ଅନୁଯାୟୀ, ଏହି ଦେଶଗୁଡିକରେ ସ୍ୱତନ୍ତ୍ର ଅନ୍ତର୍ଜାତୀୟ ବିମାନ ଚଳାଚଳ କରାଯାଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.