ETV Bharat / bharat

2026 ସୁଦ୍ଧା ଟ୍ରାକରେ ଦୌଡିବ Bullet Train: ଦେଶର ମାଟି ଶକ୍ତିଶାଳୀ, ଇଞ୍ଜିନିୟରଙ୍କୁ ଯେତେ ପ୍ରଶଂସା କଲେ କମ କହିଲେ ରେଳମନ୍ତ୍ରୀ

ଆସନ୍ତା 2026 ସୁଦ୍ଧା ଦେଶରେ ଚାଲିବ ପ୍ରଥମ ଦ୍ରୁତଗାମୀ ବୁଲେଟ ଟ୍ରେନ (Bullet Train) । ଆଜି ଗୁଜୁରାଟ ଗସ୍ତରେ ଯାଇ ସୁରତରେ ପ୍ରକଳ୍ପର ନିରୀକ୍ଷଣ କରିବା ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଅଧିକ ପଢନ୍ତୁ

author img

By

Published : Jun 6, 2022, 10:13 PM IST

Bullet Train
Bullet Train

ଅହମ୍ମଦାବାଦ: ଆସନ୍ତା 2026 ସୁଦ୍ଧା ଦେଶରେ ଚାଲିବ ପ୍ରଥମ ଦ୍ରୁତଗାମୀ ବୁଲେଟ ଟ୍ରେନ (Bullet Train) । ଆଜି ଗୁଜୁରାଟ ଗସ୍ତରେ ଯାଇ ସୁରତରେ ପ୍ରକଳ୍ପର ନିରୀକ୍ଷଣ କରିବା ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହି ବହୁ ପ୍ରତିକ୍ଷିତ ବୁଲେଟ ପ୍ରକଳ୍ପ ପାଇଁ ଗତ 14 ସେପ୍ଟେମ୍ବର 2017 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତତ୍କାଳୀନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପସ୍ଥିତିରେ ଭିତ୍ତିପ୍ରସ୍ତର ପଡିଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରକଳ୍ପକୁ ନେଇ ଗୁଜୁରାଟ ଓ ମହାରାଷ୍ଟ୍ରରେ କିଛି ଜମି ସମସ୍ୟା ରହିଥିଲା । ତେବେ କେନ୍ଦ୍ର ରାଜ୍ୟ ସରକାର ଙ୍କ ମିଳିତ ଉଦ୍ୟମରେ ଏବେ ପ୍ରାୟ ଶତପ୍ରତିଶତ ଜମି ଅଧିଗ୍ରହଣ ଶେଷ ହୋଇଥିବାବେଳେ, ପାଖାପାଖି 150 କିମି ଧରି ନିର୍ମାଣ କାମ ଦ୍ରୁତ ଗତିରେ ଜାରି ରହିଛି ।

ଆସନ୍ତା 2026 ସୁଦ୍ଧା ଟ୍ରାକରେ ଦୌଡିବ ବୁଲେଟ ଟ୍ରେନ

ଗୁଜୁରାଟର ଅହମ୍ମଦାବାଦରୁ- ମହାରାଷ୍ଟ୍ରର ମୁମ୍ବାଇକୁ ଯୋଡିବାକୁ ଥିବା ଏହି ବୁଲେଟ ପ୍ରକଳ୍ପର ଦୂରତା ରହିଛି 508 କିଲୋମିଟର । ଏଥିରେ ରହିବ 12 ଟି ଷ୍ଟେସନ । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସୂଚନା ଅନୁସାରେ ପ୍ରାଥମିକ ପର୍ଯ୍ୟାୟରେ ବୁଲେଟ ଟ୍ରେନ ଗୁଜୁରାଟର ସୁରତରୁ -ବିଲିମୋରା ମଧ୍ୟରେ ଚଳାଚଳ କରିବ । ଆଉ ପୁରା ପ୍ରକଳ୍ପ 2028 ସୁଦ୍ଧା ଶେଷ ହେବ । ଆଜି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରକଳ୍ପର ସମୀକ୍ଷା କରିବା ସହ ଅଧିକାରୀ, କର୍ମଚାରୀ ଓ ବିଷେଶଜ୍ଞଙ୍କ ସହ ଆଲୋଚନା କରିଛନ୍ତି । ସମୀକ୍ଷା ପରେ ରେଳମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ବୁଲେଟ ଟ୍ରେନ ପ୍ରକଳ୍ପ ପାଇଁ 61 କିମି ମଧ୍ୟରେ ଖମ୍ବ ନର୍ମାଣ ଶେଷ ହୋଇଥିବା ବେଳେ ପ୍ରାୟ 150 କିଲୋମିଟର ମଧ୍ୟରେ ନିର୍ମାଣ ଦ୍ରୁତ ଗତିରେ ଚାଲିଛି । ଏହି ପ୍ରକଳ୍ପ ଶେଷ ହେଲେ 508 କିମି ଦୂରତା ଅତିକ୍ରମ ପାଇଁ ସର୍ବାଧିକ 3 ଘଣ୍ଟା ସମୟ ଲାଗିବ । ଯାହା ବର୍ତ୍ତମାନ 6 ଘଣ୍ଟା ସମୟ ଲାଗୁଛି ।

ଏହି ପ୍ରକଳ୍ପ ପାଇଁ ଜାପାନର ( Japan International Cooperation Agency) ମୋଟ ପାଣ୍ଠିର 81 ପ୍ରତିଶତ ତଥା 1.1 ଲକ୍ଷ କୋଟି ଯୋଗାଇ ଦେଉଥିବା ବେଳେ, ଆବଶ୍ୟକୀୟ ବୈଷୟିକ ସହାୟତା ମଧ୍ୟ ଦେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.