ନୂଆଦିଲ୍ଲୀ: ପ୍ରତିରକ୍ଷା ବଜେଟରେ ଏଥର ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହନ । ସର୍ବମୋଟ ପ୍ରତିରକ୍ଷା ବଜେଟର 68 ପ୍ରତିଶତ ସ୍ବଦେଶୀ ଉଦ୍ୟୋଗରେ ଖର୍ଚ୍ଚ କରିବେ ସରକାର । ବଜେଟ ଭାଷଣରେ ଏହି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେହିପରି ପ୍ରତିରକ୍ଷା କ୍ଷେତ୍ରରେ ଅନୁସନ୍ଧାନ ଓ ବିକାଶ ପାଇଁ 25 ପ୍ରତିଶତ ରଖାଯାଇଛି । ଯାହାଦ୍ବାରା DRDO ଓ ଅନ୍ୟ ସଂସ୍ଥାର ଟେକନିକକୁ ବିକଶିତ କରାଯାଇପାରିବ ।
2021-22 ରେ ସରକାର ଏହି ବଜେଟର 58 ପ୍ରତିଶତ ସ୍ବଦେଶୀ ଉଦ୍ୟୋଗ ପାଇଁ ରଖିଥିଲେ । ଚଳିତ ବର୍ଷ ମାତ୍ର 10 ପ୍ରତିଶତ ବୃଦ୍ଧି କରି ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବା ପାଇଁ କେନ୍ଦ୍ର ସରକାର ଏହି ସେକ୍ଟରରେ ଅଧିକ ଖର୍ଚ୍ଚ କରିବା ପାଇଁ ନିର୍ଣ୍ଣୟ ନେଇଛନ୍ତି ।
ଗତବର୍ଷ ତୁଳନାରେ ଏବର୍ଷ ପ୍ରତିରକ୍ଷା ବଜେଟରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଛି । ଗତବର୍ଷ ଏହା 4 କୋଟି 71 ହଜାର ଥିବାବେଳେ ଏବର୍ଷ 4 କୋଟି 78 ହଜାର ହୋଇଛି ।
@ANI