ETV Bharat / bharat

ନୌସେନା ପାଇଁ ଆସିବ 26 ରାଫେଲ: ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତରେ ଫାଇନାଲ ହେବ ଡିଲ୍ !

ଫ୍ରାନ୍ସଠୁ ଆଉ 26 ରାଫେଲ ବିମାନ ସହ 3ଟି ସ୍କର୍ପିଓନ କ୍ଲାସ ସବମେରାଇନ କିଣିବ ଭାରତ । ଏହି ରାଫେଲ ବିମାନ ନୌସେନାରେ ହେବେ ସାମିଲ । ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତରେ ସ୍ବାକ୍ଷରିତ ହୋଇପାରେ ଚୁକ୍ତି । ଅଧିକ ପଢନ୍ତୁ

author img

By

Published : Jul 10, 2023, 10:58 PM IST

ଫ୍ରାନ୍ସଠୁ ଆଉ 26 ରାଫେଲ ବିମାନ କିଣିବ ଭାରତ: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ହେବ ଚୁକ୍ତି

ନୂଆଦିଲ୍ଲୀ: ଫ୍ରାନ୍ସ ଓ ଭାରତ ମଧ୍ୟରେ ହେବାକୁ ଯାଉଛି ଏକ ବଡ ପ୍ରତିରକ୍ଷା କ୍ରୟ ଚୁକ୍ତିନାମା । ଫ୍ରାନ୍ସରୁ ଏକାଧିକ ଯୁଦ୍ଧ ବିମାନ ଓ ଯୁଦ୍ଧ ଜହାଜ କିଣିବାକୁ ଯାଉଛି ଭାରତ । ଫ୍ରାନ୍ସଠୁ 26ଟି ରାଫେଲ ବିମାନ ସହ 3ଟି ସ୍କର୍ପିଓନ କ୍ଲାସ ସବମେରାଇନ କ୍ରୟ କରିବ ଭାରତ । ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତ ସମୟରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହେବା ନେଇ ସୂଚନା ମିଳିଛି । ପୂର୍ବରୁ ଫ୍ରାନ୍ସର ଦାସ ଆଭିଏସନ ପକ୍ଷରୁ 36ଟି ଅପଗ୍ରେଡ ଭର୍ସନର ରାଫେଲ ଯୁଦ୍ଧ ବିମାନକୁ ଭାରତକୁ ହସ୍ତାନ୍ତର କରାଯାଇ ସାରିଛି ।

ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରତିରକ୍ଷା ବଳର ପ୍ରସ୍ତାବ ଉପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ବିଚାର ବିମର୍ଶ କରିସାରିଛି । ପ୍ରାୟତଃ ଏହି ଚୁକ୍ତିନାମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଗସ୍ତ ସମୟରେ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି କ୍ରୟଚୁକ୍ତିରେ ଭାରତ ଆଉ 26ଟି ମେରାଇନ କ୍ଲାସର ରାଫେଲ ବିମାନ କିଣିବ । ଏହା ମଧ୍ୟରେ 22 ଟି ସିଙ୍ଗଲ ସିଟର ରାଫେଲ ବିମାନ ଭାରତୀୟ ନୌସେନାରେ ସାମିଲ ହେବ । ଅବଶିଷ୍ଟ 4ଟି ପ୍ରଶିକ୍ଷଣ ଏୟାରକ୍ରାଫ୍ଟ ଭାବେ କ୍ରୟ କରାଯିବା ନେଇ ପ୍ରସ୍ତାବ ଚୂଡାନ୍ତ ହୋଇଛି । ଏହା ବ୍ୟତୀତ ଭାରତ 4ଟି ଅତ୍ୟାଧୁନିକ ସ୍କର୍ପିଓନ କ୍ଲାସ ସବମେରାଇନ ମଧ୍ୟ ଫ୍ରାନ୍ସଠୁ କ୍ରୟ କରି ନୌସେନାରେ ସାମିଲ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି ।

ଏହା ମଧ୍ୟ ପଢନ୍ତୁ:- PM Modi us Visit: ଭାରତ-ଆମେରିକା ଲଢୁଆ ବିମାନ ଇଞ୍ଜିନ ନିର୍ମାଣ ଡିଲ୍, ବଢିବ ତେଜସ୍-ଘାତକ ଶକ୍ତି

ଏବେ ବର୍ତ୍ତମାନ ବୈଶ୍ବିକ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ତାର ସେନାର ନବୀକରଣ କାର୍ଯ୍ୟ ଜାରି ରଖିଛି । 3 ସେନା ପାଇଁ ଅତ୍ୟାଧୁନିକ ଉପକରଣ କ୍ରୟ କରାଯିବା ପ୍ରକ୍ରିୟା ଜାରି ରହିଛି । ଏବେ ଭାରତୀୟ ନୌସେନା ନିକଟରେ ଥିବା ବିମାନବାହକ ଯୁଦ୍ଧପୋତ ଆଇଏନଏସ ବିକ୍ରାନ୍ତ ଓ ବିକ୍ରମାଦିତ୍ୟରେ ମିଗ-29 ଯୁଦ୍ଧ ବିମାନ ଅପରେଟିଂ ହେଉଛି । ତେଣୁ ଏହି ରାଫେଲ ନୌସେନାରେ ସାମିଲ ହେବା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ନିଷ୍ପତ୍ତି ଗ୍ରହଣ କରିଛି ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ବଡ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା । ଆମେରିକାର ଜେନେରାଲ ଏଲେକ୍ଟ୍ରିକ୍ସ ଏରୋସ୍ପେଶ ଓ ହିନ୍ଦୁସ୍ତାନ ଏରୋନେଟିକ୍‌ ଲିମିଟେଡ (HAL) ମଧ୍ୟରେ ଲଢୁଆ ବିମାନ ଇଞ୍ଜିନ ନିର୍ମାଣ ନେଇ ରାଜିନାମା ସ୍ବାକ୍ଷରିତ ହୋଇଥିଲା । ଏବେ ଫ୍ରାନ୍ସ ସହ ମଧ୍ୟ ଭାରତ ଏକ ବଡ ପ୍ରତିରକ୍ଷା ଚୁକ୍ତି କରିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.