ETV Bharat / bharat

ସୁଖୋଇରୁ ଅସ୍ତ୍ରର ସଫଳ ବ୍ୟବହାରିକ ପରୀକ୍ଷଣ, ଏୟାର ଟାର୍ଗେଟକୁ କଲା ଲକ୍ଷ୍ୟଭେଦ - ଭାରତୀୟ ବାୟୁସେନା

ଓଡିଶା ଉପକୂଳରୁ ସ୍ବଦେଶୀ ନିର୍ମିତ କ୍ଷପଣାସ୍ତ୍ର ‘ଅସ୍ତ୍ର’ ର ସଫଳ ପରୀକ୍ଷଣ କଲା ବାୟୁସେନା । ସୁଖୋଇ 30 ରୁ ଆକାଶରେ ଟାର୍ଗେଟକୁ କଲା ଲକ୍ଷ୍ୟଭେଦ । ସର୍ବାଧିକ ମାରକ କ୍ଷମତା 100 କିମି । ଅଧିକ ପଢନ୍ତୁ

ଓଡିଶା ଉପକୂଳରୁ ‘ଅସ୍ତ୍ର’ ର ସଫଳ ପରୀକ୍ଷଣ
ଓଡିଶା ଉପକୂଳରୁ ‘ଅସ୍ତ୍ର’ ର ସଫଳ ପରୀକ୍ଷଣ
author img

By

Published : Feb 21, 2023, 10:06 PM IST

ନୂଆଦିଲ୍ଲୀ: ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ଏୟାର ଟୁ ଏୟାର ମିସାଇଲ ‘ଅସ୍ତ୍ର’ ସଫଳ ପରୀକ୍ଷଣ କରାଯାଇଛି । ଓଡିଶା ଉପକୂଳରୁ ଲଢୁଆ ବିମାନ ସୁଖୋଇ-30 ଏମକେଆଇରୁ ଏହାକୁ ଲଞ୍ଚ କରାଯାଇଥିଲା । ସଫଳତାର ସହ ଏହା ଲକ୍ଷ୍ୟକ୍ଷେଦ କରିଥିବା ସୂଚନା ମିଳିଛି । ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହା ଶହେ କଲୋମିଟର ପର୍ଯ୍ୟନ୍ତ ଟାର୍ଗେଟକୁ ଭେଦ କରି ନଷ୍ଟ କରିପାରିବାର କ୍ଷମତା ରଖିଛି । ଆଜି ପରୀକ୍ଷଣ ହୋଇଥିବା ଭର୍ସନ ଏକ ଏୟାର ଭର୍ସନ ଓ ଏହାକୁ ବାୟୁସେନାର ଲଢୁଆ ବିମାନରୁ ବ୍ୟବହାର କାରଯାଇ ପାରିବ ।

  • DRDO today carried out a successful testfiring of the Astra air-to-air missile system off the Odisha Coast. The missile fired from the Su-30MKI fighter jet can strike targets beyond 100 Kms of range: Defence officials pic.twitter.com/nSFLt8Cuuu

    — ANI (@ANI) February 21, 2023 " class="align-text-top noRightClick twitterSection" data=" ">

ଏବେ ଭାରତୀୟ ବାୟୁସେନାର ସ୍ବଦେସୀ ହାଲୁକା ଲଢୁଆ ବିମାନ ତେଜସ, ସୁଖୋଇ 30 ଓ ମିଗ-29ର ଅପଗ୍ରେଡେଡ ଭର୍ସନରୁ ଏହାକୁ ଲଞ୍ଚ କରାଯାଇପାରିବ । ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (DRDO) ଏହାକୁ ନିର୍ମାଣ କରିଛି । ଏହା ଆକଶରୁ ଆକାଶ ଓ ସ୍ଥଳପଥକୁ ଚାର୍ଗେଟ କରିପାରିବ । 100 କିମି ମଧ୍ୟରେ ଥିବା ଟାର୍ଗେଟକୁ ନିର୍ଭୁଲ ଟାର୍ଗେଟ କରି ନଷ୍ଟ କରିବାର କ୍ଷମତା ଏହି ମିସାଇଲ ପ୍ରଣାଳୀରେ ରହିଛି । ଓଡିଶା ଉପକୂଳରେ ଥିବା ବାଲେଶ୍ବର ଓ ଧାମରା ନିକଟବର୍ତ୍ତୀ ଡ.ଏପିଜେ ଅବଦ୍ଦୁଲ କଲାମ ଦ୍ବୀପରୁ କ୍ରମାଗତ କ୍ଷେପଣାସ୍ତ୍ର ପରୀକ୍ଷା ଜାରି ରଖିଛି ଡିଆରଡିଓ । ଗୋଟିଏ ପରେ ଗୋଟିଏ ସଫଳତା ମଧ୍ୟ ହାସଲ କରିବାରେ ଲାଗିଛି ।

ଏହି କ୍ଷେପଣାସ୍ତ୍ର ପ୍ରଣାଳୀରେ କଠିନ ଇନ୍ଧନ ବ୍ୟବହାର କ୍ଷମତା ସହ ରକେଟ ମୋଟର୍ସ ଓ ଆଡଭାନ୍ସ ଗାଇଡେଡ ସିଷ୍ଟମ ମଧ୍ୟ ବିକଶିତ ହୋଇଛି । ସେହିପରି ଉନ୍ନତ ନାଭିଗେସନ ସିଷ୍ଟମ ମଧ୍ୟ ଟାର୍ଗେଟକୁ ନିର୍ଭୁଲ ହିଟ କରିବା ସହ ନଷ୍ଟ କରିବାରେ ସକ୍ଷମ । ପ୍ରତିକୂଳ ପାଣିପାଗରେ ମଧ୍ୟ ଏହାକୁ ସଫଳତାର ସହ ବ୍ୟବହାର କରାଯାଇପାରିବ । ଏହି ସ୍ବଦେଶୀ ନିର୍ମିତ କ୍ଷେପଣାସ୍ତ୍ର ପ୍ରଣାଳୀର ପ୍ରଥମ ପରୀକ୍ଷଣ 2003 ରେ ହୋଇଥିଲା । ପରେ ଏହାର ଏକାଧିକ ଅପଗ୍ରେଡେଡ ଭର୍ସନ ମଧ୍ୟ ବିକଶିତ କରାଯାଇସାରିଛି । ଏକାଧିକ ପର୍ଯ୍ୟାୟର ସଫଳ ପରୀକ୍ଷଣ ପରେ ଏହାକୁ 2019 ରେ ଭାରତୀୟ ବାୟୁସେନାରେ ସାମିଲ ମଧ୍ୟ କରାଯାଇସାରିଛି । ଭାରତୀୟ ବାୟୁସେନାର ଏୟାର ଡିଫେନ୍ସ ମିସାଇଲ ସିଷ୍ଟମକୁ ଏହା ଆହୁରି ସୁଦୃଢ କରିବ । ଆଜି ବାୟସେନାର ଆଗଧାଡିର ଲଢୁଆ ବିମାନ ସୁଖୋଇରୁ ଏୟାର ଟୁ ଏୟାର ଭର୍ସନ ସଫଳତାର ସହ ପରୀକ୍ଷଣ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.