ETV Bharat / bharat

VIVO ପରୋ DRI ଜାଲରେ OPPO, ୪୩୮୯ କୋଟି ସୀମା ଶୁଳ୍କ ଠକେଇ

ଭିଭୋ ପରେ ଏବେ ରାଜସ୍ବ ନିର୍ଦ୍ଦେଶାଳୟ ହାବୁଡରେ ଓପୋ । OPPO ନାଁରେ ୪,୩୮୯ କୋଟି ସୀମା ଶୁଳ୍କ ଫାଙ୍କିଥିବା ନେଇ ଅଭିଯୋଗ ହୋଇଛି । ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ(DRI) ପକ୍ଷରୁ ଗତକାଲି(ବୁଧବାର) ଓପୋ ଇଣ୍ଡିଆ ପରିସରରେ ଚଢାଉ କରାଯାଇଥିଲା । ଅଧିକ ପଢନ୍ତୁ

author img

By

Published : Jul 14, 2022, 9:16 AM IST

VIVO ପରୋ DRI ଜାଲରେ OPPO, ୪୩୮୯ କୋଟିକ ସୀମା ଶୁଳ୍କ ଠକେଇ

ନୂଆଦିଲ୍ଲୀ: ଖୋଲୁଛି ଚାଇନା କମ୍ପାନୀମାନଙ୍କ କେଳେଙ୍କାରୀ ଗୁମର । ଭିଭୋ ପରେ ଏବେ ରାଜସ୍ବ ନିର୍ଦ୍ଦେଶାଳୟ ହାବୁଡରେ ଓପୋ । OPPO ନାଁରେ ୪,୩୮୯ କୋଟି ସୀମା ଶୁଳ୍କ ଫାଙ୍କିଥିବା ନେଇ ଅଭିଯୋଗ ହୋଇଛି । ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ(DRI) ପକ୍ଷରୁ ଗତକାଲି(ବୁଧବାର) ଓପୋ ଇଣ୍ଡିଆ ପରିସରରେ ଚଢାଉ କରାଯାଇଥିଲା ।

ତଦନ୍ତରୁ ଜଣାପଡିଲା ଯେ, ଓପୋ ଇଣ୍ଡିଆ ମାଲିକାନା ବ୍ରାଣ୍ଡ, ଆଇପିଆଇ ଲାଇସେନ୍ସ ବଦଳରେ ଅନ୍ୟ ବହୁରାଷ୍ଟୀୟ କମ୍ପାନୀ ମାନଙ୍କୁ ଲାଇସେନ୍ସ ଫି ପ୍ରଦାନ କରିଛି । ଓପୋ ଇଣ୍ଡିଆ ଭାରତରେ ଓପୋ, ଓ୍ବାନ ପ୍ଲସ, ରିଅଲମୀ ନାମରେ ସ୍ମାର୍ଟ ଫୋନ ଏବଂ ଆସୋସୋରୀ ବିକ୍ରି କରୁଥିବା ଜଣାପଡିଛି । ଏହି କମ୍ପାନୀ ଗୁଆଙ୍ଗଡୋଙ୍ଗ ଓପୋ ମୋବାଇଲ ଟେଲି ଯୋଗାଯୋଗ ନିଗମ ଲିମିଟେଡର ଏକ ସହାୟକ କମ୍ପାନୀ ଅଟେ । ପୂର୍ବରୁ ଚାଇନାର ବିଦେଶୀ ଫୋନ ନିର୍ମାତା ଭିଭୋ ଓ ସାଓମୀ ପରେ ଏବୋ ଓପୋ ବିରୋଧରେ ୪,୩୮୯ କୋଟି ସୀମା ଶୁଳ୍କ ଫାଙ୍କିଥିବା ଅଭିଯୋଗ ହୋଇଛି । ମୋବାଇଲ ଫୋନ ତିଆରି କରିବା ଲାଗି ଓପୋ ଯେଉଁସବୁ ସାମଗ୍ରୀ ଆମଦାନୀ କରୁଥିଲା ତାହାର ସଠିକ ତଥ୍ୟ ପ୍ରଦାନ କରୁନଥିଲା । ଏଥିପାଇଁ କମ୍ପାନୀକୁ ୨, ୯୮୧ କୋଟି ଶୁଳ୍କ ପଇଠ କରିବାକୁ ପଡିନଥିଲା ।

DRI ପକ୍ଷରୁ ବରିଷ୍ଠ ଅଧିକାରୀମାନଙ୍କୁ ଜେରା କରିବା ସମୟରେ ସେମାନେ ଭୁଲ ତଥ୍ୟ ଦିଆଯାଉଥିବା ନେଇ ସ୍ବିକାର ମଧ୍ୟ କରିଛନ୍ତି । ଓପୋ ଇଣ୍ଡିଆ ସୀମା ଶୁଳ୍କ ଆଇନ ୧୯୬୨ର ଧାରା ୧୪ ନିୟମକୁ ଉଲ୍ଲଘଂନ କରିଛି । କମ୍ପାନୀ ଏହି ଉପାୟରେ ପ୍ରାୟ ୧୪୦୮ କୋଟି ଟଙ୍କାର ସୀମାଶୁଳ୍କ ପୈଠ କରିନାହିଁ । ଏହାସହ କମ୍ପାନୀ ୪୫୦ କୋଟି ଟଙ୍କାର ସ୍ବେଚ୍ଛାକୃତ ଭାବେ ଅର୍ଥଜମା ମଧ୍ୟ ରଖିଛି । ତଦନ୍ତ ଶେଷ ହେବା ପରେ DRI ପକ୍ଷରୁ କାରଣ ଦର୍ଶାଓ ନୋଟିସ ଜାରି କରିବା ସହ ୪,୩୮୯ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ଚାଇନା କମ୍ପାନୀ ସାଓମି ପରେ ଭିଭୋରେ ଇଡିର ଚଢାଉ

ଏହା ପୂର୍ବରୁ ଭିଭୋର ବିହାର, ଉତ୍ତରପ୍ରଦେଶ, ଝାରଖଣ୍ଡ, ପଞ୍ଜାବ, ହରିୟାଣା ସମେତ ଦେଶର 40ରୁ ଅଧିକ ସ୍ଥାନରେ ଇଡି ପକ୍ଷରୁ ରେଡ ହୋଇଛି ।ଏପ୍ରିଲରେ ଇଡି ଏହାର ବାଙ୍ଗାଲୁରୁ କାର୍ଯ୍ୟାଳୟରୁ ୫,୫୫୧ କୋଟି ଟଙ୍କା ଜବତ କରିଛି । ବେଆଇନ ଭାବେ କମ୍ପାନୀ ତାର ଆୟ ଭାରତ ବାହାରକୁ ପଠାଇଥିବା ଅଭିଯୋଗ ହୋଇଥିଲା ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.