ETV Bharat / bharat

'ଭାରତ ସର୍ବଦା ମାଳଦ୍ବୀପ ପାଇଁ ଏକ ନିର୍ଭରଯୋଗ୍ୟ ସୁରକ୍ଷା ସହଯୋଗୀ ରହିବ'

author img

By

Published : Feb 21, 2021, 3:57 PM IST

ଭାରତ ସର୍ବଦା ମାଳଦ୍ବୀପ ପାଇଁ ଏକ ନିର୍ଭରଯୋଗ୍ୟ ସୁରକ୍ଷା ସହଯୋଗୀ ରହିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି । ଅଧିକ ପଢନ୍ତୁ...

'ଭାରତ ସର୍ବଦା ମାଳଦ୍ବୀପ ପାଇଁ ଏକ ନିର୍ଭରଯୋଗ୍ୟ ସୁରକ୍ଷା ସହଯୋଗୀ ରହିବ'
'ଭାରତ ସର୍ବଦା ମାଳଦ୍ବୀପ ପାଇଁ ଏକ ନିର୍ଭରଯୋଗ୍ୟ ସୁରକ୍ଷା ସହଯୋଗୀ ରହିବ'

ମେଲ: ଭାରତ ସର୍ବଦା ମାଳଦ୍ବୀପର ଏକ ବିଶ୍ବସ୍ତ ସୁରକ୍ଷା ସହଯୋଗୀ ରହିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ରବିବାର କହିଛନ୍ତି । ତେବେ ମାଳଦ୍ବୀପର ସାମୁଦ୍ରିକ କ୍ଷମତା ବୃଦ୍ଧି ପାଇଁ ଭାରତ 50 ମିଲିୟନ ଡଲାରର ପ୍ରତିରକ୍ଷା LoC ବା ଲାଇନ ଅଫ୍ କ୍ରେଡିଟ(ବ୍ୟାଙ୍କ ତରଫରୁ ସରକାରଙ୍କ ପାଇଁ ଏକ କ୍ରେଡିଟ ସୁବିଧା) ଚୁକ୍ତିନାମା ସ୍ବାକ୍ଷର କରାଯିବା ସମୟରେ ଜୟଶଙ୍କର ଏହି ମନ୍ତବ୍ୟ ଦେଇଛନ୍ତି ।

ମନ୍ତ୍ରୀ ଜୟଶଙ୍କର ମାଳଦ୍ବୀପର ପ୍ରତିରକ୍ଷା ମନ୍ତ୍ରୀ ମାରିୟା ଡିଡିଙ୍କ ସହିତ ଆଲୋଚନା କରିବା ପାଇଁ 2 ଦିନିଆ ମାଳଦ୍ବୀପ ଗସ୍ତରେ ରହିଛନ୍ତି । ତେବେ ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଜୟଶଙ୍କର ଟ୍ବିଟ କରି କହିଛନ୍ତି ଯେ ପ୍ରତିରକ୍ଷାମନ୍ତ୍ରୀ ମାରିୟା ଡିଡିଙ୍କ ସହିତ ଏକ ସଫଳ ବୈଠକ ହୋଇଛି । ଆମର ପ୍ରତିରକ୍ଷା ସହଯୋଗରେ ଉପଯୋଗୀ ବିନିମୟ ହୋଇଛି । ଭାରତ ସର୍ବଦା ମାଲଦ୍ବୀପ ପାଇଁ ଏକ ନିର୍ଭରଯୋଗ୍ୟ ସୁରକ୍ଷା ସହଯୋଗୀ ରହିବ ବୋଲି ସେ ଟ୍ବିଟ ମାଧ୍ୟମରେ ସୂଚନା ଦେଇଛନ୍ତି ।

  • Glad to sign with Defence Minister @MariyaDidi the UTF Harbour Project agreement. Will strengthen Maldivian Coast Guard capability and facilitate regional HADR efforts. Partners in development, partners in security. pic.twitter.com/dYhpVZDd7e

    — Dr. S. Jaishankar (@DrSJaishankar) February 21, 2021 " class="align-text-top noRightClick twitterSection" data=" ">

ଏହି ଚୁକ୍ତିନାମା ସ୍ବାକ୍ଷର କରି କେନ୍ଦ୍ରମନ୍ତ୍ରୀ ଜୟଶଙ୍କର ଖୁସିବ୍ୟକ୍ତ କରିବା ସହିତ ମାଳଦ୍ବୀପ କୋଷ୍ଟଗାର୍ଡ କ୍ଷମତାକୁ ଦୃଢ କରିବ ଏବଂ ଆଞ୍ଚଳିକ HADR ପ୍ରୟାସକୁ ସୁଗମ କରିବ ବୋଲି ସେ କହିଛନ୍ତି । ଏହାସହିତ ମାଳଦ୍ବୀପ ସହିତ ବିକାଶ ଓ ସୁରକ୍ଷା କ୍ଷେତ୍ରରେ ଉଭୟ ସହଯୋଗୀ ରହିବେ ବୋଲି ମଧ୍ୟ ସେ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.