ନୂଆଦିଲ୍ଲୀ: ଇସ୍ରାଏଲ ଓ ପାଲେଷ୍ଟାଇନ ଯୁଦ୍ଧ ମଧ୍ୟରେ ପୁଣି ଉଦାରତା ଦେଖାଇଲା ଭାରତ । ଯୁଦ୍ଧ ପ୍ରଭାବୀ ଅଞ୍ଚଳକୁ ସହାୟତା ପଠାଇଛି ଭାରତ । ପାଲେଷ୍ଟାଇନର ଯୁଦ୍ଧ ପ୍ରପୀଡିତ ନିରୀହ ନାଗରିକଙ୍କ ପାଇଁ ଭାରତରୁ ଗଲା ପ୍ରଥମ ମାନବିକ ସହାୟତା ଓ ରିଲିଫ ସାମଗ୍ରୀ । ଇସ୍ରାଏଲ ଓ ହମାସ ମଧ୍ୟରେ 15 ଦିନରୁ ଉର୍ଦ୍ଧ୍ବ ହେଲା ଜାରି ରହିଛି ଯୁଦ୍ଧ ସ୍ଥିିତି । ଏହି ଯୁଦ୍ଧ 2 ଦେଶକୁ ବ୍ୟାପକ କ୍ଷତି ପହଞ୍ଚାଇଥିବା ବେଳେ ସାଧାରଣ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ସେମାନଙ୍କୁ ସହାୟତାର ହାତ ବଢାଇଛି ଦେଶ । ଏନେଇ ରବିବାର ଦିନ ଭାରତ ବୈଦେଶିକ ବ୍ୟାପାର ମୁଖପାତ୍ର ଅରିନ୍ଦମ ବାଗଚି ସୂଚନା ଦେଇଛନ୍ତି ।
-
🇮🇳 sends Humanitarian aid to the people of 🇵🇸!
— Arindam Bagchi (@MEAIndia) October 22, 2023 " class="align-text-top noRightClick twitterSection" data="
An IAF C-17 flight carrying nearly 6.5 tonnes of medical aid and 32 tonnes of disaster relief material for the people of Palestine departs for El-Arish airport in Egypt.
The material includes essential life-saving medicines,… pic.twitter.com/28XI6992Ph
">🇮🇳 sends Humanitarian aid to the people of 🇵🇸!
— Arindam Bagchi (@MEAIndia) October 22, 2023
An IAF C-17 flight carrying nearly 6.5 tonnes of medical aid and 32 tonnes of disaster relief material for the people of Palestine departs for El-Arish airport in Egypt.
The material includes essential life-saving medicines,… pic.twitter.com/28XI6992Ph🇮🇳 sends Humanitarian aid to the people of 🇵🇸!
— Arindam Bagchi (@MEAIndia) October 22, 2023
An IAF C-17 flight carrying nearly 6.5 tonnes of medical aid and 32 tonnes of disaster relief material for the people of Palestine departs for El-Arish airport in Egypt.
The material includes essential life-saving medicines,… pic.twitter.com/28XI6992Ph
ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ ମଧ୍ୟରେ 15 ଦିନରୁ ଉର୍ଦ୍ଧ୍ବ ହେଲା ଜାରି ରହିଛି ଯୁଦ୍ଧ ସ୍ଥିିତି । ଏହି ଭୟଙ୍କର ଯୁଦ୍ଧରେ ପାଲେଷ୍ଟାଇନ ଓ ଗାଜାରେ ସାଧାରଣ ଲୋକେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ବେଳେ ଖାଦ୍ୟ, ପାନୀୟ, ଔଷଧ ଭଳି ଅତ୍ୟବଶକୀୟ ସାମଗ୍ରୀ ପାଇବା ପାଇଁ ଡହଳବିକଳ ହେଉଛନ୍ତି । ଏହାମଧ୍ୟରେ ସେମାନଙ୍କୁ ସହାୟତାର ହାତ ବଢାଇଛି ଭାରତ । ପାଲେଷ୍ଟାଇନକୁ ମାନବିକ ସହାୟତା ପ୍ରଦାନ କରିଛି ଦେଶ ।
ଆଇଏଏଫ C17 ବିମାନ ଯୋଗେ ପେନକିଲର ସମେତ ଅନ୍ୟାନ ଔଷଧ, ପାଖାପାଖି 32 ଟନର ଟେଣ୍ଟ୍, ସ୍ଲିପିଂ ବ୍ୟାଗ୍, ପାଣିକୁ ଶୁଦ୍ଧ କରିବା ଟାବଲେଟ୍ସ ଭଳି ଅନେକ ଅତ୍ୟାବଶକ ସାମଗ୍ରୀ ପାଲେଷ୍ଟାଇନକୁ ପଠାଯାଇଛି । ଏହି ସବୁ ମାନବିକ ସହାୟତା ସାମଗ୍ରୀକୁ ପାଲେଷ୍ଟାଇନ ପଠାଯାଇଛି । ରବିବାର ସକାଳ 8ଟା ସୁଦ୍ଧା ଗାଜିଆବାଦ ହିଣ୍ଡୋନ ଏୟାରବେସ୍ରୁ ଉଡ଼ାଣ ଭରିଥିବା ବେଳେ ଆଜି ଅପରାହ୍ନ 3ଟା ସୁଦ୍ଧା ଇଜିପ୍ଟର ଅଲ- ଆରିସ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବାର ସୂଚନା ରହିଛି ।
ଏହାମଧ୍ୟ ପଢନ୍ତୁ..ମାନବୀୟ ସହୟତା ପାଇଁ ପ୍ରଥମ ଥର ଖୋଲିଲା ଗାଜା-ଇଜିଷ୍ଟ ବର୍ଡର କ୍ରସିଂ ପୋଷ୍ଟ
ସୋସିଆଲ ମିଡିଆ ଏକ୍ସରେ ଏନେଇ ଅରିନ୍ଦମ ବାଗଚୀ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି,"ଭାରତ ପାଲେଷ୍ଟାଇନ ନାଗରିକ ପାଇଁ ମାନବିକ ସହାୟତା ପଠାଇଛି । ଆଇଏଏଫ ସି-17 ବିମାନରେ ପାଖାପାଖି 6.5 ଟନର ମେଡିକାଲ ସାମଗ୍ରୀ ଓ 32ଟନର ରିଲିଫ ସାମଗ୍ରୀ ନେଇ ଉଡାଣ ଭରିଛି । ଯେଉଁଥିରେ ରହିଛି ଆବଶ୍ୟକୀୟ ଜୀବନ ରକ୍ଷାକାରୀ ମେଡିସିନ, ସର୍ଜିକାଲ ସାମଗ୍ରୀ, ପରିମଳ ସାମଗ୍ରୀ ।"
ତେବେ ଇସ୍ରାଇଲ-ହମାସ ଯୁଦ୍ଧ ମଧ୍ୟରେ ନିରୀହ ସାଧାରଣ ଜନତାଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ଖାଦ୍ୟ, ପାନୀୟ, ଔଷଧ ଭଳି ଅତ୍ୟାବଶକୀୟ ସାମଗ୍ରୀରୁ ବଞ୍ଚିତ ରହି ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ପାଲେଷ୍ଟାଇନର ସାଧାରଣ ଜନତା । 15ରୁ ଊର୍ଦ୍ଧ୍ବ ଦିନର ଏହି ଯୁଦ୍ଧ ମଧ୍ୟରେ ଶନିବାର ଦିନ ଇଜିପ୍ଟ ରଫାହ୍ ବର୍ଡର ଦେଇ ପ୍ରଥମ ଥର ଗାଜାରେ ମାନବିକ ସହାୟତା ପହଞ୍ଚିଥିଲା । ଇସ୍ରାଏଲ-ଗାଜା ମଧ୍ୟରେ ଥିବା ବର୍ଡରକୁ ବନ୍ଦ କରିଦିଆଯିବା ପରେ ଏବେ କେବଳ ଇଜିପ୍ଟ ହିଁ ଏକମାତ୍ର ମାଧ୍ୟମ ରହିଛି । ତେବେ ଶନିବାର ଦିନ ପାଖାାପାଖି 20ଟି ଟ୍ରକ ଅତ୍ୟାବଶକୀୟ ସାମଗ୍ରୀ ନେଇ ଇଜିପ୍ଟ ବର୍ଡର ଦେଇ ଗାଜାରେ ପହଞ୍ଚିଥିଲା । ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବି ଗାଜା ଅଧିବାସୀଙ୍କ ପାଇଁ ଏହି ଅତ୍ୟାବଶକୀୟ ମାନବିକ ସାମଗ୍ରୀ ପଠାଯାଇଥିଲା ।
ତେବେ ଅକ୍ଟୋବର 7ତାରିଖରୁ ଗାଜା ଓ ଇସ୍ରାଇଲ ମଧ୍ୟରେ ସଂଘର୍ଷ ଜାରି ରହିଛି । ପ୍ରଥମେ ହମାସ ପକ୍ଷରୁ ଇସ୍ରାଇଲକୁ ରକେଟ ମାଡ୍ ପରେ ଆକ୍ରାମକ ହୋଇ ଉଠିଛି ଇସ୍ରାଏଲ । 3 ସପ୍ତାହରୁ ଉର୍ଦ୍ଧ୍ବ ଦିନ ହେଲା ଇସ୍ରାଏଲ-ହମାସ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଜାରି ରହିଛି । ଏହି ଯୁଦ୍ଧରେ ସର୍ବାଧିକ କ୍ଷତି ଗାଜା ସହିଥିବା ବେଳେ ସେଠାକାର ନିରୀହ ନାଗରିକ ପ୍ରାଣ ବଞ୍ଚାଇବା ପାଇଁ ଆର୍ତ୍ତ ଚିତ୍କାର କରୁଛନ୍ତି । ଏହି ଯୁଦ୍ଧରେ ଗାଜାରେ ପାଖାପାଖି 4ହଜାର 300ଜଣଙ୍କ ଜୀବନ ଯାଇଥିବା ବେଳେ ସେମାନଙ୍କ ମଧ୍ୟରେ 1500ଶିଶୁ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ