ETV Bharat / bharat

Nepal earthquake: ଜରୁରୀ ସହାୟତା ସାମଗ୍ରୀ ପଠାଇଲା ଭାରତ

ନେପାଳକୁ ଜରୁରୀ ସହାୟତା ସାମଗ୍ରୀ ପଠାଇଲା ଭାରତ । 11 ଟନ ସାମଗ୍ରୀ ଧରି କାଠମାଣ୍ଡୁ ଗଲା ବାୟୁସେନା ବିମାନ ସି -130 । ଶୁକ୍ରବାର ଭୂକମ୍ପରେ ଯାଇଛି 150ରୁ ଅଧିକ ଜୀବନ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 5, 2023, 9:18 PM IST

Nepal earthquake: ଜରୁରୀ ସହାୟତା ସାମଗ୍ରୀ ପଠାଇଲା ଭାରତ
Nepal earthquake: ଜରୁରୀ ସହାୟତା ସାମଗ୍ରୀ ପଠାଇଲା ଭାରତ

ନୂଆଦିଲ୍ଲୀ: ଦୁଇ ଦିନ ତଳେ ଭୂକମ୍ପରେ ପ୍ରଭାବିତ ହୋଇଥିବା ପଡୋଶୀ ରାଷ୍ଟ୍ର ନେପାଳକୁ ଭାରତ ଜରୁରୀ ସହାୟତା ସାମଗ୍ରୀ ପଠାଇଛି । ଭାରତୀୟ ବାୟୁସେନା ବିମାନରେ ଏହି ସାମଗ୍ରୀ କାଠମାଣ୍ଡୁରେ ପହଞ୍ଚିଛି । ଏଥିରେ ମେଡିକାଲ ସାମଗ୍ରୀ, ରିଲିଫ ଓ ଖାଦ୍ୟ ସାମଗ୍ରୀ ରହିଛି । ଏନେଇ ବିଦେଶ ମନ୍ତ୍ରୀ ଜୟଶଙ୍କର ଟ୍ବିଟ କରିବା ସହ ଭାରତର ‘ପଡୋଶୀ ପ୍ରଥମ ନୀତି’ର ଉଦାହରଣ ଦେଇଛନ୍ତି ।

ଏହି ରିଲିଫ ସାମଗ୍ରୀ ଭାରତୀୟ ବାୟୁସେନାର ବୃହତ୍ତ ପରିବହନ ବିମାନ C-130 ମାଧ୍ୟମରେ ପଠାଯାଇଛି । ଏହି ପର୍ଯ୍ୟାୟରେ ପ୍ରାୟ 11 ଟନର ବିଭିନ୍ନ ସହାୟତା ସାମଗ୍ରୀ ପଠାଯାଇଛି । ଏହାର ମୂଲ୍ୟ ପ୍ରାୟ 10 କୋଟି ହେବ । ଏହାକୁ ନେପାଳରେ ଅବସ୍ଥାପିତ ଭାରତୀୟ ଦୂତାବାସ ସହଯୋଗରେ ନେପାଳ ସରକାରଙ୍କୁ ହସ୍ତାନ୍ତର କରାଯାଇଛି । ଏକ୍ସରେ ଜୟଶଙ୍କର ଲେଖିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପଡୋଶୀ ପ୍ରଥମ ବିଦେଶ ନୀତି ଅନୁସାରେ ଏହି ସହାୟତା ସାମଗ୍ରୀ ଅବିଳମ୍ବେ ପଠାଯାଇଛି ।

  • Providing emergency relief assistance to earthquake affected areas of Nepal.

    As a first responder, India delivers medicines and relief material.

    PM @narendramodi’s Neighbourhood First policy in action. pic.twitter.com/FJuErXd5s4

    — Dr. S. Jaishankar (@DrSJaishankar) November 5, 2023 " class="align-text-top noRightClick twitterSection" data=" ">

ଶୁକ୍ରବାର ଉତ୍ତର-ପଶ୍ଚିମ ନେପାଳରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ମ୍ୟାଗ୍ନିଚ୍ୟୁଡ୍‌ ରେକର୍ଡ କରାଯାଇଥିଲା । ରାଜଧାନୀ କାଠମାଣ୍ଡୁଠୁ ପ୍ରାୟ ୨୫୦ ମାଇଲ ଦୂର ଜାଜରକୋଟ ଜିଲ୍ଲାର ଲାମିଦାଣ୍ଡା ଅଞ୍ଚଳରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିବା ଜଣାପଡିଥିଲା । ଭୂକମ୍ପରେ ଏବେ ସୁଦ୍ଧା ପ୍ରାୟ 150ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଅନେକ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହେଉଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କା ମଧ୍ୟ ରହିଛି । ଏବେ ବି ଅନେକ ଲୋକ କଂକ୍ରିଟ ଧ୍ବଂସାବଶେଷ ତଳେ ଫସି ରହିଥିବା କାରଣରୁ ଉଦ୍ଧାର ଅପରେସନ ମଧ୍ୟ ଜାରି ରହିଛି । ଶହ ଶହ ଘର ଭାଙ୍ଗି ଯାଇଥିବାରୁ ହଜାରରୁ ଅଧିକ ଲୋକଙ୍କୁ ଅସ୍ଥାୟୀ କ୍ୟାମ୍ପରେ ଥଇଥାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- Earthquake: ନେପାଳରେ ଶକ୍ତିଶାଳୀ ଭୂମିକମ୍ପ, ଗଲାଣି 132 ଜୀବନ

ତେବେ କୌଣସି ଦେଶରେ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଗୃହଯୁଦ୍ଧ ସ୍ଥିତିରେ ଭାରତ ସହାୟତା ସାମଗ୍ରୀ ପଠାଇବାର ଏକାଧିକ ନଜିର ରହିଛି । ଭାରତ ପଡୋଶୀ ପ୍ରଥମ ବିଦେଶ ନୀତିରେ ବିଶ୍ବାସ କରୁଥିବା ବେଳେ ପଡୋଶୀ ରାଷ୍ଟ୍ରର ସଙ୍କଟ ସମୟରେ ନୂଆଦିଲ୍ଲୀ ପ୍ରାଥମିକତା ଆଧାରରେ ତତ୍ପରତା ପ୍ରକାଶ କରିଆସିଛି । ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଓ ରାଜନୈତିକ ଅସ୍ଥିରତା ସମୟରେ ମଧ୍ୟ ଭାରତ ଏକାଧିକ ସିପମେଟର ସହାୟତା ସାମଗ୍ରୀ ପଠାଇଥିଲା । ଏଥିରେ ମେଡିକାଲ ଓ ଖାଦ୍ୟ ସାମଗ୍ରୀ ସହ ଇନ୍ଧନ ମଧ୍ୟ ଥିଲା । ସେହିପରି କେବଳ ପଡୋଶୀ ପ୍ରଥମ ନୁହେଁ ବରଂ ତୁର୍କୀ ଭୂକମ୍ପ, ୟୁକ୍ରେନ ଯୁଦ୍ଧ ଓ ଏବେ ଗାଜାକୁ ମଧ୍ୟ ଭାରତ ମାନବୀୟ ସହାୟତା ସାମଗ୍ରୀ ପଠାଇବା ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.