ETV Bharat / bharat

India Corona: ଦିନକରେ 3451 ନୂଆ ସଂକ୍ରମିତ, 40 ମୃତ - ଭାରତ କୋରୋନା ରିପୋର୍ଟ

ଦେଶରେ କୋରୋନା ଆତଙ୍କ । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି 3,451 ଜଣ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona: ଦିନକରେ 3451 ସଂକ୍ରମିତ, 40 ମୃତ

author img

By

Published : May 8, 2022, 10:14 AM IST

ନୂଆଦିଲ୍ଲୀ: ଚିନ୍ତା ବଢାଉଛି ମହାମାରୀ କୋରୋନା । ଦୈନିକ ସଂକ୍ରମଣ ଓ ମୃତ୍ୟୁସଂଖ୍ୟାରେ ଗୋଟିଏ ଦିନ କମ ହେଲେ ପରଦିନ ବୃଦ୍ଧିହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି 3,451 ଜଣ ନୂଆ COVID-19 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ଗତକାଲି ତୁଳନାରେ କମ୍ । ତେବେ ଆଜି ସଂକ୍ରମିତଙ୍କ କମିଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ଅଧିକ ରହିଛି । ଦିନକରେ ଦେଶରେ 40 ଜଣ କୋରୋନା ସଂକ୍ରମିତ ଆଖି ବୁଜିଛନ୍ତି ଏବଂ 3,079 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ସଂକ୍ରମଣ ବଢିବା ପରେ ସକ୍ରିୟ ମାମଲା 20 ହଜାର ପାର୍ କରିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 20,635ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର 0.96% ରହିଛି । ଏଯାବତ୍ ସମୁଦାୟ 4,25,57,495 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ 5,24,064 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 190 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ 17,39,403 ଡୋଜ୍ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.