ETV Bharat / bharat

ଦେଶରେ ଦିନକରେ 43 ହଜାର ନୂତନ ସଂକ୍ରମିତ ଚିହ୍ନଟ

author img

By

Published : Mar 21, 2021, 10:52 AM IST

ଦେଶରେ ପୁଣି 50 ହାଜର ଆଡକୁ ମୁହାଁଉଛି ଦୈନିକ ସଂକ୍ରମଣ । ଆଜି ଗୋଟିଏ ଦିନରେ 43 ହଜାର 846 ଜଣ ନୂତନ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 24 ଘଣ୍ଟାରେ ଯାଇଛି 197 ଆକ୍ରାନ୍ତଙ୍କ ଜୀବନ ।

ଦେଶରେ ଦିନକରେ 43 ହଜାର ନୂତନ ସଂକ୍ରମିତ ଚିହ୍ନଟ
ଦେଶରେ ଦିନକରେ 43 ହଜାର ନୂତନ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ପୂର୍ବ ଅବସ୍ଥାକୁ ଫେରୁଛି କୋରୋନାର କାୟା । ଦେଶରେ ପୁଣି 50 ହାଜର ଆଡକୁ ମୁହାଁଉଛି ଦୈନିକ ସଂକ୍ରମଣ । କାରଣ ଆଜି ଗୋଟିଏ ଦିନରେ 43 ହଜାର 846 ଜଣ ନୂତନ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 24 ଘଣ୍ଟାରେ ଯାଇଛି 197 ଆକ୍ରାନ୍ତଙ୍କ ଜୀବନ ।

ଅନ୍ୟପଟେ, 22 ହଜାର 956 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଦୈନିକ ସଂକ୍ରମଣ ମାମଲା ବଢୁଥିବାରୁ ଏବେ ସକ୍ରିୟ ମାମଲା 3 ଲକ୍ଷ ପାର କରିଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ସେପଟେ, ଦେଶରେ ମୋଟ ସଂକ୍ରମିତ ସଂଖ୍ୟା 1 କୋଟି 15 ଲକ୍ଷ 99 ହଜାର 130ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା 1 କୋଟି 11 ଲକ୍ଷ 30 ହଜାର 288 ଜଣ ସୁସ୍ଥ ହୋଇସାରିଲେଣି । ମୋଟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 59 ହଜାର 755 ରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.