ETV Bharat / bharat

INDIA CORONA: ୫୦ ହଜାର ତଳେ ସଂକ୍ରମଣ, ଦିନକରେ ୪୪୮୭୭ ଚିହ୍ନଟ

author img

By

Published : Feb 13, 2022, 9:36 AM IST

Updated : Feb 13, 2022, 9:50 AM IST

ଦେଶରେ ତଳମୁହାଁ କୋରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୪,୮୭୭ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

୫୦ ହଜାର ତଳେ ଦୈନିକ ସଂକ୍ରମଣ
୫୦ ହଜାର ତଳେ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: କୋରୋନାରେ ଆଉଟ ପାଉଟୁ ହେଉଥିବା ଦେଶବାସୀଙ୍କୁ କିଛି ଦିନ ହେବ ସାମାନ୍ୟ ଆଶ୍ବସ୍ତି ମିଳୁଛି । କିଛି ଦିନ ହେବ ଦେଶରେ ତଳମୁହାଁ ରହିଛି କୋରୋନା ଗ୍ରାଫ୍ । ଲଗାତାର ଭାବେ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୪ ହଜାର ୮୭୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India reports 44,877 fresh covid cases) । ଦେଶର ଦୈନିକ ପଜିଟିଭ୍ ରେଟ୍ ୩.୧୭%କୁ ଖସି ଆସିଛି । ଦେଶରେ 5,37,045 ସକ୍ରିୟ ମାମଲା ରହିିଛି । ଆଜିର ସଂକ୍ରମିତ ରେଟ ଗତକାଲି ଚିହ୍ନଟ ପଜିଟିଭ ଅପେକ୍ଷା ୧୧ ପ୍ରତିଶତ କମ ଅଛି । ଆଜି ଦିନକରେ ୬୮୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ଦେଶରେ ଦେଶରେ ପ୍ରାୟ ୪ କୋଟି ୨୬ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ କୋରୋନା ଜନିତ ମୃତ୍ୟୁସଂଖ୍ୟା ୫୦୮୬୬୫ କୁ ବୃଦ୍ଧି ପାଇଛି । ଏଯାବତ୍ ଭାରତରେ ମୋଟ 1,72,81,49,447 ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା 4,15,85,711ଜଣ ସୁସ୍ଥ ହୋଇଛନ୍ତି ।

@ANI

Last Updated : Feb 13, 2022, 9:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.