ETV Bharat / bharat

ଦିନକରେ 80834 ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ଅପେକ୍ଷା ବୃଦ୍ଧି ପାଉଛି ସୁସ୍ଥ ହାର

author img

By

Published : Jun 13, 2021, 9:48 AM IST

ଦେଶବାସୀଙ୍କୁ ସାମାନ୍ୟ ଆଶ୍ବସ୍ଥି । ସଂକ୍ରମିତଙ୍କ ଅପେକ୍ଷା ବୃଦ୍ଧି ପାଇଲା ସୁସ୍ଥ ହାର । 80 ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇ ଥିବାବେଳେ 1 ଲକ୍ଷ 34 ହଜାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ...

ଦିନକରେ ସଂକ୍ରମିତଙ୍କ ଅପେକ୍ଷା ବୃଦ୍ଧି ପାଇଲା ସୁସ୍ଥ ହାର

ନୂଆଦିଲ୍ଲା: କୋରୋନା ସଂକ୍ରମଣରେ ଦେଶବାସୀଙ୍କୁ ଆଶ୍ବସ୍ତିକର ଖବର । ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ମଧ୍ୟ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ଆଜି(ରବିବାର) 80 ହଜାର 834 ନୂଆ ସଂକ୍ରମିତ ଚିହ୍ନଟ ହୋଇ ଥିବାବେଳେ 3 ହଜାର 303 ମହାମାରୀ କବଳରେ ପ୍ରାଣ ହରାଇଛନ୍ତି ।

ସେହିପରି ସଂକ୍ରମଣ ଅପେକ୍ଷା ଅଧିକ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 1 ଲକ୍ଷ 32 ହଜାର 62 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି । ତେବେ ନୂଆ ସଂକ୍ରମିତଙ୍କୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା 2 କୋଟି 94 ଲକ୍ଷ 39 ହଜାର 989 ରେ ପହଞ୍ଚିଛି । ସେହିପରି ମୋଟ 2 କୋଟି 80 ଲକ୍ଷ 43 ହଜାର 446 ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 10 ଲକ୍ଷ 26 ହଜାର 159 ଜଣ ବ୍ୟକ୍ତି କୋରୋନାରେ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏଯାବତ୍ ଦେଶରୁ 3 ଲକ୍ଷ 70 ହଜାର 384 ମୁଣ୍ଡ ନେଇ ସାରିଲାଣି ଘାତକ ଭୂତାଣୁ । ଅନ୍ୟପଟେ ମୋଟ 25 କୋଟି 31 ଲକ୍ଷ 95 ହଜାର 48 ଜଣଙ୍କୁ ଟୀକାକରଣ କରାଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.