ETV Bharat / bharat

କୋରୋନା ମୃତ୍ୟୁରେ ଲାଗୁନି ବ୍ରେକ୍: ଦେଶରେ 475 ନୂଆ ସଂକ୍ରମିତ, 6 ମୃତ - ଦେଶରେ କୋରୋନା ସଂକ୍ରମଣ

India Corona Update: ଦେଶରେ ପୁଣି ଉପର ମୁହାଁ କୋରୋନା ଗ୍ରାଫ୍। ଗତ 24 ଘଣ୍ଟାରେ ଦେଶରେ 475 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 6 ଜଣ ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ

India Corona Update
India Corona Update
author img

By ETV Bharat Odisha Team

Published : Jan 9, 2024, 6:46 PM IST

ହାଇଦ୍ରାବାଦ: ଦେଶରେ ତଳ ଉପର ହେଉଛି କୋରୋନା ସଂକ୍ରମଣ । ଗତ କିଛି ଦିନ ହେବ 500 ଉପରେ ରହୁଛି ଦୈନିକ ସଂକ୍ରମଣ । ତେବେ ସଂକ୍ରମିତଙ୍କ ସଂଖ୍ୟା କମ୍ ହେଉଥିଲେ ସୁଦ୍ଧା ମୃତ୍ୟୁ ସଂଖ୍ୟାରେ ରୋକ ଲାଗୁ ନାହିଁ । ଗତ 24 ଘଣ୍ଟାରେ ଦେଶରେ 475 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 6ଜଣଙ୍କ ମୁଣ୍ଡ ନେଇଛି କୋରୋନା ମହାମାରୀ । ତେବେ ଆଜିର ସଂକ୍ରମିତଙ୍କୁ ମିଶାଇ ଦେଶରେ ପଜିଟିଭ ସଂଖ୍ୟା 3ହଜାର 919ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପଜିଟିଭ ହାର ବୃଦ୍ଧି ପାଇଥିବା ବେଳ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ।

ସୂଚନା ଅନୁସାରେ, ମୃତକ 6 ଜଣ କର୍ଣ୍ଣାଟକ, ଛତିଶଗଡ ଏବଂ ଆସାମର ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗତକାଲି (ସୋମବାର) ମଧ୍ୟ 4ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। 2020 ମସିହାଠାରୁ ଆଜି ପର୍ଯ୍ୟନ୍ତ ଦେଶରେ ମୋଟ 45019214ଜଣ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 533402କୁ ବୃଦ୍ଧି ପାଇଛି ।

ଗତ 24 ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ 61 ନୂଆ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି । ଅନ୍ୟପଟେ 24 ଘଣ୍ଟା ମଧ୍ୟରେ 70 ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି । ମହାରାଷ୍ଟ୍ରରେ କରୋନା ସୁସ୍ଥତା ହାର 98.17 ପ୍ରତିଶତ ରହିଛି । ମହାରାଷ୍ଟ୍ରରେ ସୋମବାର ଦିନ ସର୍ବମୋଟ 2728ଟି କୋଭିଡ ଟେଷ୍ଟ କରାଯାଇଥିବା ବେଳେ ପଜିଟିଭି ହାର 2.23 ପ୍ରତିଶତ ରହିଛି । ବର୍ତ୍ତମାନ ସୁଦ୍ଧା କୋଭିଡର ନୂଆ ସବ ଭାରିଆଣ୍ଟ୍ ଜେଏନ 1ରେ ସର୍ବମୋଟ 250 ଜଣ ଆକ୍ରାନ୍ତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଦେଶରେ 602 ନୂଆ କୋଭିଡ ସଂକ୍ରମଣ, 5 ମୃତ

ସୂଚନା ଅନୁଯାୟୀ, କୋଭିଡର ସବ ଭାରିଆଣ୍ଟ ଜେଏନ1ରେ ବର୍ତ୍ତମାନ ସୁଦ୍ଧା 12ଟି ଦେଶରେ ମାମଲା ସାମ୍ନାକୁ ଆସିଛି । ସର୍ବମୋଟ୍ 682 ଜଣ ଏହି ନୂଆ ସବ ଭାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ମହାରାଷ୍ଟ୍ରରେ ସର୍ବାଧିକ 250ଟି ମାମଲା ଚିହ୍ନଟ ହୋଇଥିବା ବେଳେ ଏହା ପଛକୁ କର୍ଣ୍ଣା଼ଟକ 199, କେରଳରେ 148, ମହାରାଷ୍ଟ୍ରରେ 139, 47 ଗୋଆ, 36 ଗୁଜରାଟ, 30 ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନ, 26 ତାମିଲନାଡୁ, 21 ନୂଆ ଦିଲ୍ଲୀ, 3 ଓଡ଼ିଶା ଓ 2ଜଣ ତେଲେଙ୍ଗାନାକୁ ଚିହ୍ନଟ ହୋଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.