ETV Bharat / bharat

India Corona: ଆଜି 5 ହଜାର ତଳକୁ ଖସିଲା ସଂକ୍ରମଣ

ତଳମୁହାଁ କୋରୋନା ସଂକ୍ରମଣ ମାମଲା । ଆଜି ୫ ହଜାର ତଳକୁ ଖସିଲା ସଂକ୍ରମିତଙ୍କ ସଂଖ୍ୟା । ଅଧିକ ପଢନ୍ତୁ

author img

By

Published : May 1, 2023, 11:11 AM IST

India Corona
India Corona

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କୋରୋନା ସଂକ୍ରମଣ । ଆଜି ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ତଳକୁ ଖସିଛି । ଲଗାତାର କିଛି ଦିନ ହେବ ଦୈନିକ ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି । ୧୨ ହଜାର ଉପରେ ଥିବା ସଂକ୍ରମଣ ମାମଲା ଆଜି ୫ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମାତ୍ର ୪ହଜାର ୨୮୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି(ଶୁକ୍ରବାର) ଏହି ସଂଖ୍ୟା ୫ ହଜାର ୮୭୪ ରହିଥିଲା । ଏହାକୁ ମିଶାଇ ଦେଶରେ ଆକ୍ଟିଭ କେସ୍ ୪୭ ହଜାର ୨୪୬ରେ ପହଞ୍ଚିଛି । ଅନ୍ୟପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ଆଜି କମିଛି ।

ଦିନକରେ ୮ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଗତକାଲି ଏହି ସଂଖ୍ୟା ୧୬ ରହିଥିଲା । ଯାହାଫଳରେ ଭାରତରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୩୧,୫୪୭କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦୈନିକ ପଜିଟିଭ ହାର ୪.୯୨ ରହିଥିବା ବେଳେ ସାପ୍ତାହିକ ପଜିଟିଭ ହାର ୪ ପ୍ରତିଶତ ରହିଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ, ବର୍ତ୍ତମାନ ଦେଶରେ ୪୭ ହଜାର ୨୪୬ ଆକ୍ଟିଭ କେସ୍ ରହିଛି । ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ଆଜି ମୃତ୍ୟୁବରଣ କରିଥିବା ୮ଜଣଙ୍କ ମଧ୍ୟରୁ ୬ ଜଣ କେରଳର ବୋଲି ଜଣାପଡିଛି । ଦିନକରେ ଆଉ ୬ ହଜାର ୦୩୭ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ଏବେ ଦେଶରେ ସୁସ୍ଥ ସଂଖ୍ୟା ୪,୪୩,୭୦,୮୭୮କୁ ବୃଦ୍ଧି ପାଇଛି । ଦୈନିକ ପଜିଟିଭ ଏବଂ ସାପ୍ତାହିକ ପଜିଟିଭ ରେଟ୍ ଖସିଛି । ସେହିପରି ଭାରତରେ କୋରୋନା ସୁସ୍ଥତା ହାର ୯୮.୭୧ ପ୍ରତିଶତ ଅଛି ।

ଏହା ମଧ୍ୟ ପଢନ୍ତୁ: ଗୁଜୁରାଟରେ ନିର୍ମାଣ ଚାଲିଛି ବିଶ୍ଵର ସର୍ବବୃହତ ଶ୍ରୀ ଯନ୍ତ୍ର, 4 ଧାମ ପରିକ୍ରମା ଅବସରରେ ଶ୍ରୀମନ୍ଦିର ପହଞ୍ଚିଲା ପ୍ରତିକୃତି

କୋରୋନା ଟୀକାକରଣ ଆରମ୍ଭରୁ ଅଦ୍ୟାବିଧି ୨୨୦.୬୬ ଡୋଜ ଦିଆଯାଇଛି । ତାହାମଧ୍ୟରୁ ୯୫.୨୧ କୋଟି ଦ୍ବିତୀୟ ଡୋଜ ରହିଥିବାବେଳେ ୨୨.୮୭ କୋଟି ଲୋକେ ବୁଷ୍ଟର ଡୋଜ ନେଇଛନ୍ତି । ଗତ ୨୪ ଘଣ୍ଟାରେ ୧୭୨ ଜଣ କୋରୋନା ଟିକା ନେଇଛନ୍ତି । ତେବେ ଦେଖିବାକୁ ଗଲେ କୋରୋନା ହାର କ୍ରମାଗତ ହାରରେ ବୃଦ୍ଧି ପାଇବାରେ ଲାଗିଛି । ୧୨ ହଜାର ଉପରେ ରହୁଥିବା କେରୋନା ସଂକ୍ରମଣ ମାମଲା ଆଜି ୫ ହଜାର ତଳକୁ ଖସିଛି । ଏହା ଏକ ପ୍ରକାର ଆଶ୍ବସ୍ତିକର ଖବର ନିଶ୍ଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.