ETV Bharat / bharat

India Corona Update: ଦିନକରେ ୩୬୧୧ ନୂଆ ସଂକ୍ରମିତ

author img

By

Published : May 5, 2023, 10:53 AM IST

ଆଜି ଦେଶରେ ପୁଣି କମିଲା କୋରୋନା ସଂକ୍ରମଣ । ଦିନକରେ ୩୬୧୧ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona
India Corona

ନୂଆଦିଲ୍ଲୀ: କମୁଛି ବଢୁଛି କୋରୋନା ସଂକ୍ରମଣ । ଗତ କିଛି ଦିନ ହେବ ଲଗାତାର କୋରୋନା ସଂକ୍ରମଣ କମୁଥିବା ବେଳେ ଗତକାଲି ପୁଣି ସାମାନ୍ୟ ବୃଦ୍ଧି ପାଇଥିଲା । ହେଲେ ଗତ ୨୪ ଘଣ୍ଟାରେ ପୁଣି କମିଛି ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟାରେ ଦେଶରେ ୩ ହଜାର ୬୧୧ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଗତକାଲି ଏହି ସଂଖ୍ୟା ୩ ହଜାର ୯୬୨ ରହିଥିଲା । ଆଜିର ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ଆକ୍ଟିଭ ସଂକ୍ରମିତଙ୍କ ସଂଖ୍ୟା ୩୩,୨୩୨ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ଅନ୍ୟପଟେ ମୃତ୍ୟୁ ସଂଖ୍ୟା ଦେଖିବାକୁ ଗଲେ ଗତକାଲି ସମାନ ରହିଛନ୍ତି । ଗତ ୨୪ ଘଣ୍ଟାରେ ୧୫ଜଣ ମୃତ୍ୟୁ ହୋଇଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ, ବର୍ତ୍ତମାନ ଦେଶରେ ୩୩,୨୩୨ଟି ଆକ୍ଟିଭ କେସ୍ ରହିଛି । ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ଦିନକରେ ଆଉ ୬ ହଜାର ୫୮୭ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ଏବେ ଦେଶରେ ସୁସ୍ଥ ସଂଖ୍ୟା 4,43,୯୯,୪୧୫କୁ ବୃଦ୍ଧି ପାଇଛି । ସେହିପରି ଭାରତରେ କୋରୋନା ସୁସ୍ଥତା ହାର ୯୮.୭୪ ପ୍ରତିଶତ ରହିଥିବା ବେଳେ ୦.୦୭ ପ୍ରତିଶତ ରହିଛି ଆକ୍ଟିଭ କେସ ।

ଏହା ମଧ୍ୟ ପଢନ୍ତୁ: Caste-Based Census: OBC ଗଣତି ଉପରେ ରୋକ ଲଗାଇଲେ ପାଟନା ହାଇକୋର୍ଟ, ପ୍ରଥମ ରାଜ୍ୟ ଭାବେ ଆରମ୍ଭ କରିଥିଲା ବିହାର

ଅନ୍ୟପଟେ ଗତ ୨୪ ଘଣ୍ଟାରେ ଦେଶରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ଆଜି ମଧ୍ୟପ୍ରଦେଶରେ ୧୨ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଦେଶରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୫,୩୧,୬୪୨କୁ ବୃଦ୍ଧି ପାଇଛି । ମନ୍ତ୍ରଣାଳୟ ୱେବସାଇଟ ଅନୁଯାୟୀ, କୋରୋନା ଟୀକାକରଣ ଆରମ୍ଭରୁ ଅଦ୍ୟାବିଧି ୨୨୦.୬୬ ଡୋଜ ଦିଆଯାଇଛି । ସେଥିମଧ୍ୟରୁ ୯୫.୨୧ କୋଟି ଦ୍ବିତୀୟ ଡୋଜ ରହିଥିବାବେଳେ ୨୨.୮୭ କୋଟି ଲୋକେ ବୁଷ୍ଟର ଡୋଜ ନେଇଛନ୍ତି ।

ଗତ ୨୪ ଘଣ୍ଟାରେ ଦେଶରେ ୧ହଜାର ୯୩୦ ଜଣ କୋରୋନା ଟିକା ନେଇଛନ୍ତି । ସେହିପରି ମହାମାରୀ ପର ଠାରୁ ସମୁଦାୟ ୯୨.୬୩ କୋଟି ଟେଷ୍ଟ କରାଯାଇଛି । କେବଳ ଗତ ୨୪ ଘଣ୍ଟାରେ ୧,୭୩,୨୬୩ କୋରୋନା ଟେଷ୍ଟ ହୋଇଛି । ସେଥିମଧ୍ୟରୁ ୩ ହଜାର ୬୧୧ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଦେଖିବାକୁ ଗଲେ ଆଗ ଅପେକ୍ଷା କୋରୋନା ସଂକ୍ରମଣ ହ୍ରାସ ପାଇଛି । ଗତ କିଛି ଦିନ ହେବ ୫ହଜାର ତଳେ ରହୁଛି ସଂକ୍ରମଣ ମାମଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.