ନୂଆଦିଲ୍ଲୀ: ଗତକାଲିର ହ୍ରାସ ପରେ ପୁଣି ବଢିଲା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 35 ହଜାର 178 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ଗତକାଲିର ଆକ୍ରାନ୍ତଙ୍କ ତୁଳନାରେ ପ୍ରାୟ 40% ଅଧିକ । ଏହା ସହ ଗତ 24 ଘଣ୍ଟାରେ 440 ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୃତ୍ୟୁସଂଖ୍ୟା 4 ଲକ୍ଷ 32 ହଜାର 519 ରେ ପହଞ୍ଚିଛି। ଦେଶରେ ଏବେ 3 ଲକ୍ଷ 67 ହଜାର 415 ଟି ସକ୍ରିୟ ମାମଲା ରହିଛି, ଯାହା 148 ଦିନ ମଧ୍ୟରେ ସର୍ବନିମ୍ନ ଅଟେ ।
- " class="align-text-top noRightClick twitterSection" data="">
ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ସମୁଦାୟ 37 ହଜାର 169 ଡିସଚାର୍ଜ ହୋଇଛନ୍ତି, ଯାହାକୁ ମିଶାଇ ଦେଶରେ ଏଯାବତ 3 କୋଟି 14 ଲକ୍ଷ 85 ହଜାର 923 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହ ଦେଶରେ ସମୁଦାୟ ସୁସ୍ଥ ହାର 97.52 ପ୍ରତିଶତରେ ପହଞ୍ଚିଛି ।
ସରକାରୀ ପ୍ରକାଶନ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ 56 କୋଟି 06 ଲକ୍ଷ 52 ହଜାର 30 ଟୀକାକରଣ ସରିଛି ଏବଂ ଗତ 24 ଘଣ୍ଟା ମଧ୍ୟରେ 55,05,075 ଡୋଜ ଦିଆଯାଉଛି ।
@ANI