ନୂଆଦିଲ୍ଲୀ: ଦେଶରେ ପୁଣି ଆତଙ୍କ ଖେଳାଇଛି ମହାମାରୀ । ଦିନକୁ ଦିନ ଦ୍ରୁତଗତିରେ ବଢିଚାଲିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ଭିତରେ ଦେଶ ମଧ୍ୟରୁ ୨୭,୫୫୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 22,775 new cases) । ସେହିପରି ୯,୨୪୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଦିନକରେ ୨୮୪ଟି ମୁଣ୍ଡ ନେଇଛି କିଲର ଭାଇରସ । ବର୍ତ୍ତମାନ ଦେଶରେ ୧,୨୨,୮୦୧ଟି ସକ୍ରିୟ ମାମଲା ରହିଛି ।
ଭାରତରେ ଏବେ ଓମିକ୍ରନ ଭାଇରସ୍ କାୟା ମେଲାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଓମିକ୍ରନ ମାମଲା ୧,୫୨୫ରେ ପହଞ୍ଚିଛି । ମହାରାଷ୍ଟ୍ରରୁ ସର୍ବାଧିକ ୪୬୦ ମାମଲା ଚିହ୍ନଟ ହୋଇଛି ।
ମହାରାଷ୍ଟ୍ର ପରେ ଦିଲ୍ଲୀରେ ଦ୍ବିତୀୟ ସର୍ବାଧିକ ଓମିକ୍ରନ ସଂକ୍ରମିତ ରହିଛନ୍ତି । ଏଠାରେ ଏଯାବତ୍ ୩୫୧ଟି ମାମଲା ଚିହ୍ନଟ ହୋଇଥିବାବେଳେ ଗୁଜୁରାଟରୁ ୧୩୬, ତାମିଲନାଡୁରୁ ୧୧୭, କେରଳରୁ ୧୦୯, ରାଜସ୍ଥାନରୁ ୬୯, ତେଲେଙ୍ଗାନାରୁ ୬୭, କର୍ଣ୍ଣାଟକରୁ ୬୪, ହରିୟାଣାରୁ ୬୩, ପଶ୍ଚିମବଙ୍ଗରୁ ୨୦, ଆନ୍ଧ୍ରପ୍ରଦେଶରୁ ୧୭, ଓଡିଶାରୁ ୧୪, ମଧ୍ୟପ୍ରଦେଶରୁ ୯, ଉତ୍ତରପ୍ରଦେଶରୁ ୮, ଉତ୍ତରାଖଣ୍ଡରୁ ୮, ଚଣ୍ଡୀଗଡରୁ ୩, ଜାମ୍ମୁ-କାଶ୍ମୀରରୁ ୩, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରୁ ୨, ଗୋଆ, ହିମାଚଳ ପ୍ରଦେଶ, ଲଦାଖ, ମଣିପୁର, ପଞ୍ଜାବରୁ ଗୋଟିଏ ଲେଖାଏଁ ନୂଆ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି ।
@ANI