ETV Bharat / bharat

India corona: 24,354 ନୂଆ ସଂକ୍ରମିତ ଚିହ୍ନଟ - କୋରୋନା

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪,୩୫୪ ନୂଆ କୋଭିଡ ମାମଲା ଚିହ୍ନଟ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

India corona: 24,354 ନୂଆ ସଂକ୍ରମିତ ଚିହ୍ନଟ

author img

By

Published : Oct 2, 2021, 10:53 AM IST

ନୂଆଦିଲ୍ଲୀ: ଖସିଲା ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪,୩୫୪ ନୂଆ କୋଭିଡ ମାମଲା ଚିହ୍ନଟ ହୋଇଛି । ଶନିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି ।

ବର୍ତ୍ତମାନ ଦେଶରେ ମୋଟ ୨, ୭୩, ୮୮୯ଟି ସକ୍ରିୟ ମାମଲା ରହିଛି । ଆଜି ୨୫,୪୫୫ ଜଣ ସୁସ୍ଥ ହୋଇଛନ୍ତି । ଗତ ବର୍ଷ ମାର୍ଚ୍ଚ ମାସରୁ ଏ ପର୍ଯ୍ୟନ୍ତ ଦେଶର କୋଭିଡ ସୁସ୍ଥହାର ୯୭.୮୬ ପ୍ରତିଶତ ରହିଛି । ଆଜିର ସୁସ୍ଥଙ୍କୁ ମିଶାଇ ଭାରତର ମୋଟ ସୁସ୍ଥ ସଂଖ୍ୟା ୩,୩୦,୬୮.୫୯୯କୁ ବୃଦ୍ଧି ପାଇଛି ।

ଭାରତର ସାପ୍ତାହିକ ପଜିଟିଭ ରେଟ୍ ୧.୬୮ ପ୍ରତିଶତ ରହୁଛି । ଯାହାକି ଗତ ୯୯ ଦିନ ତୁଳନାରେ ୩ ପ୍ରତିଶତ କମ୍ । ସେହିପରି ଦୈନିକ ସଂକ୍ରମଣ ହାର ରହିଛି ୧.୭୦ ପ୍ରତିଶତ । ICMR ଅନୁଯାୟୀ, ଶୁକ୍ରବାର ଦେଶରେ ସର୍ବମୋଟ ୧୪, ୨୯, ୨୫୪୮ଟି ସାମ୍ପୁଲ ଟେଷ୍ଟ ହୋଇଥିଲା । ଏଯାବତ୍ ମୋଟ ୫୭, ୧୯,୯୪, ୯୯୦ଟି ଟେଷ୍ଟ କରାଯାଇଛି । ସେହିପରି ବର୍ତ୍ତମାନ ସୁଦ୍ଧା ଭାରତରେ ୮୯.୭୪ କୋଟି ଟୀକାକରଣ କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.