ETV Bharat / bharat

India Corona: ଦିନକରେ 2288 ନୂଆ ସଂକ୍ରମିତ, କମିଲା ମୃତ୍ୟୁ ସଂଖ୍ୟା - ଭାରତ କୋରୋନା ରିପୋର୍ଟ

ଦେଶରେ କମିଲା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ 2,288 ଜଣ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona: ଦିନକରେ 2288 ନୂଆ ସଂକ୍ରମିତ, କମିଲା ମୃତ୍ୟୁ

author img

By

Published : May 10, 2022, 9:54 AM IST

ନୂଆଦିଲ୍ଲୀ: ଦେଶରେ କମିଲା କୋରୋନା ସଂକ୍ରମଣ । କିଛି ଦିନ ହେଲା ଦୈନିକ ପଜିଟିଭ ମାମଲା 3 ହଜାର ପାର୍ କରୁଥିବା ବେଳେ ଆଜି(ମଙ୍ଗଳବାର) ଏହି ସଂଖ୍ୟାରେ ବଡ ହ୍ରାସ ଦେଖିବାକୁ ମିଳିଛି । ଗତ 24 ଘଣ୍ଟା ମଧ୍ୟରେ ମାତ୍ର 2,288 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (2,288 fresh Covid Cases) । ତେବେ ଆଜି ସଂକ୍ରମିତଙ୍କ ସହ ମୃତ୍ୟୁସଂଖ୍ୟା ମଧ୍ୟ ଖୁବ୍ କମ୍ ରହିଛି । ଦିନକରେ ଦେଶରେ ମାତ୍ର 10 ଜଣ କୋରୋନା ସଂକ୍ରମିତ ଆଖି ବୁଜିଛନ୍ତି ଏବଂ 3,044 ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ସଂକ୍ରମଣ କମିବା ପରେ ସକ୍ରିୟ ମାମଲା ମଧ୍ୟ 20 ହଜାର ତଳକୁ ଖସିଆସିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 19,637ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର 0.47% ରହିଛି । ଏଯାବତ୍ ସମୁଦାୟ 4,25,63,949 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ 5,24,103 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 190 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 13,90,912 ଡୋଜ୍ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.