ETV Bharat / bharat

India Corona: 17 ହଜାର ଉପରେ ଦୈନିକ ସଂକ୍ରମଣ, 21 ମୃତ

author img

By

Published : Jun 27, 2022, 9:37 AM IST

ପୁଣି ଉପରମୁହାଁ ସଂକ୍ରମଣ । ଦେଶରେ ଗତ 24 ଘଣ୍ଟା ମଧ୍ୟରେ 17073 ଜଣ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

ପୁଣି ଉପରମୁହାଁ ସଂକ୍ରମଣ ।
ପୁଣି ଉପରମୁହାଁ ସଂକ୍ରମଣ ।

ନୂଆଦିଲ୍ଲୀ: ଦେଶରେ ତଳ ଉପର ହେଉଛି କୋରୋନା ସଂକ୍ରମଣ । ଦିନେ ବଢିଲେ ଦିନେ କମୁଛି । କିଛି ଦିନ ହେବ ସଂକ୍ରମଣ ୧୫ ହଜାର ଉପରେ ରହିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍ 17 ହଜାର 073 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 17,073 fresh Covid Cases) । ଯାହାକି ଗତକାଲି (ରବିବାର) ତୁଳନାରେ ଅଧିକ । ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବି ବଢିଛି । ଦିନକରେ 21 ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି ।

15 ହଜାର 208ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଲକ୍ଷେ ମୁହାଁ ହୋଇଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 94 ହଜାର 420କୁ ବୃଦ୍ଧି ପାଇଛି । ଦେଶର ଦୈନିକ ପଜିଟିଭ ରେଟ୍ 2.59%ରେ ପହଞ୍ଚିଛି ।

ଏଯାବତ୍ 4 କୋଟି 27 ଲକ୍ଷ 87 ହଜାର 606 ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ଓ ସମୁଦାୟ 5 ଲକ୍ଷ 25 ହଜାର 20 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 197 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ 11 ଲକ୍ଷରୁ ଅଧିକ ଲୋକେ ଟିକା ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.