ETV Bharat / bharat

INDIA CORONA: ଦିନକରେ 14146 ପଜିଟିଭ, 144 ମୃତ - INDIA covid report

ନିୟନ୍ତ୍ରଣକୁ ଆସୁଛି ମହାମାରୀ । 15 ହଜାର ତଳକୁ ଖସିଲା ଭାରତର ଦୈନିକ କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ ଦେଶରେ ମାତ୍ର 14 ହଜାର 146 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

INDIA CORONA: ଦିନକରେ 14,146 ପଜିଟିଭ, 144 ମୃତ

author img

By

Published : Oct 17, 2021, 10:12 AM IST

ନୂଆଦିଲ୍ଲୀ: ନିୟନ୍ତ୍ରଣକୁ ଆସୁଛି ମହାମାରୀ । 15 ହଜାର ତଳକୁ ଖସିଲା ଭାରତର ଦୈନିକ କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ ଦେଶରେ ମାତ୍ର 14 ହଜାର 146 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି 19 ହଜାର 788 ଜଣ ସୁସ୍ଥ ହୋଇଥିବାବେଳେ ଗୋଟିଏ ଦିନରେ 144 ଜଣଙ୍କ ମୁଣ୍ଡ ନେଇଛି କିଲର ଭାଇରସ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଆଜିର ନୂତନ ସଂକ୍ରମିତଙ୍କୁ ମିଶାଇ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 40 ଲକ୍ଷ 67 ହଜାର 719ରେ ପହଞ୍ଚିଛି । ସେହିପରି ଆଜିସୁଦ୍ଧା ଦେଶରେ 1 ଲକ୍ଷ 95 ହଜାର 846 ଟି ସକ୍ରିୟ ମାମଲା ରହିଛି ଏବଂ ବର୍ତ୍ତମାନ ସୁଦ୍ଧା 3 କୋଟି 34 ଲକ୍ଷ 19 ହଜାର 749 ଜଣ ସୁସ୍ଥ ହୋଇଛନ୍ତି । ଏଯାବତ୍ ମୋଟ 4 ଲକ୍ଷ 52 ହଜାର 124 ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଅନ୍ୟପଟେ ଦେଶରେ ଜୋରଦାର ଚାଲିଛି ଟୀକାକରଣ । ଗୋଟିଏ ଦିନରେ 41 ଲକ୍ଷ 20 ହଜାର 772 ଡୋଜ ଟିକା ନେଇଛନ୍ତି ହିତାଧିକାରୀ । ଫଳରେ ଦେଶରେ ଟୀକାକରଣ 97 କୋଟି 65 ଲକ୍ଷ 89 ହଜରା 540 କୁ ବୃଦ୍ଧି ପାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.